19 Oct 2026, Mon

ହାଡ ଦୁର୍ବଳ ହେବା ପଛର ବଡ କାରଣ , ଏହି ଖାଦ୍ୟ !

ପ୍ରତି ୫ ଜଣରେ ଜଣେ ବ୍ୟକ୍ତି କୌଣସି ନା କୌଣସି ସ୍ବାସ୍ଥ୍ୟ ସମସ୍ୟାରେ ଶିକାର ହେଉଛନ୍ତି । ଅଳ୍ପ ବୟସ ପିଲାଙ୍କଠାରେ ଗଣ୍ଠି ଜନିତ ସମସ୍ୟା ଦେଖିବାକୁ ମିଳୁଛି । ତେଣୁ ହାଡକୁ ମଜଭୁତ କରିବା ପାଇଁ ହେଲେ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ଯଦି ଏହି ଦୁଇ ତତ୍ବ ମଧ୍ୟରୁ ଯେ କୌଣସି ଗୋଟିଏର ମାତ୍ରା କମ୍ ହୁଏ ତେବେ ଆଣ୍ଠୁ ଗଣ୍ଠି ଦରଜ ଭଳି ସମସ୍ୟା ଦେଖାଦେଇଥାଏ । ଏଥିସହ ଆମେ ଦୈନନ୍ଦିନ ଜୀବନରେ ଏଭଳି କିଛି ଖାଦ୍ୟ ଖାଇଥାଉ ଯାହା ଦିନକୁ ଦିନ ଆମ ହାଡକୁ ଦୁର୍ବଳ କରିଥାଏ । ସେଥି ମଧ୍ୟରେ ରହିଛି ଲୁଣ । ଖାଦ୍ୟର ସ୍ବାଦ ବଢାଇଥାଏ ଲୁଣ । କିନ୍ତୁ ଅଧିକ ଲୁଣ ଖାଇଲେ ହାଡ ଦୁର୍ବଳ ହୋଇଯାଇଥାଏ । ଲୁଣରେ ସୋଡିୟମର ମାତ୍ରା ଅଧିକ ଥାଏ । ଯାହା ଶରୀରକୁ ଯିବା ପରେ କ୍ୟାଲସିୟମକୁ ୟୁରିନ୍ ମାଧ୍ୟମରେ ବାହାରକୁ ବାହାର କରିଦେଇଥାଏ । ଯାହା ଫଳରେ ଶରୀରରେ କ୍ୟାଲସିୟମ ମାତ୍ରା କମିଯିବା ସହ ହାଡ ଦୁର୍ବଳ ହୋଇଯାଇଥାଏ । ଛୋଟ ହେଉ ବା ବଡ , ଚକଲେଟ୍ ସମସ୍ତଙ୍କ ପସନ୍ଦ । ଏହା ନା କେବଳ ମୁଡକୁ ଫ୍ରେସ୍ କରିଥାଏ ବରଂ ମୁହଁର ସ୍ବାଦ ମଧ୍ୟ ବଡାଇଥାଏ । କିନ୍ତୁ ଆବଶ୍ୟକତାଠାରୁ ଅଧିକ ଚକଲେଟ୍ ଖାଇଲେ ଏହାର ସିଧା ପ୍ରଭାବ ହାଡ ଉପରେ ପଡିଥାଏ । ଅଧିକ ଚକଲେଟ୍ ଖାଇଲେ ଶରୀରରେ ସୁଗାର ଏବଂ ଓକ୍ସୋଲେଟର ମାତ୍ରା ବଢିଯାଇଥାଏ । ଯାହା ଫଳରେ ଶରୀରରେ କ୍ୟାଲସିୟମ ପ୍ରବେଶ କରି ପାରିନଥାଏ ଏବଂ ହାଡ ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ । ଖରାଦିନେ କୋଲ୍ଡ ଡ୍ରିଙ୍କ୍ସ ପ୍ରାୟ ସମସ୍ତଙ୍କର ଡାଏଟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଯାଏ । କିନ୍ତୁ ମନେ ରଖନ୍ତୁ କୋଲ୍ଡ ଡ୍ରିଙ୍କ୍ସରେ କାର୍ବ ଡାଇଅକ୍ସାଇଡ୍ ଏବଂ ଫସଫରସ୍ ଥାଏ । ଯାହା ଶରୀର ମଧ୍ୟକୁ ପ୍ରବେଶ କରି ହାଡକୁ ଦୁର୍ବଳ କରିଦେଇଥାଏ । ଚା ହେଉ ବା କଫି, ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ ଏଥିରୁ ହିଁ କରିଥାନ୍ତି । କିନ୍ତୁ ଏସବୁ ପିଇବା ପୂର୍ବରୁ ଏହାର କ୍ଷତି ବିଷୟରେ ଜାଣିବା ଆବଶ୍ୟକ । ଚା ଏବଂ କଫିରେ କଫିନ୍ ଭରପୁର ମାତ୍ରାରେ ଥାଏ । ଯଦି ଏହା ଅଧିକ ମାତ୍ରାରେ ଶରୀର ମଧ୍ୟକୁ ପ୍ରବେଶ କରେ ତେବେ ହାଡ ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ । ଯଦି ଏହି ସବୁ ଜିନିଷ ଆବଶ୍ୟକତାଠାରୁ ଅଧିକ ଖାଉଛନ୍ତି ତେବେ ସଚେତନ ରୁହନ୍ତୁ ।

Leave a Reply

Your email address will not be published. Required fields are marked *