• Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351

21 Oct 2026, Wed

ମହାପ୍ରଭୁଙ୍କ ଶରଣରେ ଗୋବିନ୍ଦା !

ବଲିଉଡ୍‌ର ହିରୋ, ଆଉ ଜଗନ୍ନାଥଙ୍କ ପରମ ଭକ୍ତଙ୍କ ଭଳି ମହାପ୍ରଭୁଙ୍କ ଶରଣରେ ଗୋବିନ୍ଦା । ପବିତ୍ର ବିଜୟାଦଶମୀ ଅବସରରେ ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବଲିଉଡ୍ ଅଭିନେତା ଗୋବିନ୍ଦା । ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ିଛନ୍ତି । ଆଉ ଓଡ଼ିଶା ମାଟି ପ୍ରତି ଜଣାଇଛନ୍ତି ଗଭୀର ସମ୍ମାନ । ଗୋବିନ୍ଦା କହିଛନ୍ତି, ଓଡ଼ିଶାର ଭୂମିକୁ ମୋର ପ୍ରଣାମ । ଜଗନ୍ନାଥଙ୍କ ମାଟିରେ ମୋତେ ଭାରି ଖୁସି ଲାଗୁଛି । ତେବେ ଆସନ୍ତୁ ଜାଣିବା, କିପରି କଟିଲା ଗୋବିନ୍ଦାଙ୍କ ଶ୍ରୀଜଗନ୍ନାଥ ଦର୍ଶନ । ବିଜୟାଦଶମୀର ପବିତ୍ର ଅବସର । ଚାରିଆଡ଼େ ଉତ୍ସବର ମାହୋଲ । ଆଉ ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି ବଲିଉଡ୍ ଷ୍ଟାର ଗୋବିନ୍ଦା । ତେବେ ଏହା ପୂର୍ବରୁ ଝାରପଡାରେ ପହଁଚିଥିଲେ ଏହି ବଲିଉଡ ଷ୍ଟାର । ଓଡ଼ିଶା ମାଟିକୁ ପ୍ରଣାମ ଜଣାଇବା ସହ ଜଗନ୍ନାଥଙ୍କ ମାଟିରେ ଭାରି ଖୁସି ଲାଗୁଥିବା କହିଥିଲେ ଗୋବିନ୍ଦା । ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତାଙ୍କ ଆଗମନକୁ ନେଇ ଝାରପଡ଼ା ମଣ୍ଡପରେ ଦେଖିବାକୁ ମିଳିଥିଲା ଉତ୍ସାହ । ପାର୍ବଣର ମାହୋଲ, ମାଆଙ୍କ ଆରାଧନା ଆଉ ଚାରିଆଡ଼େ ଉତ୍ସବର ମାହୋଲ । ଏହାରି ଭିତରେ ଝାରପଡ଼ା ଦୁର୍ଗାପୂଜା ମଣ୍ଡପରେ ପହଞ୍ଚିଥିଲେ ବଲିଉଡ୍ ଅଭିନେତା ଗୋବିନ୍ଦା । ତାଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ । ନିଜର ଅଭିନୟ ଓ ନୃତ୍ୟ ପାଇଁ ଦୀର୍ଘ ବର୍ଷ ଧରି ଦର୍ଶକଙ୍କ ମନ ଜିଣିଥିବା ଗୋବିନ୍ଦାଙ୍କୁ ନିଜ ଅଞ୍ଚଳରେ ଦେଖି ଖୁସି ହୋଇଛନ୍ତି ପ୍ରଶଂସକ । ତେବେ ଏହି ଅବସରରେ ଓଡ଼ିଶା ପ୍ରତି ନିଜର ଭଲପାଇବା ମଧ୍ୟ ପ୍ରକାଶ କରିଛନ୍ତି ଅଭିନେତା । ଗୋବିନ୍ଦା କହିଛନ୍ତି, “ଓଡ଼ିଶାର ଭୂମିକୁ ମୋର ପ୍ରଣାମ । ଜଗନ୍ନାଥଙ୍କ ମାଟିରେ ଭାରି ଖୁସି ଲାଗୁଛି ।” ତାଙ୍କର ଏହି କଥା ଓଡ଼ିଶା ପ୍ରତି ତାଙ୍କ ସମ୍ମାନ ଓ ଭାବନାକୁ ପ୍ରକାଶ କରୁଛି ।

Leave a Reply

Your email address will not be published. Required fields are marked *