• Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351

24 Oct 2026, Sat

ଏହି ଭୁଲ୍ କରିଥିଲେ ମିଳିବନି ପିଏମ୍ କିଷାନ ଟଙ୍କା !

ଚାଷୀଙ୍କ ପାଇଁ ବଡ଼ ଖବର ! ପିଏମ୍ କିଷାନ ଯୋଜନାରେ ମିଳିବ କି ୨୦୦୦ ଟଙ୍କା? ଅକ୍ଟୋବର ୩୦ରେ ଆସିବ ୨୪ତମ କିସ୍ତି । ଯୋଗ୍ୟ ଚାଷୀଙ୍କ ଖାତାକୁ ଆସିବ ଟଙ୍କା। କିନ୍ତୁ ଆପଣଙ୍କର ଇ-କେୱାଇସି ଅଧୁରା ଅଛି କି ? ଜମି ରେକର୍ଡରେ ତ୍ରୁଟି ଅଛି କି? ନା ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍ ହୋଇନାହିଁ? ଏସବୁ ସମସ୍ୟା ଥିଲେ କିସ୍ତି ପାଇବାରେ ବାଧା ସୃଷ୍ଟି ହୋଇପାରେ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା। ଦେଶର ଯୋଗ୍ୟ କୃଷକ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଯୋଜନାରେ ଯୋଗ୍ୟ ଚାଷୀଙ୍କୁ ବର୍ଷକୁ ମୋଟ ୬ ହଜାର ଟଙ୍କା ମିଳିଥାଏ। ଏହି ଅର୍ଥକୁ ତିନୋଟି କିସ୍ତିରେ, ପ୍ରତି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ, ସିଧାସଳଖ ବ୍ୟାଙ୍କ ଖାତାକୁ ପଠାଯାଏ। ତେବେ ୨୪ତମ କିସ୍ତି ଅକ୍ଟୋବର ୩୦ରେ ମିଳିବ ବୋଲି ଖବର ପ୍ରକାଶ ପାଇଛି। କିନ୍ତୁ ଏହି ତାରିଖକୁ ସରକାରୀ ଘୋଷଣାରୁ ନିଶ୍ଚିତ କରିବା ଜରୁରୀ। ତେଣୁ ଚାଷୀମାନେ କେବଳ ତାରିଖକୁ ଅପେକ୍ଷା ନକରି ନିଜର ଆବଶ୍ୟକ କାଗଜପତ୍ର ଓ ଯୋଜନାର ସ୍ଥିତି ଯାଞ୍ଚ କରିନିଅନ୍ତୁ । ପିଏମ୍ କିଷାନ ଯୋଜନାର ଲାଭ ପାଇବାକୁ ଇ-କେୱାଇସି ଜରୁରୀ। ଯଦି ଏହା ଅଧୁରା ରହିଛି, ତେବେ pmkisan.gov.in ୱେବସାଇଟ୍‌କୁ ଯାଇ ଇ-କେୱାଇସି ବିକଳ୍ପ ମାଧ୍ୟମରେ ପ୍ରକ୍ରିୟା ପୂରଣ କରନ୍ତୁ। ଆବଶ୍ୟକ ହେଲେ ନିକଟସ୍ଥ କମନ୍ ସର୍ଭିସ୍ ସେଣ୍ଟରର ସହାୟତା ନିଅନ୍ତୁ। ଆପଣଙ୍କ ଜମି ସମ୍ବନ୍ଧୀୟ ତଥ୍ୟର ଯାଞ୍ଚ ହୋଇଛି କି ନାହିଁ, ତାହା ନିଶ୍ଚିତ କରନ୍ତୁ। ଷ୍ଟାଟସ୍‌ରେ ଲ୍ୟାଣ୍ଡ ସିଡିଂ ପେଣ୍ଡିଂ ଦେଖାଉଥିଲେ ସ୍ଥାନୀୟ ରାଜସ୍ୱ ଅଧିକାରୀ କିମ୍ବା ତହସିଲ୍ କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ। ଯୋଜନାର ଟଙ୍କା ଡିବିଟି ମାଧ୍ୟମରେ ଆସୁଥିବାରୁ ଆଧାର ସଂଯୋଗ ଏବଂ ବ୍ୟାଙ୍କର ଆବଶ୍ୟକ NPCI ମ୍ୟାପିଂ ଠିକ୍ ଅଛି କି ନାହିଁ ଯାଞ୍ଚ କରନ୍ତୁ। କୌଣସି ସମସ୍ୟା ଥିଲେ ବ୍ୟାଙ୍କ ସହ ଯୋଗାଯୋଗ କରି ସମାଧାନ କରନ୍ତୁ । ଆଧାର କାର୍ଡ ଓ ପିଏମ୍ କିଷାନ ପଞ୍ଜୀକରଣରେ ନାମର ବନାନ କିମ୍ବା ଅନ୍ୟ ତଥ୍ୟରେ ଅମେଳ ଥିଲେ ତାହା ସଂଶୋଧନ କରନ୍ତୁ। ଏଥିପାଇଁ ଅଧିକାରୀକ ପୋର୍ଟାଲ୍‌ରେ ଉପଲବ୍ଧ ବିକଳ୍ପ ବ୍ୟବହାର କରନ୍ତୁ କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟର ସହାୟତା ନିଅନ୍ତୁ।

Leave a Reply

Your email address will not be published. Required fields are marked *