20 Oct 2026, Tue

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ଗିରଫ ହେଲେ ରୋଷେୟା ମନ୍ମଥ କୁମ୍ଭ

ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଦୀର୍ଘଦିନ ପରେ ଗିରଫ ହୋଇଛନ୍ତି ରୋଷେୟା ମନ୍ମଥ କୁମ୍ଭ । ପୁଲିସକୁ ଏଡ଼ାଇ ଚାଲିଥିବା ଅନ୍ୟତମ ଅଭିଯୁକ୍ତ ମନ୍ମଥଙ୍କୁ ଶେଷରେ ଗିରଫ କରିଛି ପୁଲିସ । ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତଙ୍କ ପକ୍ଷରୁ ଜାରି ଜାମିନବିହୀନ ଗିରଫ ପରୱାନା ବଳରେ ତାଙ୍କ ଗାଁରୁ ମନ୍ମଥଙ୍କୁ ଗିରଫ କରାଯାଇଛି । ସେପଟେ ମାମଲାରେ ବିଦ୍ୟାଭାରତୀଙ୍କ ଗିରଫଦାରୀ ଆଶଙ୍କା ବଢ଼ିଛି। ବିଦ୍ୟାଭାରତୀଙ୍କ ଆବେଦନକୁ ଆଜି ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପୂର୍ବରୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ହଟାଇବା ସହ ପ୍ରୋଟେଷ୍ଟ ପିଟିସନ ମଧ୍ୟ ଖାରଜ କରିଥିଲେ। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମକୋର୍ଟ ଯାଇଥିଲେ। ତେବେ ଆଜି ତାଙ୍କ ଆବେଦନ ଖାରଜ ହେବା ପରେ ମାମଲା ଆହୁରି ଚର୍ଚ୍ଚାକୁ ଆସିଛି।

Leave a Reply

Your email address will not be published. Required fields are marked *