ମନରେ ଛନକା ପଶାଇଛି ବାତ୍ୟା ଆକଳନ । ଥାଇଲାଣ୍ଡ ଉପସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ଖୁବଶୀଘ୍ର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ପ୍ରଭାବରେ ୧୩ ଅକ୍ଟୋବର ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ତେବେ ପାଣିପାଗ ଓ ସାମୁଦ୍ରିକ କାରଣ ଅନୁକୁଳ ନଥିବାରୁ ଲଘୁଚାପଟି ଘନୀଭୂତ ହୋଇପାରିବ ନାହଁ । କେବଳ ଲଘୁଚାପ କ୍ଷେତ୍ରରେ ହିଁ ତାହା ସୀମିତ ରହିବ। ପ୍ରଭାବରେ ଆସନ୍ତା ୧୩ ଓ ୧୪ ତାରିଖରେ ରାଜ୍ୟରେ କୋହଲା ପାଗ ଦେଖାଯିବ। ୧୬,୧୭, ୧୮ ଓ ୧୯ ତାରିଖରେ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତିରେ ହାଲୁକା ବର୍ଷା ହୋଇପାରେ। ତେବେ ୨୦ ତାରିଖ ବେଳକୁ ବର୍ଷା କମିବା ସହିତ ଅନେକ ସ୍ଥାନରେ ଶୁଖିଲା ପାଗ ଦେଖାଯିବ।

