ବଲିଉଡ୍ର ଇତିହାସରେ କିଛି ପ୍ରେମ କାହାଣୀ ଏମିତି ରହିଛି, ଯାହାର ଅନ୍ତ ହୋଇଯାଇଥିଲେ ମଧ୍ୟ ସେହି ସ୍ମୃତି ଆଜି ବି ଲୋକଙ୍କ ମନରେ ରହିଛି । ଏହି କାହାଣୀଗୁଡ଼ିକ ମଧ୍ୟରୁ ଅମିତାଭ ବଚ୍ଚନ ଓ ରେଖାଙ୍କ ନାଁ ସବୁଠାରୁ ଅଧିକ ଚର୍ଚ୍ଚା ହୁଏ। ପରଦାରେ ଦୁହିଁଙ୍କ ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରୁଥିଲେ। ଦୁହିଁଙ୍କ ଅଭିନୟ, ଆଖିର ଭାଷା ଓ ପରସ୍ପର ପ୍ରତି ଥିବା ଆକର୍ଷଣକୁ ନେଇ ଅନେକ କଥା କୁହାଯାଏ। କିନ୍ତୁ ଏହି ଚର୍ଚ୍ଚିତ କାହାଣୀର ଶେଷ ଏମିତି ହେଲା ଯେ, ଦୀର୍ଘ ୪୫ ବର୍ଷ ହେଲା ଦୁହେଁ ଆଉ କୌଣସି ଫିଲ୍ମରେ ଏକାଠି ନଜର ଆସିନାହାନ୍ତି। ତେବେ ବିଗ୍ ବି ଅମିତାଭ ବଚ୍ଚନ ୮୪ ବର୍ଷରେ ପାଦ ଥାପିଛନ୍ତି, ସେହିପରି ରେଖା ମଧ୍ୟ ନିଜ ବର୍ଥଡେ ସେଲିବ୍ରେଟ୍ କରିଥିଲେ। ସେ ୭୨ ବର୍ଷ ବୟସରେ ପାଦ ରଖିଛନ୍ତି। ୧୯୭୦ ଦଶକର ମଧ୍ୟଭାଗରୁ ଅମିତାଭ ବଚ୍ଚନ ଓ ରେଖାଙ୍କ ସମ୍ପର୍କକୁ ନେଇ ବଲିଉଡ୍ରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଦୁହେଁ ଏକାଧିକ ଫିଲ୍ମରେ ଏକାଠି କାମ କରିଥିଲେ। ସେମାନଙ୍କ ଯୋଡ଼ି ପରଦାରେ ଯେଉଁ ରୋମାଣ୍ଟିକ୍ ମାହୋଲ ସୃଷ୍ଟି କରୁଥିଲା, ତାହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା। ୧୯୭୦ ଦଶକର ମଧ୍ୟଭାଗରୁ ଅମିତାଭ ବଚ୍ଚନ ଓ ରେଖାଙ୍କ ସମ୍ପର୍କକୁ ନେଇ ବଲିଉଡ୍ରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଦୁହେଁ ଏକାଧିକ ଫିଲ୍ମରେ ଏକାଠି କାମ କରିଥିଲେ। ସେମାନଙ୍କ ଯୋଡ଼ି ପରଦାରେ ଯେଉଁ ରୋମାଣ୍ଟିକ୍ ମାହୋଲ ସୃଷ୍ଟି କରୁଥିଲା, ତାହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା। ଅମିତାଭ ବଚ୍ଚନ ସେତେବେଳେ ଜୟା ବଚ୍ଚନଙ୍କୁ ବିବାହ କରିସାରିଥିଲେ। ତାଙ୍କ ପରିବାର ଓ ପିଲାମାନେ ମଧ୍ୟ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ୧୯୮୦ ଦଶକର ଆରମ୍ଭ ବେଳକୁ ଅମିତାଭ ଓ ରେଖାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଧୀରେ ଧୀରେ ଅନ୍ୟ ମୋଡ଼ ନେଇଥିଲା। ପ୍ରଚଳିତ ଖବର ଅନୁସାରେ, ପରିବାରକୁ ଗୁରୁତ୍ୱ ଦେଇ ଅମିତାଭ ରେଖାଙ୍କଠାରୁ ଦୂରତା ରଖିବାକୁ ଉଚିତ ମଣିଥିଲେ। ତେବେ ଏହି ସମ୍ପର୍କର ଅନ୍ତ ପଛରେ ଥିବା ପ୍ରକୃତ କାରଣକୁ ନେଇ ଆଜି ବି ବିଭିନ୍ନ ମତ ରହିଛି। ଦୁହିଁଙ୍କ ମଧ୍ୟରେ କ’ଣ ଘଟିଥିଲା, ତାହାର ସମ୍ପୂର୍ଣ୍ଣ ସତ୍ୟ ସର୍ବସାଧାରଣରେ ସ୍ପଷ୍ଟ ହୋଇନାହିଁ । ୧୯୮୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସିଲସିଲା’ ଅମିତାଭ ବଚ୍ଚନ ଓ ରେଖାଙ୍କ ଏକାଠି ଅଭିନୟ କରିଥିବା ଶେଷ ଫିଲ୍ମ ଭାବେ ପରିଚିତ। ଏହି ଫିଲ୍ମରେ ଜୟା ବଚ୍ଚନ ମଧ୍ୟ ଅଭିନୟ କରିଥିଲେ। ଫିଲ୍ମର କାହାଣୀରେ ପ୍ରେମ, ବିବାହ, ଦ୍ୱନ୍ଦ୍ୱ ଓ ତ୍ୟାଗର ଭାବନା ରହିଥିଲା। ଏହାର ବାସ୍ତବ ଜୀବନ ସହ ସାମଞ୍ଜସ୍ୟ ରହିଛି ବୋଲି ଦର୍ଶକ ଅନେକ ସମୟରେ ଆଲୋଚନା କରିଛନ୍ତି। ଫିଲ୍ମରେ ଅମିତାଭ ଓ ରେଖାଙ୍କ ରୋମାଣ୍ଟିକ୍ ସିନ୍ସ ଏବଂ ଜୟାଙ୍କ ଅଭିନୟ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିଥିଲା। କିନ୍ତୁ ଏହି ଫିଲ୍ମ ପରେ ଦୁହେଁ ଆଉ କୌଣସି ଫିଲ୍ମରେ ଏକାଠି ନଜର ଆସିନାହାଁନ୍ତି । ପରଦାରେ ଯେଉଁ ଯୋଡ଼ିକୁ ଦର୍ଶକ ଏତେ ଭଲ ପାଇଥିଲେ, ସେହି ଯୋଡ଼ିକୁ ପୁଣି ଥରେ ଦେଖିବାର ଆଶା ଆଜି ବି ଅନେକଙ୍କ ମନରେ ରହିଛି ।

