ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରାଙ୍କ ଲଭ୍ ଲାଇଫ୍କୁ ନେଇ ପୁଣି ଚର୍ଚ୍ଚା ! ହୀରା ବ୍ୟବସାୟୀ ହର୍ଷ ମେହେଟ୍ଟାଙ୍କ ସହ ସମ୍ପର୍କକୁ ନେଇ ଖବର ଆସୁଥିବା ବେଳେ, ଏବେ ଯୋଗ ଉଦ୍ୟୋଗୀ ସର୍ବେଶ ଶଶୀଙ୍କ ସହ ତାଙ୍କର ଫଟୋ ଭାଇରାଲ୍ ହେଉଛି । ଆବୁଧାବିର ପ୍ରସିଦ୍ଧ ଶେଖ୍ ଜାଏଦ୍ ଗ୍ରାଣ୍ଡ ମସଜିଦ୍ରେ ଦୁହିଁଙ୍କୁ ଏକାଠି ଦେଖିବା ପରେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା । ବୟସକୁ ନେଇ ହେଉ କି ନିଜ ଫ୍ୟାଶନ୍ ଷ୍ଟାଇଲ୍କୁ ନେଇ, ବଲିଉଡ୍ରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ମଲାଇକା ଅରୋରା । କିନ୍ତୁ ଏଥର ଚର୍ଚ୍ଚାର କାରଣ ତାଙ୍କର ବ୍ୟକ୍ତିଗତ ଜୀବନ । ହର୍ଷ ମେହେଟ୍ଟାଙ୍କ ସହ ସମ୍ପର୍କକୁ ନେଇ ଆଲୋଚନା ଥମିନଥିବା ବେଳେ, ସର୍ବେଶ ଶଶୀଙ୍କ ସହ ତାଙ୍କର ଫଟୋ ସୋସିଆଲ୍ ମିଡିଆରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି । ଆବୁଧାବିର ଶେଖ୍ ଜାଏଦ୍ ଗ୍ରାଣ୍ଡ ମସଜିଦ୍ରେ ମଲାଇକା ଓ ସର୍ବେଶଙ୍କ ଏକ ଫଟୋ ସାମ୍ନାକୁ ଆସିଛି । ଦୁହିଁଙ୍କ ଫଟୋ ଓ ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ପୋଷ୍ଟକୁ ନେଇ ପ୍ରଶଂସକଙ୍କ ମଧ୍ୟରେ କଳ୍ପନାଜଳ୍ପନା ବଢ଼ିଛି । ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ । ସର୍ବେଶ ଶଶୀ ହେଉଛନ୍ତି ଜଣେ ଯୋଗ ଉଦ୍ୟୋଗୀ ଏବଂ ୱେଲନେସ୍ ପ୍ଲାଟଫର୍ମ SARVAର ପ୍ରତିଷ୍ଠାତା । ୨୦୧୩ରେ ସେ ‘Zorba’ ନାମରେ ଯୋଗ ଷ୍ଟୁଡିଓ ଆରମ୍ଭ କରିଥିଲେ । ପରେ ୨୦୧୮ରେ ଏହାକୁ SARVA ନାମରେ ପରିଚିତ କରାଯାଇଥିଲା । ସେହି ବର୍ଷ ମଲାଇକା ଅରୋରାଙ୍କ ସହ ମିଶି ମହିଳାଙ୍କ ପାଇଁ ଯୋଗ ଓ ୱେଲନେସ୍ ପ୍ଲାଟଫର୍ମ ‘Diva Yoga’ ମଧ୍ୟ ଆରମ୍ଭ କରିଥିଲେ । ଅର୍ଥାତ୍, ମଲାଇକା ଓ ସର୍ବେଶଙ୍କ ମଧ୍ୟରେ ପୂର୍ବରୁ ବ୍ୟବସାୟିକ ସମ୍ପର୍କ ରହିଛି । ସର୍ବେଶ ଯୋଗ ଓ ସୁସ୍ଥ ଜୀବନଶୈଳୀ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ୨୦୨୪ରେ ସେ ‘How To Fall In Love with Yoga’ ନାମକ ପୁସ୍ତକ ମଧ୍ୟ ଲେଖିଥିଲେ । ୧୯୯୮ରେ ମଲାଇକା ଅଭିନେତା ତଥା ପ୍ରଯୋଜକ ଅରବାଜ ଖାନଙ୍କୁ ବିବାହ କରିଥିଲେ । ପ୍ରାୟ ୧୯ ବର୍ଷର ବୈବାହିକ ଜୀବନ ପରେ ୨୦୧୭ରେ ଦୁହେଁ ଅଲଗା ହୋଇଥିଲେ । ସେମାନଙ୍କର ପୁଅ ଆରହାନ ଖାନଙ୍କ ଲାଳନପାଳନରେ ଉଭୟ ଗୁରୁତ୍ୱ ଦେଇଆସିଛନ୍ତି । ପରବର୍ତ୍ତୀ ସମୟରେ ଅଭିନେତା ଅର୍ଜୁନ କପୁରଙ୍କ ସହ ମଲାଇକାଙ୍କ ସମ୍ପର୍କ ଚର୍ଚ୍ଚାରେ ରହିଥିଲା । ଦୁହିଁଙ୍କ ଅଲଗା ହେବା ଖବର ପରେ ମଲାଇକାଙ୍କ ନୂଆ ସମ୍ପର୍କକୁ ନେଇ ବିଭିନ୍ନ ଖବର ପ୍ରକାଶ ପାଇଛି । ଏହାରି ମଧ୍ୟରେ ହର୍ଷ ମେହେଟ୍ଟାଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଥିଲା । କିନ୍ତୁ ଏବେ ସର୍ବେଶ ଶଶୀଙ୍କ ସହ ଫଟୋ ଭାଇରାଲ୍ ହେବା ପରେ ପୁଣି ଆଲୋଚନା ଆରମ୍ଭ ହୋଇଛି ।

