• Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351

23 Oct 2026, Fri

ପାର୍ବଣ ଆସିଲେ ଜମେ ମେଲୋଡି । ରଙ୍ଗିନ ଆଲୋକ, ଝଲମଲ ମଞ୍ଚ, ଆଉ ମନଛୁଆଁ ଗୀତର ତାଳେ ତାଳେ ଝୁମନ୍ତି ଦର୍ଶକ । ଦୁର୍ଗାପୂଜା ହେଉ କି ଅନ୍ୟ ପାର୍ବଣ, ଓଡ଼ିଶାର ମେଲୋଡି କାର୍ଯ୍ୟକ୍ରମର ରହିଛି ଏକ ସ୍ୱତନ୍ତ୍ର ପରିଚୟ । ପୂଜା କମିଟିଠାରୁ ଆରମ୍ଭ କରି ଦର୍ଶକ, ସମସ୍ତଙ୍କ ମଧ୍ୟରେ ମେଲୋଡିକୁ ନେଇ ରହିଥାଏ ଉତ୍ସାହ। ହେଲେ ଏଥର ପାର୍ବଣରେ ମେଲୋଡି ମଞ୍ଚ ଜମିଥିଲେ ମଧ୍ୟ ଦୁଇ ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ଅନୁପସ୍ଥିତିକୁ ଅନୁଭବ କରିଛନ୍ତି ସଙ୍ଗୀତପ୍ରେମୀ। ଓଡ଼ିଶାର ମେଲୋଡି କିଙ୍ଗ୍ ଅଭିଜିତ ମଜୁମଦାର ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଦୁହିଁଙ୍କ ଗୀତ ମନେ ପକାଇ ଝୁରିଛନ୍ତି ଦର୍ଶକ ଓଡ଼ିଶାରେ ମେଲୋଡି କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ପାର୍ବଣର ଏକ ଅଂଶ । ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ ପରେ ମେଲୋଡି ମଞ୍ଚରେ ଭିଡ଼ ଜମାଇଥାନ୍ତି ଦର୍ଶକ। ପ୍ରିୟ କଳାକାରଙ୍କ ଗୀତ ଶୁଣିବାକୁ ଅନେକ ଦର୍ଶକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥାନ୍ତି। ଏଥିପାଇଁ ପୂଜା କମିଟିଗୁଡ଼ିକ ମଧ୍ୟ ଆଗୁଆ ଲୋକପ୍ରିୟ ଅର୍କେଷ୍ଟ୍ରା ଓ କଣ୍ଠଶିଳ୍ପୀଙ୍କୁ ବୁକ୍ କରିଥାନ୍ତି । କିନ୍ତୁ ଚଳିତ ବର୍ଷର ପାର୍ବଣରେ ମେଲୋଡି ମଞ୍ଚରେ ଉତ୍ସାହ ଥିଲେ ମଧ୍ୟ ଅଭିଜିତ ମଜୁମଦାର ଓ ହ୍ୟୁମାନ ସାଗରଙ୍କ ଅନୁପସ୍ଥିତି ଅନେକ ସଙ୍ଗୀତପ୍ରେମୀଙ୍କୁ ମନେ ପଡ଼ିଛି । ଦୁହିଁଙ୍କ କଣ୍ଠରେ ଶୁଣିବାକୁ ମିଳୁଥିବା ଲୋକପ୍ରିୟ ଓଡ଼ିଆ ଗୀତ ଶ୍ରୋତାଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ନେଇଛି । ଅଭିଜିତ ମଜୁମଦାର। ଓଡ଼ିଆ ସଙ୍ଗୀତ ଜଗତର ଏକ ପରିଚିତ ନାଁ। ନିଜର ସ୍ୱତନ୍ତ୍ର ସଙ୍ଗୀତ ଶୈଳୀ, ଆକର୍ଷଣୀୟ ସ୍ୱର ଓ ମେଲୋଡି ଗୀତ ପାଇଁ ସେ ଶ୍ରୋତାଙ୍କ ନିକଟରେ ଲୋକପ୍ରିୟ ହୋଇଥିଲେ। ସେହିପରି ହ୍ୟୁମାନ ସାଗରଙ୍କ କଣ୍ଠରେ ଥିବା ଭାବପ୍ରବଣତା ଓ ରୋମାଣ୍ଟିକ୍ ଗୀତର ଆକର୍ଷଣ ତାଙ୍କୁ ଏକ ବଡ଼ ଶ୍ରୋତାବର୍ଗ ଦେଇଥିଲା। ଦୁହିଁଙ୍କ ଗୀତ କେବଳ ମୋବାଇଲ୍ କିମ୍ବା ଇୟରଫୋନ୍‌ରେ ଶୁଣିବାରେ ସୀମିତ ନଥିଲା। ମେଲୋଡି ମଞ୍ଚରେ ଲାଇଭ୍ ପରଫର୍ମାନ୍ସ ସମୟରେ ଦର୍ଶକଙ୍କ ଉତ୍ସାହ, ତାଳି ଓ ଗୀତ ସହ ଗାଇବାର ଅନୁଭୂତି ଏହି କଳାକାରଙ୍କ ସହ ଶ୍ରୋତାଙ୍କ ଭାବନାତ୍ମକ ସମ୍ପର୍କକୁ ଆହୁରି ମଜଭୁତ କରିଥିଲା। ତେଣୁ ଏଥର ମେଲୋଡି ମଞ୍ଚରେ ଅନ୍ୟ କଳାକାରଙ୍କ ପରିବେଷଣ ଚାଲିଥିଲେ ମଧ୍ୟ ଅଭିଜିତ ଓ ହ୍ୟୁମାନଙ୍କ ଗୀତକୁ ମନେ ପକାଇଛନ୍ତି ଅନେକସଙ୍ଗୀତପ୍ରେମୀ। ଅଭିଜିତ ମଜୁମଦାର ଓ ହ୍ୟୁମାନ ସାଗରଙ୍କ ଗୀତ ଆଜି ବି ଶ୍ରୋତାଙ୍କ ମନରେ ରହିଛି। ତେବେ ଏଥର ପାର୍ବଣରେ ଦୁହିଁଙ୍କ ଅନୁପସ୍ଥିତିକୁ ନେଇ ଦର୍ଶକଙ୍କ ଭାବନା ହିଁ ପ୍ରମାଣ କରୁଛି, ଜଣେ କଳାକାରଙ୍କ ପରିଚୟ କେବଳ ତାଙ୍କ ଗୀତରେ ନୁହେଁ, ଶ୍ରୋତାଙ୍କ ହୃଦୟରେ ମଧ୍ୟ ରହିଥାଏ।

Leave a Reply

Your email address will not be published. Required fields are marked *