• Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351

23 Oct 2026, Fri

କାହିଁକି ବିଜୟଙ୍କୁ ‘ରେଡ୍ ଫ୍ଲାଗ୍’ କହି ଟ୍ରୋଲ୍ କଲେ ୟୁଜର୍ସ !

ବିବାହକୁ ପୂରିନି ୯ ମାସ, ଆଉ ଏବେ ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡା ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସମ୍ପର୍କ! ଦୁହିଁଙ୍କ ବିବାହକୁ ନେଇ ଏକ ପୁରୁଣା ଘଟଣା ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚାକୁ ଆସିବା ପରେ ଟ୍ରୋଲ୍ ହେଉଛନ୍ତି ବିଜୟ। କିଛି ୟୁଜର୍ସ ତାଙ୍କୁ ‘ରେଡ୍ ଫ୍ଲାଗ୍’ ବୋଲି କହୁଥିବା ବେଳେ ଆଉ କିଛି ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡ଼ି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା। ଦୁହିଁଙ୍କ ଅନ୍‌ସ୍କ୍ରିନ୍ କେମେଷ୍ଟ୍ରି ହେଉ କି ବ୍ୟକ୍ତିଗତ ଜୀବନ, ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଏହି ଯୋଡ଼ି। ଆଉ ଏବେ ବିବାହକୁ ନେଇ ଏକ ପୁରୁଣା କଥା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ନୂଆ ବିତର୍କ। ଖବର ଅନୁସାରେ, ‘କଫି ୱିଥ୍ କରଣ ୯’ର ଏକ ଏପିସୋଡ୍‌ରେ ରଶ୍ମିକା ଓ ବିଜୟ ନିଜ ସମ୍ପର୍କ ଏବଂ ବିବାହକୁ ନେଇ କିଛି କଥା କହିଥିବା ଦାବି କରାଯାଇଛି। ଏହି ଆଲୋଚନାରେ ରଶ୍ମିକା ଏକ ପୁରୁଣା ଘଟଣା ବିଷୟରେ କହିଥିଲେ। ରଶ୍ମିକାଙ୍କ କହିବା ଅନୁସାରେ, ଥରେ ବିମାନବନ୍ଦରରେ ସେ ବିଜୟଙ୍କୁ ବିବାହ ବିଷୟରେ ପଚାରିବା ସହ ପ୍ରପୋଜ୍ କରିଥିଲେ। କିନ୍ତୁ ବିଜୟ ତୁରନ୍ତ ହଁ କହିନଥିଲେ। ବରଂ ଏହି ପ୍ରସ୍ତାବ ବିଷୟରେ ତାଙ୍କୁ ଆହୁରି ଶହେ ଥର ପଚାରିବାକୁ ପଡ଼ିବ ବୋଲି କହିଥିଲେ । ବିଜୟଙ୍କ ଯୁକ୍ତି ଥିଲା, ବିବାହ ଏକ ବଡ଼ ନିଷ୍ପତ୍ତି। କେବଳ ଭାବପ୍ରବଣ ହୋଇ ଏପରି ନିଷ୍ପତ୍ତି ନେବା ଉଚିତ ନୁହେଁ। ଏଥିପାଇଁ ଭଲ ଭାବେ ଚିନ୍ତା କରିବା ଜରୁରୀ। ରଶ୍ମିକାଙ୍କ କହିବା ଅନୁସାରେ, ବିଜୟଙ୍କ ସମ୍ମତି ପାଇବା ପାଇଁ ତାଙ୍କୁ ପ୍ରାୟ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ଆଉ ଏହି କଥା ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚାକୁ ଆସିବା ପରେ ଦୁଇ ଭାଗ ହୋଇଯାଇଛନ୍ତି ୟୁଜର୍ସ। କିଛି ୟୁଜର୍ସ ବିଜୟଙ୍କ ଆଚରଣକୁ ସମାଲୋଚନା କରି ତାଙ୍କୁ ‘ରେଡ୍ ଫ୍ଲାଗ୍’ ବୋଲି କହିଛନ୍ତି। ସେମାନଙ୍କ ମତରେ, ସମ୍ପର୍କରେ ଉଭୟଙ୍କ ଭାବନାକୁ ସମ୍ମାନ ଦେବା ଜରୁରୀ। ଆଉ କିଛି ଲୋକ ବିଜୟଙ୍କୁ ଟକ୍ସିକ୍ ବୋଲି ମଧ୍ୟ ସମାଲୋଚନା କରିଛନ୍ତି। କେବଳ ବିଜୟ ନୁହେଁ, ରଶ୍ମିକାଙ୍କ ନିଷ୍ପତ୍ତିକୁ ନେଇ ମଧ୍ୟ କିଛି ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *