• Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351

26 Oct 2026, Mon

ଆଗକୁ ଦୀପାବଳି, ବଢ଼ିପାରେ ସୁନା ଦର ! ଗହଣା କିଣିବା ପୂର୍ବରୁ ଜାଣନ୍ତୁ ରେଟ୍

ଆଗକୁ ଆସୁଛି ଦୀପାବଳି। ପାର୍ବଣ ଋତୁରେ ସୁନା କିଣିବାକୁ ଅନେକ ଗ୍ରାହକ ଯୋଜନା କରୁଥିବା ବେଳେ ସୁନା ଦରକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୪୨ ହଜାର ୫୮୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନାର ଦର ରହିଛି ୧ ଲକ୍ଷ ୩୦ ହଜାର ୭୦୦ ଟଙ୍କା। ତେବେ ଦେଶର ପ୍ରମୁଖ ସହରଗୁଡ଼ିକରେ କେତେ ରହିଛି ସୁନା ଦର? ପାର୍ବଣ ହେଉ କି ବିବାହ ଋତୁ, ଭାରତୀୟ ପରିବାରରେ ସୁନାର ଚାହିଦା ସବୁବେଳେ ରହିଥାଏ। ବିଶେଷକରି ଦୀପାବଳି ସମୟରେ ଅନେକ ଲୋକ ସୁନା ଓ ରୁପା କିଣିବାକୁ ଶୁଭ ମନେ କରନ୍ତି। କିନ୍ତୁ ସୁନା ଦରରେ ପରିବର୍ତ୍ତନ ହେଉଥିବାରୁ ଗହଣା କିଣିବା ପୂର୍ବରୁ ଦର ଜାଣିବା ଜରୁରୀ। ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧ ଲକ୍ଷ ୪୨ ହଜାର ୫୮୦ ଟଙ୍କା ରହିଛି। ଅନ୍ୟପଟେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ ଲକ୍ଷ ୩୦ ହଜାର ୭୦୦ ଟଙ୍କା ରହିଛି। ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୪୨ ହଜାର ୫୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ ଲକ୍ଷ ୩୦ ହଜାର ୭୦୦ ଟଙ୍କା ରହିଛି। ମୁମ୍ବାଇରେ ମଧ୍ୟ ୨୪ କ୍ୟାରେଟ୍ ସୁନାର ଦର ୧ ଲକ୍ଷ ୪୨ ହଜାର ୫୮୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ଦର ୧ ଲକ୍ଷ ୩୦ ହଜାର ୭୦୦ ଟଙ୍କା ରହିଛି। ସେହିପରି ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୪୨ ହଜାର ୭୩୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧ ଲକ୍ଷ ୩୦ ହଜାର ୮୫୦ ଟଙ୍କା ରହିଛି। ଚେନ୍ନାଇ ଓ କୋଲକାତାରେ ମଧ୍ୟ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧ ଲକ୍ଷ ୪୨ ହଜାର ୫୮୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ ଲକ୍ଷ ୩୦ ହଜାର ୭୦୦ ଟଙ୍କା ରହିଛି। କେବଳ ସୁନା ନୁହେଁ, ରୁପା ଦର ମଧ୍ୟ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦିଆଯାଇଥିବା ତଥ୍ୟ ଅନୁସାରେ, ରୁପାର ମୂଲ୍ୟ କିଲୋଗ୍ରାମ ପିଛା ୨ ଲକ୍ଷ ୨୦ ହଜାର ଟଙ୍କା ରହିଛି।

Leave a Reply

Your email address will not be published. Required fields are marked *