ବିଷପାନ କରି ଜୀବନ ହାରିଲେ ଆଲବମ୍ ଅଭିନେତ୍ରୀ ଜସ୍ମିନ । ତାଙ୍କ ମୃତ୍ୟୁକୁ ନେଇ ନାନା ରହସ୍ୟ ଓ ଆଲୋଚନା ବଢିଛି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଘୁଚାପାଳି ଗାଁର ଜଣାଶୁଣା ସମ୍ବଲପୁରୀ ଆଲବମ କଳାକାର ତଥା ସଂକୀର୍ତ୍ତନ ଗାୟିକା ଜସ୍ମିନ ମାଝୀଙ୍କ ମୃତ୍ୟୁ ଘଟିଛି। ବିଷପାନ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ତେବେ କେଉଁ କାରଣ ପାଇଁ ବିଷପାନ କଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଗତ ଶୁକ୍ରବାର ଦିନ ସେ ଘରେ ପାଇଖାନା ସଫା କରିବାକୁ ରଖାଯାଇଥିବା ଏସିଡ ପାଣିକୁ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ପ୍ରଥମେ ଖପ୍ରାଖୋଲ ମେଡିକାଲକୁ ନେଇଥିଲେ । ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ନେଇ ଚିକିତ୍ସା କରିଥିଲେ । କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

