• Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351

24 Oct 2026, Sat

ଗ୍ୟାଙ୍ଗଷ୍ଟାରଙ୍କ ଟାର୍ଗେଟରେ ଅମିତାଭଙ୍କ ‘ଜଲ୍‌ସା’ !

ବଲିଉଡ୍‌ରେ ଆତଙ୍କ! ଜଣଙ୍କ ପରେ ଜଣେ ସେଲିବ୍ରିଟିଙ୍କୁ ଟାର୍ଗେଟ୍‌ କରାଯାଉଛି। ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଏବଂ ପଞ୍ଜାବୀ ଗାୟକ ଦିଲଜିତ୍‌ ଦୋସାଞ୍ଜଙ୍କୁ ଧମକ ମିଳିଥିବା ଖବର ସାମ୍ନାକୁ ଆସିଛି। ଅମିତାଭଙ୍କ ବଙ୍ଗଳା ‘ଜଲ୍‌ସା’କୁ ବୋମାରେ ଉଡ଼ାଇ ଦେବାର ଧମକ। ଅନ୍ୟପଟେ ଦିଲଜିତ୍‌ଙ୍କ କାର୍ଯ୍ୟକ୍ରମରେ ଆକ୍ରମଣ ଧମକ। ଏପରିକି ମୁମ୍ବାଇ ମହାନଗର ନିଗମ ବା ବିଏମ୍‌ସି ମୁଖ୍ୟାଳୟକୁ ମଧ୍ୟ ବୋମାରେ ଉଡ଼ାଇବାକୁ ଧମକ ଦିଆଯାଇଥିବା ସୂଚନା ମିଳିଛି। ଏହାପରେ ମୁମ୍ବାଇ ପୁଲିସର ସୁରକ୍ଷା ଯାଞ୍ଚ ଓ ତଦନ୍ତ ଜୋରଦାର ହୋଇଛି। ସୂଚନା ଅନୁସାରେ, ମୁମ୍ବାଇ ମେୟର ରିତୁ ତାୱଡ଼େଙ୍କ କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ଆସିଥିଲା। ଏଥିରେ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କ ବାସଭବନ ‘ଜଲ୍‌ସା’କୁ ଟାର୍ଗେଟ୍‌ କରିବାର ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଇ-ମେଲ୍‌ରେ ଅକ୍ଟୋବର ୩୧ରୁ ନଭେମ୍ବର ୨୭ ମଧ୍ୟରେ ଆକ୍ରମଣ ହୋଇପାରେ ବୋଲି ଉଲ୍ଲେଖ ଥିବା ସୂଚନା ମିଳିଛି। ଏହି ଧମକରେ ୧୯୮୪ ମସିହାର ଅପରେସନ୍‌ ବ୍ଲୁ ଷ୍ଟାର୍‌ର ପ୍ରତିଶୋଧ କଥା ମଧ୍ୟ ଉଲ୍ଲେଖ ରହିଥିବା କୁହାଯାଉଛି। ଏହାସହ ପଞ୍ଜାବୀ ଗାୟକ ଦିଲଜିତ୍‌ ଦୋସାଞ୍ଜଙ୍କୁ ନଭେମ୍ବର ୨୭ ତାରିଖରେ ମୁମ୍ବାଇର ମହାଲକ୍ଷ୍ମୀ ରେସ୍‌କୋର୍ସରେ ହେବାକୁ ଥିବା କାର୍ଯ୍ୟକ୍ରମ ସମୟରେ ଆକ୍ରମଣ କରିବାର ଧମକ ଦିଆଯାଇଥିବା ଖବର ପ୍ରକାଶ ପାଇଛି। କେବଳ ଏତିକି ନୁହେଁ, ଇ-ମେଲ୍‌ରେ ବିଏମ୍‌ସି ମୁଖ୍ୟାଳୟକୁ ମଧ୍ୟ ଅପରାହ୍ନ ୩ଟାରେ ବୋମାରେ ଉଡ଼ାଇବାର ଧମକ ଥିବା କୁହାଯାଇଛି। ଏହାପରେ ପୁଲିସ ପ୍ରଶାସନ ତତ୍ପର ହୋଇଉଠିଥିଲା। ମୁମ୍ବାଇ ପୁଲିସ ସହ ଡଗ୍‌ ସ୍କ୍ୱାଡ୍‌ ଏବଂ ବୋମା ନିରୋଧୀ ଦଳ ବିଏମ୍‌ସି ମୁଖ୍ୟାଳୟରେ ପହଞ୍ଚିଥିଲେ। ମେୟର ଓ ଡେପୁଟି ମେୟରଙ୍କ କାର୍ଯ୍ୟାଳୟ ସମେତ ପୂରା ମୁଖ୍ୟାଳୟରେ ଯାଞ୍ଚ କରାଯାଇଥିଲା। ତେବେ ଏହି ଯାଞ୍ଚ ସମୟରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *