19 Oct 2026, Mon

ଅନ୍ତ ହେଲା ଦୀର୍ଘ ୮ ବର୍ଷର ଅପେକ୍ଷା,୨୦୧୭ରୁ ବନ୍ଦ ଥିଲା ନିର୍ବାଚନ !

ଦୀର୍ଘ ୮ ବର୍ଷର ଅପେକ୍ଷା ପରେ କ୍ୟାମ୍ପସରେ ପୁଣି ବାଜିଛି ନିର୍ବାଚନ ବିଗୁଲ୍ । ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆସିଛି ବିଜ୍ଞପ୍ତି । ଦୀର୍ଘ ସମୟ ପରେ କ୍ୟାମ୍ପସ୍ ଇଲେକ୍ସନ୍ ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସୂଚନା । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ସୂଚନା ଦେଲେ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ କହିଛନ୍ତି ଯେ, କଲେଜ ପକ୍ଷରୁ ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ୯ ତାରିଖରେ ନାମାଙ୍କନ ଦାଖଲ ନେଇ ମନ୍ତ୍ରୀଙ୍କ ସୂଚନା । ୧୬ ତାରିଖରେ ଶପଥ ନେବେ ନବ ନିର୍ବାଚିତ ଛାତ୍ରନେତା ।୧୬ ତାରିଖରେ ଶପଥ ନେବେ ନବ ନିର୍ବାଚିତ ଛାତ୍ରନେତା ବୋଲି କହିଛନ୍ତି । ଏହା ସହ ସେ କହିଛନ୍ତି, ଯୁବ ନେତୃତ୍ୱକୁ ସବୁବେଳେ ଆଗକୁ ନେବାର ଆମର ଲକ୍ଷ୍ୟ । ନିର୍ବାଚନୀ ଇସ୍ତାହାରରେ କଲେଜ ନିର୍ବାଚନ କରିବାକୁ ପ୍ରତିଶ୍ରୁତି ଦେଇଥିଲୁ । ୨୦୨୬ରେ ନିର୍ବାଚନ କରି ତାହା ପାଳନ କରିବାକୁ ଯାଉଛୁ । ୨୦୧୭ରୁ ନିର୍ବାଚନ ବନ୍ଦ କରାଯାଇଥିଲା, ଆମେ କରିବାକୁ ଯାଉଛୁ । ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଛି ।  ଛାତ୍ର ସଂସଦ ନିର୍ବାଚନ ପାଇଁ ଅକ୍ଟୋବର ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୯ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଏହାପରେ ଅକ୍ଟୋବର ୧୫ ତାରିଖରେ କ୍ୟାମ୍ପସରେ ଭୋଟ୍ ଗ୍ରହଣ ହେବ। ଦଶହରା ଛୁଟି ଆରମ୍ଭ ହେବା ପୂର୍ବରୁ ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ। ନିର୍ବାଚନ ପରେ ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ରାଜ୍ୟରେ ଶେଷଥର ପାଇଁ ୨୦୧୭ରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ୨୦୧୮ରୁ କ୍ୟାମ୍ପସ୍ ଇଲେକ୍ସନ୍ ବନ୍ଦ ରହିଥିଲା। କ୍ୟାମ୍ପସ୍ ସମ୍ପର୍କିତ ବିଭିନ୍ନ ସମସ୍ୟା ସହ କୋଭିଡ୍ ପରିସ୍ଥିତିକୁ ନେଇ ମଧ୍ୟ ଦୀର୍ଘ ସମୟ ଧରି ଛାତ୍ର ସଂସଦ ନିର୍ବାଚନ ହୋଇପାରିନଥିଲା। କୋଭିଡ ପରେ ମଧ୍ୟ ପୂର୍ବ ସରକାର ଏ ନେଇ କୌଣସି ପଦକ୍ଷେପ ନେଇନଥିଲେ।  ଫଳରେ ବର୍ଷ ବର୍ଷ ଧରି ଅନେକ କ୍ୟାମ୍ପସରେ ନିର୍ବାଚିତ ଛାତ୍ର ପ୍ରତିନିଧିତ୍ୱ ନଥିଲା। ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ନିର୍ବାଚିତ ପ୍ରତିନିଧି ନଥିବାରୁ କ୍ୟାମ୍ପସ୍ ରାଜନୀତିରେ ମଧ୍ୟ ଏକ ପ୍ରକାର ଶୂନ୍ୟତା ଦେଖାଦେଇଥିଲା। 
କ୍ୟାମ୍ପସ୍ ଇଲେକ୍ସନ୍ ପୁଣି ଆରମ୍ଭ କରିବା ନେଇ ବିଜେପି ପକ୍ଷରୁ ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ନିର୍ବାଚନ ତାରିଖ ଓ କାର୍ଯ୍ୟସୂଚୀ ସାମ୍ନାକୁ ଆସିବା ପରେ ରାଜ୍ୟର କ୍ୟାମ୍ପସଗୁଡ଼ିକରେ ପୁଣି ଛାତ୍ର ରାଜନୀତି ସରଗରମ ହେବାର ବାଟ ଫିଟିଛି। ଭୁବନେଶ୍ଵର ରୁ ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ ଙ୍କ ରିପୋର୍ଟ ଜନନୀ ଓଡ଼ିଶା ନ୍ୟୁଜ।

Leave a Reply

Your email address will not be published. Required fields are marked *