• Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351

30 Oct 2026, Fri

ବାତ୍ୟା ‘ଅର୍ଣ୍ଣବ’: ଓଡ଼ିଶାରେ ବଡ଼ କ୍ଷୟକ୍ଷତି ନାହିଁ !

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଆସିଛି ଆଶ୍ୱସ୍ତିକର ଖବର। ଓଡ଼ିଶାରେ ଏଯାଏଁ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ଖବର ମିଳିନାହିଁ। ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ପ୍ରାୟ ଛଅ ଘଣ୍ଟା ଧରି ଚାଲିଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ। ତେବେ ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବିଶେଷକରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିଛି। ଏପଟେ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଓଡ଼ିଶାରେ ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ନେଇ ଏଯାଏଁ କୌଣସି ଖବର ମିଳିନାହିଁ। ବୁଧବାର ଦିନ ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ। ଗଣମାଧ୍ୟମକୁ ସୂଚନା ଦେଇ SRC କହିଛନ୍ତି ଯେ, ବାତ୍ୟାର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଭୋର ପ୍ରାୟ ୨ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଚାଲିଥିଲା। ଅର୍ଥାତ୍ ପ୍ରାୟ ଛଅ ଘଣ୍ଟା ଧରି ଏହି ପ୍ରକ୍ରିୟା ଜାରି ରହିଥିଲା। ଏହି ସମୟରେ ବାତ୍ୟାଟି ଦୀର୍ଘ ସମୟ ଧରି ପ୍ରାୟ ସ୍ଥିର ଅବସ୍ଥାରେ ରହିଥିଲା। ବର୍ତ୍ତମାନ ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା ବେଳେ ବାତ୍ୟାଟି ନିର୍ଦ୍ଧାରିତ ପଥରେ ସ୍ଥଳଭାଗ ଉପରେ ଆଗକୁ ବଢ଼ୁଥିବା ସେ ସୂଚନା ଦେଇଛନ୍ତି। ତେବେ ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ରହିଛି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ଗଜପତି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ରାୟଗଡ଼ା ଓ ଅନ୍ୟ କେତେକ ଜିଲ୍ଲାରେ ବିଶେଷ ବର୍ଷା ରେକର୍ଡ କରାଯାଇନଥିବା SRC କହିଛନ୍ତି। ଗତ ୨୪ ଘଣ୍ଟାର ବର୍ଷା ତଥ୍ୟ ଉପରେ ନଜର ପକାଇଲେ, ଗଜପତି ଜିଲ୍ଲାର ମୋହନା ବ୍ଲକରେ ସର୍ବାଧିକ ୧୮୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ପାରଳାଖେମୁଣ୍ଡିରେ ୧୪୦ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ଏହି ପରିମାଣର ବର୍ଷାକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳର ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି। ବାତ୍ୟା ମୁକାବିଲା ପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ମଧ୍ୟ ନିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ୨ ହଜାରରୁ ଅଧିକ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହାଦ୍ୱାରା ବାତ୍ୟା ସମୟରେ ମା’ ଓ ଶିଶୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଏଥିସହ ବିଭିନ୍ନ ସ୍ଥାନରେ ଅଧିକାରୀମାନଙ୍କୁ ନିୟୋଜିତ କରାଯିବା ସହ ଜିଲ୍ଲା ପ୍ରଶାସନଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷାଜନିତ ସମ୍ଭାବ୍ୟ ସମସ୍ୟା ଏବଂ ଅନ୍ୟାନ୍ୟ ଜରୁରୀ ପରିସ୍ଥିତି ଉପରେ ନଜର ରଖିବାକୁ ପ୍ରଶାସନ ପ୍ରସ୍ତୁତ ରହିଛି।

Leave a Reply

Your email address will not be published. Required fields are marked *