20 Oct 2026, Tue

ମନ୍ଦିରରେ ଦୀପବୀର, ଗଣପତିଙ୍କ କଲେ ଦର୍ଶନ !

ବଲିଉଡର ଚର୍ଚ୍ଚିତ ଦମ୍ପତି ରଣବୀର ସିଂହ ଓ ଦୀପିକା ପାଦୁକୋନ ଶୁକ୍ରବାର ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚି ଭଗବାନ ଗଣେଶଙ୍କ ଦର୍ଶନ କରିଛନ୍ତି । 2ୟ ସନ୍ତାର ମା’ ହେବାକୁ ଯାଉଛନ୍ତି ବଲିଉଡର ମସ୍ତାନୀ ଦୀପିକା ପାଦୁକୋନ ତେଣୁ ଏହି ଦମ୍ପତ୍ତିଙ୍କ ମନ୍ଦିର ଦର୍ଶନ ସମସ୍ତ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ସମୟରେ ରଣବୀରଙ୍କ ମାତାପିତା ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ପୂରା ପରିବାର ସହ ମନ୍ଦିରରେ ପୂଜାର୍ଚ୍ଚନା କରି ଭଗବାନ ଗଣେଶଙ୍କ ଆଶୀର୍ବାଦ ନେଇଥିଲେ ରଣବୀର ଓ ଦୀପିକା । ଦୀପିକାଙ୍କ ଏହି ଟ୍ରାଡିସନାଲ ଲୁକ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା । ଡେଲିଭରି ପୂର୍ବରୁ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକଙ୍କ ଆଶୀର୍ବାଦ ନେବାକୁ ମନ୍ଦିରରେ ଦୀପିକା ଓ ରଣବୀର ପରିବାର ସହ ପହଞ୍ଚିଥିଲେ ।
ଏହି ଅବସରରେ ଦୀପିକା ଅରେଞ୍ଜ ଓ ପର୍ପଲ୍ ରଙ୍ଗର କୁର୍ତ୍ତା ସେଟ୍ ପିନ୍ଧିଥିବା ବେଳେ ରଣବୀର ପର୍ପଲ୍ କୁର୍ତ୍ତା ସହ ଧଳା ପ୍ୟାଣ୍ଟରେ ନଜର ଆସିଥିଲେ। ଉଭୟଙ୍କ ସରଳ ଓ ପାରମ୍ପରିକ ଲୁକ୍‌ ମଧ୍ୟ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୀପିକାଙ୍କ ପୋଷାକ ସହ ମ୍ୟାଚ୍ କରି ରଣବୀର ପିନ୍ଧିଥିଲେ ବାଇଗଣୀ ରଙ୍ଗର କୁର୍ତ୍ତା । ସିଦ୍ଧିବିନାୟକ ମନ୍ଦିର ଯିବାର ଗୋଟିଏ ଦିନ ପୂର୍ବରୁ ରଣବୀର ସିଂହ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କ ଦର୍ଶନ କରିଥିଲେ । ଏହା ପୂର୍ବରୁ ୬ ସେପ୍ଟେମ୍ବର ୨୦୨୪ରେ ଉଭୟ ଏଠାରେ ଦର୍ଶନ କରିଥିଲେ । ଏହାର ମାତ୍ର ଦୁଇ ଦିନ ପରେ ୮ ସେପ୍ଟେମ୍ବରରେ, ସେମାନଙ୍କ ଘରେ କନ୍ୟା ସନ୍ତାନ ଜନ୍ମ ନେଇଥିଲା । ନିକଟରେ ରଣବୀର ଓ ଦୀପିକା ନିଜର ନୂଆ ମାଟର୍ନିଟି ଫଟୋଶୁଟ୍‌ର କିଛି ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର କରିଥିଲେ ।

Leave a Reply

Your email address will not be published. Required fields are marked *