20 Oct 2026, Tue

କୁନି ଲକ୍ଷ୍ମୀଙ୍କୁ ସ୍ବାଗତ କଲେ ଦୀପିକା ଓ ରଣବୀର !

ପୁଣି ଥରେ କୁନି ଲକ୍ଷ୍ମୀଙ୍କୁ ସ୍ବାଗତ କଲେ ଦୀପିବୀର । ପାଦ ଚିହ୍ନକୁ ସେୟାର କଲେ ବଲିଉଡ୍‌ର ଲୋକପ୍ରିୟ ଦମ୍ପତି । ଦୀପିକା ପାଦୁକୋଣ ଏବଂ ରଣବୀର ସିଂଙ୍କ ଘରେ ପୁଣି ଖେଳିଛି ଖୁସିର ଲହରୀ । ବଲିଉଡ୍‌ର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋଣ ଏବଂ ରଣବୀର ସିଂଙ୍କ ଘରେ ପୁଣି ଖେଳିଛି ଖୁସିର ଲହରୀ । ଦୀପିକା ପାଦୁକୋଣ ଦ୍ବିତୀୟ ପ୍ରେଗ୍ନେନ୍ସି ପାଇଁ ସେ ଚର୍ଚ୍ଚାରେ ଥିଲେ । ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି ଦୀପିକା ପାଦୁକୋଣ । ରଣବୀର ସିଂ ଏବଂ ଦୀପିକା ନିଜେ ତାଙ୍କ ଫ୍ୟାନ୍ସଙ୍କ ସହ ଏବେ ଏହି ଖୁସି ଖବରକୁ ସେୟାର କରିଛନ୍ତି । ଯାହା ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି କରିଛି ।
ଦୀପିକା ପାଦୁକୋଣ ଏବଂ ରଣବୀର ସିଂହ ସେମାନଙ୍କ ଦ୍ୱିତୀୟ ସନ୍ତାନର ଖବରକୁ ନିଶ୍ଚିତ କରିଛନ୍ତି । ସେମାନେ ଇନଷ୍ଟାଗ୍ରାମରେ ସେମାନଙ୍କ ଝିଅର ପାଦଚିହ୍ନ ଥିବା ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ଦମ୍ପତି ସେମାନଙ୍କ ଶିଶୁକନ୍ୟାଙ୍କ ଆଗମନର ଖବର ସେୟାର କରିବା ପରେ ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଛି । ବାପ୍ପାଙ୍କ ଆଶୀର୍ବାଦ ପରେ ରଣବୀର ଦ୍ବିତୀୟ ଥର ପାଇଁ କନ୍ୟା ସନ୍ତାନକୁ ଘରକୁ ସ୍ବାଗତ କରିଛନ୍ତି । ଦୀପିକା ଏବଂ ରଣବୀର ସିଂହ ୧୯ ଏପ୍ରିଲ୍ ୨୦୨୬ରେ ସେମାନଙ୍କର ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଥିଲେ । ସେମାନେ ଇନ୍ ଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେମାନଙ୍କର ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଥିଲେ। ଦୀପିକା ଏବଂ ରଣବୀର ମଧ୍ୟ ନିକଟରେ ସେମାନଙ୍କ ଝିଅ ଦୁଆଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ତାଙ୍କର ମୁହଁ ପ୍ରକାଶ କରିଥିଲେ । ଦୀପିକା ଏବଂ ରଣବୀର ନଭେମ୍ବର ୧୪-୧୫, ୨୦୧୮ରେ ବିବାହ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ୮ ସେପ୍ଟେମ୍ବର ୨୦୨୪ରେ ସେମାନଙ୍କ ଝିଅ ଦୁଆଙ୍କୁ ସ୍ୱାଗତ କରିଥିଲେ । ଏବେ, ୧୯ ସେପ୍ଟେମ୍ବରରେ ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ଝିଅକୁ ସ୍ୱାଗତ କରିଛନ୍ତି ।

Leave a Reply

Your email address will not be published. Required fields are marked *