• Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351

30 Oct 2026, Fri

ସୁନାରେ ନିର୍ମାଣ ହେଉଛି ରାସ୍ତା ! ସବୁଠୁ ଲମ୍ବା ଗୋଲ୍ଡ ୱାକ୍‌ ୱେ !

ଦୁବାଇ ତିଆରି କରିବ ସୁନାର ରାସ୍ତା ! ୨୪ କ୍ୟାରେଟ୍ ସୁନା ଉପରେ ଚାଲିବେ ଲୋକେ !୨୦୨୬ ଶେଷ ସୁଦ୍ଧା ସରିବ ଗୋଲ୍ଡ ରୋଡ୍ କାମ ! ଏଭଳି ଏକ ନିଆରା ଆକର୍ଷଣର ରାସ୍ତା ତିଆରି କରିବାକୁ ଯୋଜନା କରୁଛି ଦୁବାଇ । ଦୁନିଆର ସବୁଠାରୁ ଲମ୍ବା ସୁନାର ଚଲାପଥ ତିଆରି କରିବାକୁ ଯୋଜନା ରହିଛି । ଏହି ପ୍ରକଳ୍ପ ପୂରଣ ହେଲେ ପର୍ଯ୍ୟଟକମାନେ ଏକ ଭିନ୍ନ ଅନୁଭୂତି ପାଇପାରିବେ ।ରିପୋର୍ଟ ଅନୁସାରେ, ଦୁବାଇର Gold Districtରେ ୨୪ କ୍ୟାରେଟ୍ ସୁନାର ଏହି ୱାକ୍‌ୱେ ବା ଚଲାପଥ ତିଆରି କରିବାକୁ ଯୋଜନା ହୋଇଛି । ୨୦୨୬ ଶେଷ ସୁଦ୍ଧା ଏହାକୁ ଖୋଲିବାର ଲକ୍ଷ୍ୟ ରଖାଯାଇଛି । ଦୁବାଇ ଗୋଲ୍ଡ ଡିଷ୍ଟ୍ରିକ୍ଟର ବାଣିଜ୍ୟିକ କ୍ଷେତ୍ରର ବରିଷ୍ଠ ନିର୍ଦ୍ଦେଶକ ରଶିଦ ଅଲ୍ ହାରମୌଦିଙ୍କ କହିବା ଅନୁସାରେ, ଆଗାମୀ ଦୁଇ ମାସ ମଧ୍ୟରେ ଏହା ଖୋଲିବାର ଆଶା ରହିଛି । ତେବେ ଏହାର ନିର୍ଦ୍ଦିଷ୍ଟ ଲମ୍ବ, ନିର୍ମାଣ ଖର୍ଚ୍ଚ ଓ ଅନ୍ୟାନ୍ୟ ବିବରଣୀ ସମ୍ପର୍କରେ ବିସ୍ତୃତ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । କେବଳ ସୁନାର ଚଲାପଥ ନୁହେଁ, ସୁନା ଓ ଅଳଙ୍କାର ବ୍ୟବସାୟର ଏକ ବଡ଼ କେନ୍ଦ୍ର ଭାବେ ଦୁବାଇ ନିଜର ପରିଚୟକୁ ଆହୁରି ମଜଭୁତ କରିବାକୁ ଚାହୁଁଛି । ଦୁବାଇର ଡେଇରା ଅଞ୍ଚଳରେ ଥିବା ଗୋଲ୍ଡ ଡିଷ୍ଟ୍ରିକ୍ଟରେ ସୁନା, ଅଳଙ୍କାର, ମୂଲ୍ୟବାନ ପଥର ଓ ଦାମୀ ଘଣ୍ଟା ସମେତ ବିଭିନ୍ନ ସାମଗ୍ରୀର ବ୍ୟବସାୟ ହେଉଛି । ଏଠାରେ ୧,୦୦୦ରୁ ଅଧିକ ରିଟେଲ୍ ବ୍ୟବସାୟୀ ରହିଥିବା ରିପୋର୍ଟରେ କୁହାଯାଇଛି । ଏହି ଯୋଜନା ଏପରି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଦୁବାଇରେ ଭାରତୀୟ ପାରମ୍ପରିକ ଝୁମକା ଡିଜାଇନ୍‌ର ସୁନା କାନଫୁଲ ଦୁଇଟି ଗିନିଜ୍ ୱାର୍ଲ୍ଡ ରେକର୍ଡ ହାସଲ କରିଛି । ଏହି ସଫଳତା ଦୁବାଇର ସୁନା ଓ ଅଳଙ୍କାର ଶିଳ୍ପକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି । ତେବେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଦୁବାଇର ଏହି ସୁନାର ଚଲାପଥ ଉପରେ ।

Leave a Reply

Your email address will not be published. Required fields are marked *