• Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351

27 Oct 2026, Tue

ସୁଯୋଗ ମିଳିବା ପରେ ବି ଫେଲ୍, ଦଳରୁ ବାଦ୍ ପଡ଼ିବେ ବୈଭବ !

ସୁଯୋଗ ମିଳିଲା, ହେଲେ ଫାଇଦା ଉଠାଇ ପାରିଲେନି ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ। ମାତ୍ର ୪ ରନ୍‌ରେ ଆଉଟ୍ ହେବା ପରେ ଏବେ ତାଙ୍କ ସ୍ଥାନକୁ ନେଇ ଚର୍ଚ୍ଚା। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ତାଙ୍କୁ ପୁଣି ସୁଯୋଗ ମିଳିବ ନା ଦଳରୁ ବାଦ୍ ପଡ଼ିବେ ବୈଭବ ? ଅନ୍ୟପଟେ ଈଶାନ କିଶନଙ୍କ ଫିଟ୍‌ନେସ୍ ଏବଂ ଦଳରେ ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ ବଢ଼ିଛି ଉତ୍କଣ୍ଠା । ଅକ୍ଟୋବର ୨୭ ତାରିଖରେ ଖେଳାଯିବ ତୃତୀୟ ଟି-୨୦ ମ୍ୟାଚ୍ । ତେବେ କେମିତି ରହିପାରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ,
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଟି-୨୦ ସିରିଜ୍। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତୀୟ ଦଳ ୨-୦ରେ ଆଗୁଆ ରହିଛି। ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୪ ୱିକେଟ୍‌ରେ ହରାଇଥିଲା ଟିମ୍ ଇଣ୍ଡିଆ। ଏବେ ତୃତୀୟ ମ୍ୟାଚ୍ ଜିତି ସିରିଜ୍‌ରେ ନିଜର ସ୍ଥିତିକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ରହିଛି ଦଳ। କିନ୍ତୁ ତୃତୀୟ ମ୍ୟାଚ୍ ପୂର୍ବରୁ ଚର୍ଚ୍ଚାରେ ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ। ଦ୍ୱିତୀୟ ମ୍ୟାଚ୍‌ରେ ତାଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା। କିନ୍ତୁ ସେ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ। ଏହି ପ୍ରଦର୍ଶନ ପରେ ତୃତୀୟ ମ୍ୟାଚ୍‌ରେ ତାଙ୍କୁ ନେଇ ଦଳ କି ନିଷ୍ପତ୍ତି ନେବ, ତାହା ଉପରେ ନଜର ରହିଛି । ଅନ୍ୟପଟେ ଈଶାନ କିଶନ ଆହତ ସମସ୍ୟା କାରଣରୁ ଦ୍ୱିତୀୟ ମ୍ୟାଚ୍ ଖେଳିନଥିଲେ। ତୃତୀୟ ମ୍ୟାଚ୍‌ରେ ମଧ୍ୟ ତାଙ୍କୁ ବିଶ୍ରାମ ଦିଆଯିବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଯଦି ଈଶାନ ଖେଳନ୍ତି ନାହିଁ, ତେବେ ବୈଭବଙ୍କ ସ୍ଥାନ ଓ ବ୍ୟାଟିଂ କ୍ରମକୁ ନେଇ ଦଳକୁ ନିଷ୍ପତ୍ତି ନେବାକୁ ପଡ଼ିପାରେ। ସଞ୍ଜୁ ସାମସନଙ୍କୁ ତୃତୀୟ ସ୍ଥାନରେ ଖେଳାଇବାର ବିକଳ୍ପ ମଧ୍ୟ ରହିଛି। ସେହିପରି କୁମାର କୁଶାଗ୍ର ମଧ୍ୟ ୱିକେଟ୍‌କିପର୍ ବ୍ୟାଟର୍ ଭାବେ ବିକଳ୍ପ ହୋଇପାରନ୍ତି। ବୋଲିଂ ବିଭାଗରେ ମଧ୍ୟ କିଛି ପରିବର୍ତ୍ତନ ହୋଇପାରେ। ଦୀର୍ଘ ଚାରି ବର୍ଷ ପରେ ଦଳକୁ ଫେରିଥିବା ଭୁବନେଶ୍ୱର କୁମାର ପ୍ରଥମ ଦୁଇଟି ମ୍ୟାଚ୍‌ରେ ୮ ଓଭର ବୋଲିଂ କରି ୯୯ ରନ୍ ଦେଇଛନ୍ତି ଏବଂ ଗୋଟିଏ ୱିକେଟ୍ ନେଇଛନ୍ତି। ତେଣୁ ତାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ନଜର ରହିବ। ସେହିପରି ଅକ୍ଷର ପଟେଲଙ୍କୁ ବିଶ୍ରାମ ଦିଆଗଲେ ବରୁଣ ଚକ୍ରବର୍ତ୍ତୀ କିମ୍ବା କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ଦ୍ରୁତ ବୋଲିଂରେ ଅର୍ଶଦୀପ ସିଂହ, ଭୁବନେଶ୍ୱର କୁମାର ଓ ପ୍ରିନ୍ସ ଯାଦବଙ୍କ ସହ ନୀତୀଶ କୁମାର ରେଡ୍ଡୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରନ୍ତି।
ଭାରତର ସମ୍ଭାବ୍ୟ ଏକାଦଶ:
ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ, ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ନୀତୀଶ କୁମାର ରେଡ୍ଡୀ, ନମନ ଧୀର, ଅର୍ଶଦୀପ ସିଂହ, ଭୁବନେଶ୍ୱର କୁମାର, ବରୁଣ ଚକ୍ରବର୍ତ୍ତୀ ଓ ପ୍ରିନ୍ସ ଯାଦବ। ଏବେ ସମସ୍ତଙ୍କ ନଜର ଅକ୍ଟୋବର ୨୭ ତାରିଖର ତୃତୀୟ ଟି-୨୦ ଉପରେ।

Leave a Reply

Your email address will not be published. Required fields are marked *