19 Oct 2026, Mon

୩ ଲକ୍ଷ ଛୁଇଁବ ସୁନା ଦର ?

ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫ ଲକ୍ଷ ଟଙ୍କା ଥିଲା, ସେଇଠି ଜାନୁଆରୀ ୨୯ ତାରିଖରେ ଏହା ସର୍ୱକାଳୀନ ଉଚ୍ଚତମ ସ୍ତର ପ୍ରତି ୧୦ ଗ୍ରାମ ପିଛା ୧.୯୩ ଲକ୍ଷ ଟଙ୍କାରେ ପହଞ୍ଚି ଯାଇଥିଲା। ବର୍ତ୍ତମାନ ଏହାର ମୂଲ୍ୟ ପ୍ରାୟ ୧.୪୮ ଲକ୍ଷ ଟଙ୍କା ପାଖାପାଖି ରହିଛି। ଏହି ସମୟରେ ସୋସିଆଲ ମିଡିଆରେ ବୁଲଗେରିଆର ଜଣାଶୁଣା ଭବିଷ୍ୟବକ୍ତାଙ୍କର ସୁନାକୁ ନେଇ ଏକ ଭବିଷ୍ୟବାଣୀ ଘୁରି ବୁଲୁଛି। ସେହି ଭବିଷ୍ୟବାଣୀ ଅନୁଯାୟୀ, ୨୦୨୭ ସୁଦ୍ଧା ସୁନା ଦର ୨.୮୨ ଲକ୍ଷ ଟଙ୍କା ଟପିଯିବ। ବାବା ଭେଙ୍ଗାଙ୍କ ଏହି କଥିତ ଭବିଷ୍ୟବାଣୀକୁ ବିଶ୍ୱାସ କଲେ, ସୁନା ଏହାର ବର୍ତ୍ତମାନର ଦର ୧.୪୮ ଲକ୍ଷ ଟଙ୍କାରୁ ପ୍ରାୟ ଆଉ ୧.୩୪ ଲକ୍ଷ ଟଙ୍କା ବଢ଼ିପାରେ; ଅର୍ଥାତ୍ ଏହାର ପୂର୍ୱ ସର୍ୱକାଳୀନ ରେକର୍ଡ ୧.୯୩ ଲକ୍ଷ ଟଙ୍କାଠାରୁ ମଧ୍ୟ ପ୍ରାୟ ୯୦ ହଜାର ଟଙ୍କା ଅଧିକ। କିଛି ଅନଲାଇନ ରିପୋର୍ଟରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ବୋଲି ଦାବି କରି କୁହାଯାଉଛି ଯେ, ୨୦୨୭ରେ ଏପରି ବିଶ୍ୱସ୍ତରୀୟ ଆର୍ଥିକ ସଙ୍କଟ ଆସିପାରେ ଯେଉଁଥିରେ ନଗଦ ଟଙ୍କାର ଘୋର ଅଭାବ ଦେଖାଦେବ ଏବଂ ଏହି ସମୟରେ ସୁନା ଦରରେ ପ୍ରବଳ ବୃଦ୍ଧି ଘଟିବ। କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହା କ’ଣ ପ୍ରକୃତରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ଦାବି ଅନୁସାରେ, ବାବା ଭେଙ୍ଗା ୨୦୨୭ରେ ସୁନା ଦର ବଢ଼ିବା ନେଇ ଭବିଷ୍ୟବାଣୀ କରିଥିଲେ। କିଛି ରିପୋର୍ଟରେ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୨.୬୨ ଲକ୍ଷରୁ ୨.୮୨ ଲକ୍ଷ ଟଙ୍କାରେ ପହଞ୍ଚିବା ନେଇ ଦାବି କରାଯାଇଛି। କିନ୍ତୁ ଏହି ଦାବିର କୌଣସି ପ୍ରମାଣିତ ରେକର୍ଡ ଦେଖିବାକୁ ମିଳିନାହିଁ । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀର କୌଣସି ଜଣାଶୁଣା ଲିଖିତ ରେକର୍ଡ ନାହିଁ କି କୌଣସି ର୍ନିଦ୍ଦିଷ୍ଟ ତଥ୍ୟ ନାହିଁ। ତାଙ୍କର କଥିତ ଭବିଷ୍ୟବାଣୀଗୁଡ଼ିକ ଅନ୍ୟ ଲୋକଙ୍କ ବୟାନ ଓ ଭିନ୍ନ ଭିନ୍ନ ପ୍ରକାଶନ ମାଧ୍ୟମରେ ସାମ୍ନାକୁ ଆସିଥାଏ। ଯଦିଓ ଆମେରିକାରେ ୯/୧୧ ଆକ୍ରମଣ, ଚେର୍ଣ୍ଣୋବିଲ ଦୁର୍ଘଟଣା, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଏବଂ ୨୦୦୪ର ସୁନାମି ଭଳି ତାଙ୍କର ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି, ତଥାପି ସୁନା ଉପରେ ଏଭଳି କୌଣସି ପ୍ରମାଣସିଦ୍ଧ ତଥ୍ୟ ମିଳେ ନାହିଁ।

Leave a Reply

Your email address will not be published. Required fields are marked *