୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଓ ସଲଗ୍ନ ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ। ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ଏପରିକି ଏହା ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି। ସମ୍ଭାବ୍ୟ ବାତ୍ୟା ନେଇ ୟୁରୋପୀୟ ମଡେଲକୁ ଇଣ୍ଡିକେସନ ଭାବେ ନେଇ ଆମେ ପ୍ରସ୍ତୁତ ହେଉଛୁ। ଆଇଏମଡି ସହ ନିରନ୍ତର ଯୋଗାଯୋଗରେ ରହିଛୁ ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ତେବେ ଅକ୍ଟୋବର ୨୫ ତାରିଖ ବେଳକୁ ଏହାର ସ୍ପଷ୍ଟ ସୂଚନା ମିଳିବ ବୋଲି ବିଶେଷଜ୍ଞ କହିଛନ୍ତି। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟବାସୀ ବିଚଳିତ ହୁଅନ୍ତୁ ନାହିଁ। ଲଘୁଚାପ ହେବ ଏବଂ ପରେ ଅବପାତର ରୂପ ନେବ । ଆନ୍ଧ୍ର ପ୍ରଦେଶର ସମୁଦ୍ର ତଟ ଛୁଇଁବ, ହେଲେ କେତେ କ୍ଷତି ହେବ ସେନେଇ ଆଇଏମଡି ପକ୍ଷରୁ ସଠିକ ଆକଳନ ଏପର୍ଯ୍ୟନ୍ତ କରାଯାଇନି । ଓଡିଶାବାସୀ ବିଚଳିତ ହୁଅନ୍ତୁ ନାହିଁ, ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ସୁରେଶ ପୂଜାରୀ ।

