ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍ ରିଆଲିଟି ଶୋ’ ‘ବିଗ୍ ବସ୍ ୨୦’ ମଞ୍ଚରେ ନିଜ ସାର୍ଟ ଖୋଲି ସୋସିଆଲ ମିଡିଆ ଟ୍ରୋଲର୍ସମାନଙ୍କୁ ଏକ କଡ଼ା ଜବାବ ଦେଇଛନ୍ତି । ନିକଟରେ ପ୍ରସାରିତ ହୋଇଥିବା ‘ୱିକେଣ୍ଡ କା ଭାର୍’ ଏପିସୋଡ୍ରେ ସେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇଛନ୍ତି । ସଲମାନଙ୍କ ଏହି ପଦକ୍ଷେପ ପଛର କାରଣ ଥିଲା ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେବା । ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ସଲମାନଙ୍କ ବୟସ ଏବଂ ଶରୀରର ଓଜନ ବୃଦ୍ଧିକୁ ନେଇ କିଛି ଲୋକ ତାଙ୍କୁ ଟ୍ରୋଲ୍ କରୁଥିଲେ। ଏହାର ଉତ୍ତର ରଖି ସଲମାନ କହିଥିଲେ, “ଯଦି ଟ୍ରୋଲ୍ କରିବାକୁ ଚାହୁଁଛ, ତେବେ ସାମ୍ନାକୁ ଆସି କର ।” ଏହା କହି ସେ ଲାଇଭ୍ ଟିଭିରେ ନିଜ ଟି-ସାର୍ଟ କାଢି ୬୦ ବର୍ଷ ବୟସରେ ମଧ୍ୟ ନିଜର ଚମତ୍କାର ଫିଟ୍ନେସ୍ ଓ ସିକ୍ସ-ପ୍ୟାକ୍ ଆବ୍ସ ପ୍ରଦର୍ଶନ କରିଥିଲେ । ଏହି ଏପିସୋଡ୍ରେ ସଲମାନ ସୋସିଆଲ ମିଡିଆରେ ଚାଲିଥିବା ଅଶ୍ଳୀଳ ଟ୍ରୋଲିଂ ଏବଂ ବଡି-ସେମିଂକୁ ତୀବ୍ର ନିନ୍ଦା କରିଥିଲେ। ଏହା ସହିତ ସେ ସେଲିବ୍ରେଟିମାନଙ୍କ ବ୍ୟକ୍ତିଗତ ଜୀବନରେ ପାପାରାଜି ଏବଂ ମିଡିଆର ଅତ୍ୟଧିକ ହସ୍ତକ୍ଷେପ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ନ୍ୟାସନାଲ ଟେଲିଭିଜନରେ ସଲମାନଙ୍କର ଏହି ଭିଡିଓ ଏବେ ଇଣ୍ଟରନେଟ୍ରେ ନିଆଁ ଭଳି ବ୍ୟାପିବାରେ ଲାଗିଛି। ତାଙ୍କର ପ୍ରଶଂସକମାନେ ତାଙ୍କର ଏହି ଅନ୍ଦାଜକୁ ଖୁବ୍ ପସନ୍ଦ କରୁଛନ୍ତି ଏବଂ ତାଙ୍କୁ ଭାରତର ‘ଓରିଜିନାଲ୍ ବଡିବିଲ୍ଡିଂ ଆଇକନ୍’ ବୋଲି କହୁଛନ୍ତି । ତେବେ ବୟସ ବଢିବା ସହ ବିବାହ ଓ ମାଆ ହେବାପରେ ଚେହେରାର ଚମକରେ ପରିବର୍ତ୍ତନ ଦେଖିବାକୁ ମିଳେ ।
ତେବେ ବଲିଉଡ ଅଭିନେତା ଓ ଅଭିନେତ୍ରୀ ସର୍ବଦା ନିଜକୁ ଫିଟ୍ ଓ ସୁନ୍ଦର ରଖିବା ପାଇଁ ଅନେକ ଚେଷ୍ଟା କରନ୍ତି । ବେଳେ ବେଳେ ତାଙ୍କୁ ଅନେକ ସମାଲୋଚନାର ଶୀକାର ମଧ୍ୟ ହେବାକୁ ପଡେ । ଯାହା ବର୍ତ୍ତମାନ ଦେଖିବାକୁ ମିଳିଛି । ଗୋଟେ ପଟେ କ୍ୟାଟ୍ରିନାଙ୍କ ଓଜନ ଓ ସଲମାନଙ୍କ ଫିଟନେସକୁ ନେଇ ପ୍ରଶ୍ନ କରିଛନ୍ତି ଟ୍ରୋଲର । ଯାହାର ଜବାବ ନିଆରା ଢଙ୍ଗରେ ଦେଇଛନ୍ତି ଏହି ବଲିଉଡ ଷ୍ଟାର । ମାତୃତ୍ୱ ପରେ ଶରୀରରେ ଆସୁଥିବା ସ୍ୱାଭାବିକ ପରିବର୍ତ୍ତନକୁ ନେଇ ଏପରି ଟ୍ରୋଲିଂ ପୁଣି ଥରେ ଆଣିଛି ବଡି ଶେମିଂର ପ୍ରସଙ୍ଗ । କ୍ୟାଟ୍ରିନାଙ୍କ ସମର୍ଥନରେ ବାହାରି ଥିଲେ ଅନେକ ସେଲିବ୍ରିଟି । ଅଲି ଜାଫର, ସୋନାରିକା ଭଦୌରିଆ, ଶିବାଲିକା ଓବେରୋଇ ଓ ହ୍ରିତିକ୍ ରୋଶନଙ୍କ ଭଳି ଅଭିନେତାମାନେ ବଡି ଶେମିଂକୁ ନେଇ ନିଜ ଆପତ୍ତି ଜଣାଇଥିଲେ। ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍। ତାଙ୍କୁ ନେଇ ନିକଟରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା ଖୁବ୍ ଚର୍ଚ୍ଚା। ନିକଟରେ ଅମ୍ବାନୀ ପରିବାରର ଗଣେଶ ଉତ୍ସବର କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବା ପରେ କିଛି ୟୁଜର୍ସ ତାଙ୍କ ଲୁକ୍ ଓ ଓଜନକୁ ନେଇ କମେଣ୍ଟ କରିଥିଲେ। ତେବେ ଏସବୁ ଚର୍ଚ୍ଚା ଭିତରେ କ୍ୟାଟ୍ରିନା ନିଜେ କହିଛନ୍ତି ନିଜ ଅନୁଭବର କଥା। ମାତୃତ୍ୱ ପରେ ତାଙ୍କ ସ୍କିନ୍ ପୂର୍ବାପେକ୍ଷା ଅଧିକ ସେନ୍ସିଟିଭ୍ ହୋଇଥିବା ନେଇ ସେ କହିଛନ୍ତି। ଏହି ସମୟରେ ନିଜ ତ୍ୱଚା ପାଇଁ ଉପଯୁକ୍ତ ସ୍କିନ୍କେୟାର ପ୍ରଡକ୍ଟ ବାଛିବା ମଧ୍ୟ ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ତାଙ୍କୁ ଦରକାର ଥିଲା ଏପରି ସ୍କିନ୍କେୟାର, ଯାହା ତ୍ୱଚାକୁ କୁଲିଂ ଓ କମ୍ଫର୍ଟ ଦେବା ସହ ତାହାର ରିକଭରିରେ ସହାୟକ ହେବ। କିନ୍ତୁ କ୍ୟାଟ୍ରିନାଙ୍କ ପାଇଁ କେବଳ ସ୍କିନ୍ ନୁହେଁ ବଦଳିଛି ‘ସୁନ୍ଦର ଦେଖାଯିବା’ର ସଂଜ୍ଞା ମଧ୍ୟ। କ୍ୟାରିୟରର ଆରମ୍ଭ ସମୟରେ ଯେଉଁଠି ଲୁକ୍ ଓ ବ୍ୟୁଟିର ନିର୍ଦ୍ଦିଷ୍ଟ ମାପଦଣ୍ଡ ଥିଲା, ଏବେ ତାଙ୍କ ପାଇଁ ସୁନ୍ଦର ଦେଖାଯିବାଠାରୁ ଭଲ ଅନୁଭବ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ହେଲ୍ଦି ଡାଏଟ୍, ଆକ୍ଟିଭ୍ ରହିବା ଓ ମେଡିଟେସନ ସହ ସକାଳେ କିଛି ସମୟ ଫୋନରୁ ଦୂରେ ରହିବା, ଆଉ ପ୍ରାକୃତିକ ଆଲୋକରେ କିଛି ସମୟ ବିତାଇବା ଏସବୁ ତାଙ୍କୁ ଭଲ ଅନୁଭବ କରାଏ ବୋଲି ସେ କହିଛନ୍ତି। କ୍ୟାଟ୍ରିନାଙ୍କ ମତରେ, ଯେତେବେଳେ ଜଣେ ନିଜକୁ ଭିତରୁ ସୁସ୍ଥ ଓ ଭଲ ଅନୁଭବ କରନ୍ତି, ସେହି ଆତ୍ମବିଶ୍ୱାସ ଚେହେରାରେ ମଧ୍ୟ ଦେଖାଯାଏ। ମାତୃତ୍ୱ ପରେ ଶରୀର ବଦଳିବା ସ୍ୱାଭାବିକ କିନ୍ତୁ ଏହି ପରିବର୍ତ୍ତନକୁ ନେଇ ଟ୍ରୋଲିଂ ଓ ବଡି ଶେମିଂ ନୁହେଁ ଆବଶ୍ୟକ ହେଉଛି ବୁଝାମଣା ଓ ସମ୍ମାନ।

