୨୦୨୬ରେ ସେପ୍ଟେମ୍ବର ୨୬ରୁ ଆରମ୍ଭ ହେବ ପିତୃ ପକ୍ଷ । ଅକ୍ଟୋବର ୧୦ରେ ସର୍ବପିତୃ ଅମାବାସ୍ୟା ସହ ଏହାର ସମାପ୍ତି ହେବ । ପିତୃ ପକ୍ଷରେ ପୂର୍ବଜଙ୍କୁ ସ୍ମରଣ କରି ତର୍ପଣ, ଶ୍ରାଦ୍ଧ ଓ ଦାନ ଭଳି ଧାର୍ମିକ କାର୍ଯ୍ୟ କରାଯାଏ । ବାସ୍ତୁ ମାନ୍ୟତା ଅନୁସାରେ, ପିତୃ ପକ୍ଷ ପୂର୍ବରୁ ଘରକୁ ସଫା ଓ ସୁବ୍ୟବସ୍ଥିତ ରଖିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଏ । ତେବେ ଏହି ଅବସରରେ ପିଟୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘର ପରିଷ୍କାର ରକିଚ୍ଛନ ରଖିବା ଉଟିତ୍ । ପ୍ରଥମେ ଘରୁ ଅନାବଶ୍ୟକ ଓ ଭଙ୍ଗା ଜିନିଷ ହଟାନ୍ତୁ । ଦୀର୍ଘ ଦିନ ଧରି ବ୍ୟବହାର ହୋଇନଥିବା ପୋଷାକ, ପୁରୁଣା ପ୍ୟାକେଟ୍, ଅନାବଶ୍ୟକ କାଗଜପତ୍ର ଏବଂ ଭଙ୍ଗାରୁଜା ଜିନିଷ ଘରେ ଜମା କରି ରଖନ୍ତୁ ନାହିଁ । ବାସ୍ତୁ ମାନ୍ୟତା ଅନୁସାରେ, ଘରେ ଅନାବଶ୍ୟକ ଜିନିଷ ଜମା ହୋଇ ରହିଲେ ଶକ୍ତିର ପ୍ରବାହ ପ୍ରଭାବିତ ହୋଇପାରେ । ତେଣୁ ଯେଉଁ ଜିନିଷ କାମରେ ଆସୁନାହିଁ, ସେଗୁଡ଼ିକୁ ଘରୁ ହଟାଇବା ଭଲ ବୋଲି ମନେ କରାଯାଏ । ତେବେ ପ୍ରତ୍ୟେକ ପୁରୁଣା ଜିନିଷକୁ ଫିଙ୍ଗିଦେବା ଆବଶ୍ୟକ ନୁହେଁ । ପରିବାରର କୌଣସି ବୟସ୍କ ସଦସ୍ୟ କିମ୍ବା ପୂର୍ବଜଙ୍କ ସହ ଜଡ଼ିତ କୌଣସି ବସ୍ତୁର ଭାବନାତ୍ମକ ମହତ୍ତ୍ୱ ଥିଲେ, ତାହାକୁ ସଫା କରି ସୁରକ୍ଷିତ ଭାବେ ରଖିପାରିବେ । ଦ୍ୱିତୀୟରେ, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗକୁ ବିଶେଷ ଭାବେ ସଫା ରଖନ୍ତୁ । ବାସ୍ତୁରେ ଦକ୍ଷିଣ ଏବଂ ଦକ୍ଷିଣ-ପଶ୍ଚିମ ଦିଗକୁ ପୂର୍ବଜମାନଙ୍କ ସହ ଜଡ଼ିତ ବିଷୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ । ପିତୃ ପକ୍ଷ ପୂର୍ବରୁ ଘରର ଏହି ଦିଗଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଏଠାରେ ପୁରୁଣା ଡବା, ଖରାପ ସାମଗ୍ରୀ, ଭଙ୍ଗା ଫର୍ଣ୍ଣିଚର୍ କିମ୍ବା ଦୀର୍ଘଦିନ ଧରି ପଡ଼ିଥିବା ଅନାବଶ୍ୟକ ଜିନିଷ ଥିଲେ, ତାହାକୁ ସଜାଡ଼ି ରଖନ୍ତୁ କିମ୍ବା ହଟାଇ ଦିଅନ୍ତୁ । ପୂର୍ବଜଙ୍କ ପୁରୁଣା ଫଟୋ ସଫା କରି ସୁବ୍ୟବସ୍ଥିତ ଭାବେ ରଖନ୍ତୁ । ପିତୃ ପକ୍ଷ ପୂର୍ବଜମାନଙ୍କୁ ସ୍ମରଣ କରିବାର ଏକ ଅବସର ମଧ୍ୟ । ତେଣୁ ଘରେ ଲାଗିଥିବା ଦାଦା-ଦାଦୀ, ଜେଜେବାପା-ଜେଜେମା କିମ୍ବା ଅନ୍ୟ ଦିବଙ୍ଗତ ପରିଜନଙ୍କ ଫଟୋକୁ ସଫା କରନ୍ତୁ। ଯଦି ପୁରୁଣା ଫଟୋ ନଷ୍ଟ ହେଉଛି, ତେବେ ସେଗୁଡ଼ିକୁ ଡିଜିଟାଲ୍ ରୂପରେ ମଧ୍ୟ ସୁରକ୍ଷିତ ରଖିପାରିବେ । ତେବେ ପୂର୍ବଜଙ୍କ ସହ ଜଡ଼ିତ ଭାବନାତ୍ମକ ମୂଲ୍ୟ ଥିବା ବସ୍ତୁକୁ ଫିଙ୍ଗି ନଦେଇ ସଫା କରି ସୁରକ୍ଷିତ ଭାବେ ରଖିପାରିବେ । ପିତୃ ପକ୍ଷ କେବଳ ଧାର୍ମିକ କାର୍ଯ୍ୟ ନୁହେଁ, ପୂର୍ବଜଙ୍କ ସ୍ମୃତିକୁ ସମ୍ମାନ ଦେବାର ମଧ୍ୟ ଏକ ଅବସର ।

