ତାରିଖ 30 ସେପ୍ଟେମ୍ବର…13 ବର୍ଷରୁ ଊର୍ଦ୍ଧ୍ବ ପାଇଲଟ କ୍ୟାରିୟର, 10 ହଜାରରୁ ଊର୍ଦ୍ଧ୍ବ ଘଣ୍ଟାର ବିମାନ ଉଡାଣର ଅନୁଭୂତି…ଗତକାଲି ପର୍ଯ୍ୟନ୍ତ ଜଣେ ସାଧାରଣ କ୍ୟାପେଟନର ପରିଚୟ ନେଇ ବଞ୍ଚୁଥିଲେ କ୍ୟାପଟେନ ସ୍ମିତ ମଚ୍ଛର । ମଝି ଆକାଶରେ ଯେଉଁଭଳି ଭାବେ ଛୁରା ମାଡ ଖାଇ ରକ୍ତରଞ୍ଜିତ ହୋଇ 170ରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ, ତାଙ୍କ ଅଦମ୍ୟ ସାହାସକୁ ଦେଖିଲା ବିଶ୍ବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବ୍ରେଞ୍ଜମିନ୍ ନେତନ୍ୟାହୁ… ସୋସିଆଲ ମିଡିଆଠୁ ନେଇ ବିଶ୍ବନେତା ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ରିୟଲ ହିରୋ ସ୍ମିତ ମଚ୍ଛର’ । ଦୁବାଇରୁ ଇସ୍ରାଏଲ ଯାଉଥିବା ବିମାନକୁ ଦୁର୍ଘଟଣାଗ୍ରସ୍ତ କରାଇ ଅପହରଣ କରିବାକୁ ଚେଷ୍ଟାକୁ ରୋକି ମଝି ଆକାଶରେ ହିରୋ ସାଜିଛନ୍ତି ଭାରତୀୟ କ୍ୟାପଟେନ ସ୍ମିତ ମଚ୍ଛର । 30 ସେପ୍ଟେମ୍ବର, 2026 ଫ୍ଲାଏ ଦୁବାଇ ବିମାନ FZ-1073ରେ କକ୍ପିଟ ହିଂସା ଘଟଣାରେ ଭାରତୀୟ ପାଇଲଟ ଛୁରା ମାଡରେ ରକ୍ତରଞ୍ଜିତ ହୋଇଥିଲେ, ତଥାପି କୋ-ପାଇଲଟର ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେଇନଥିଲେ । ମଝି ଆକାଶରେ ବଞ୍ଚାଇଥିଲେ ବିମାନରେ ଥିବା 174 ଯାତ୍ରୀଙ୍କ ଜୀବନ । ତାଙ୍କର ଏହି ଅଦମ୍ୟ ସାହାସ ପାଇଁ ସାରା ଦୁନିଆ ଆଜି ତାଙ୍କୁ ହିରୋର ଆଖ୍ୟା ଦେଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବ୍ରେଞ୍ଜାମିନ୍ ନେତନ୍ୟାହୁଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସାହାସକୁ ସଲାମ କରିଛନ୍ତି । କ୍ୟାପଟେନ ସ୍ମିତ ମଚ୍ଛର ଜଣେ ଏୟାର ଲାଇନ କ୍ୟାପଟେନ ଅଟନ୍ତି । ବୋଇଙ୍ଗ 737 ଚଲାଇବାରେ 13 ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ଲାଇନ ଟ୍ରେନିଂ କ୍ୟାପଟେନ ଭାବେ ଅନେକ ବର୍ଷ ଧରି କାମ କରିଛନ୍ତି । ତାଙ୍କ ଲିଙ୍କଡଇନ୍ ପ୍ରୋଫାଇଲ ଅନୁସାରେ, କ୍ୟାପଟେନ ସ୍ମିତ ବୋଇଙ୍ଗ 737-800 ଓ ବୋଇଙ୍ଗ 737 MAX 8/9ରେ ପାଖାପାଖି 9,750 ବିମାନ ଉଡାଣର ଅଭିଜ୍ଞତା ରଖିଛନ୍ତି । ସେ ଜୁନ 2022ରେ ଫ୍ଲାଏ ଦୁବାଇରେ ‘ଡାଇରେକ୍ଟ ଏଣ୍ଟ୍ରି କ୍ୟାପଟେନ’ ଭାବେ ଯୋଗ ଦେଇଥିଲେ । ତା ପୂର୍ବରୁ ସେ ସ୍ପାଇସଜେଟ୍ରେ 10 ବର୍ଷରୁ ଅଧିକ ସମୟ ଧରି କାମ କରିଥିଲେ । ସେଠାରେ ସେ ବରିଷ୍ଠ କମାଣ୍ଡର ଓ ଲାଇନ ଟ୍ରେନିଂ କ୍ୟାପଟେନ ଭାବେ କାର୍ଯ୍ୟ କରିଥିଲେ । ସ୍ପାଇସଜେଟ୍ ବିମାନ ଚଳାଇବା ସମୟରେ 9500ରୁ ଊର୍ଦ୍ଧ୍ବ ଘଣ୍ଟା ବିମାନ ଉଡାଣ ଭରିଛନ୍ତି, ଯେଉଁଥିରେ ପାଇଲଟ ଇନ କମାଣ୍ଡ ଭାବରେ 6400 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ସାମିଲ ରହିଛି । ଜୁନ 2011ରୁ ବରିଷ୍ଠ କମାଣ୍ଡର ଭାବେ କାମ କରିବା ପରେ 2020ପେ ଲାଇନ ଟ୍ରେନିଂ କ୍ୟାପଟେନ ହୋଇଥିଲେ । ଏହି ସମୟରେ ସେ ପାଇଲଟଙ୍କ ପାଇଁ ଟ୍ରେନିଂ, ଯାଞ୍ଚ, କାର୍ଯ୍ୟ କରିଥିଲେ । କହିବାକୁ ଗଲେ, କ୍ୟାପଟେନ ସ୍ମିତଙ୍କ ଅଭିଜ୍ଞତା ବୋଇଙ୍ଗ 737, MAX ଅପରେସନ, ପାଇଲଟ ଟ୍ରେନିଂ, କ୍ରୁ ପରିଚାଳନା କାମ କରୁଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାପେଟନ ସ୍ମିତ ମଚ୍ଛରରୁ ପ୍ରଶଂସା କରିଛନ୍ତି ରିୟଲ ହିରୋ ବୋଲି ସମ୍ବୋଧନ କରିଛନ୍ତି । ସେହିପରି ଇସ୍ରାଏଲ, ଆମେରିକାର ଶୀର୍ଷ ନେତା ପ୍ରଶଂସା କରିଛନ୍ତି । ଭାରତୀୟ ଏୟାରଲାଇନ ସମେତ ଗ୍ଲୋବାଲ ଏବିଏସନ କମ୍ୟୁନିଟି ମଧ୍ୟ ଖୁବ ପ୍ରଶଂସା କରିଛନ୍ତି ।

