ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା SBIର ଗ୍ରାହକ, ତେବେ ଅକ୍ଟୋବର ୧ରୁ ATM କାରବାର କରିବା ସମୟରେ ଏହି ନିୟମଟି ଜାଣି ରଖିବା ଜରୁରୀ। ବିଶେଷକରି SBI Salary Package Account ଧାରୀଙ୍କ ପାଇଁ ଅନ୍ୟ ବ୍ୟାଙ୍କର ATM ବ୍ୟବହାର ସମ୍ପର୍କିତ ମାଗଣା କାରବାର ସୀମା ବଦଳିବାକୁ ଯାଉଛି । ଅକ୍ଟୋବର ୧, ୨୦୨୬ରୁ Salary Package Account ଧାରୀମାନେ ଅନ୍ୟ ବ୍ୟାଙ୍କର ATM କିମ୍ବା ADWMରେ ମାସକୁ ୧୦ଟି ବଦଳରେ ୫ଟି ମାଗଣା କାରବାର କରିପାରିବେ। ଏହି ୫ଟି ଟ୍ରାଞ୍ଜାକସନ୍ରେ କେବଳ ଟଙ୍କା ଉଠାଣ ନୁହେଁ, ବାଲାନ୍ସ ଚେକ୍ ଓ ମିନି ଷ୍ଟେଟମେଣ୍ଟ ଭଳି Non-Financial Transaction ମଧ୍ୟ ଗଣାଯିବ। ଅର୍ଥାତ୍, ମାସକୁ ଅନ୍ୟ ବ୍ୟାଙ୍କ ATMରେ ୫ଟି ମାଗଣା କାରବାର ସୀମା ପାର ହେଲେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ। ୫ଟି ମାଗଣା କାରବାର ସରିବା ପରେ ଯଦି ଆପଣ ATMରୁ ଟଙ୍କା ଉଠାନ୍ତି, ତେବେ ପ୍ରତି କ୍ୟାଶ୍ ଉଠାଣ ପାଇଁ ୨୩ ଟଙ୍କା ସହ GST ଲାଗିବ। ସେହିପରି ବାଲାନ୍ସ ଇନକ୍ୱାୟାରି କିମ୍ବା ମିନି ଷ୍ଟେଟମେଣ୍ଟ ଭଳି Non-Financial Transaction ପାଇଁ ୧୧ ଟଙ୍କା ସହ GST ଦେବାକୁ ପଡ଼ିବ। ଧ୍ୟାନ ଦେବା କଥା, ମାଗଣା ଟ୍ରାଞ୍ଜାକସନ୍ ସୀମା କମିବା ଯୋଗୁଁ ଅଧିକ ଗ୍ରାହକ ଏହି ଚାର୍ଜର ସମ୍ମୁଖୀନ ହୋଇପାରନ୍ତି । ତେବେ ଏଠାରେ ଆଉ ଏକ ବଡ଼ କଥା ହେଉଛି SBIର ନିଜ ATM ବ୍ୟବହାର ପାଇଁ Salary Package Account ଧାରୀଙ୍କ ନିୟମ ଅଲଗା। ଉପଲବ୍ଧ ତଥ୍ୟ ଅନୁସାରେ SBI ATMରେ Salary Package Account ଧାରୀଙ୍କ ପାଇଁ ମାଗଣା କାରବାର ସୁବିଧା ଜାରି ରହିବ । ସେହିପରି BSBD ବା Basic Savings Bank Deposit Account ଧାରୀଙ୍କ ଖାତାରେ ପ୍ରତି ମାସରେ ପ୍ରଥମ ୪ଟି କ୍ୟାଶ୍ ଉଠାଣ ମାଗଣା ରହିବ। ଏହା ପରେ ଅତିରିକ୍ତ କ୍ୟାଶ୍ ଉଠାଣ ପାଇଁ ୧୫ ଟଙ୍କା ସହ GST ଚାର୍ଜ ଲାଗିବ। ତେଣୁ SBI ଗ୍ରାହକମାନଙ୍କ ପାଇଁ ମୁଖ୍ୟ କଥା ହେଉଛି ଆପଣଙ୍କ ଆକାଉଣ୍ଟ କେଉଁ ପ୍ରକାରର, ଏବଂ ଆପଣ କେଉଁ ATM ବ୍ୟବହାର କରୁଛନ୍ତି, ତାହା ଅନୁସାରେ ନିୟମ ଭିନ୍ନ ହୋଇପାରେ। ସେହିପରି, ଅକ୍ଟୋବର ୧ରୁ ନିୟମ ଲାଗୁ ହେବା ପରେ ଅନ୍ୟ ବ୍ୟାଙ୍କ ATM ବ୍ୟବହାର କରୁଥିବା Salary Package Account ଧାରୀମାନେ ନିଜର ମାସିକ ଟ୍ରାଞ୍ଜାକସନ୍ ସୀମା ଉପରେ ନଜର ରଖିବା ଜରୁରୀ। ଅନାବଶ୍ୟକ ବାଲାନ୍ସ ଚେକ୍ କିମ୍ବା ମିନି ଷ୍ଟେଟମେଣ୍ଟ ପାଇଁ ATM ବ୍ୟବହାର ନକରି ଡିଜିଟାଲ୍ ବ୍ୟାଙ୍କିଂ ସେବା ବ୍ୟବହାର କଲେ ଅତିରିକ୍ତ ATM ଚାର୍ଜରୁ ବଞ୍ଚିବାର ସୁଯୋଗ ରହିପାରେ ।

