• Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351

22 Oct 2026, Thu

ଆଗକୁ ବଢିବ ଦାମ୍ ,ଏବେ ସୁନା କିଣିବାର ଉତ୍ତମ ସମୟ !

ସୁନା ଅଳଙ୍କାର କିଣିବାକୁ ଥିବା ଗ୍ରାହକଙ୍କ ପାଇଁ ଗୋଟିଏ ଭଲ ଖବର ହେଉଛି, ଗତ ଏକ ମାସରେ ଗୋଲ୍ଡ ରେଟ୍ ପ୍ରାୟ ୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଅକ୍ଟୋବର ୨୧ ତାରିଖରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୧,୪୬,୨୭୦ ଟଙ୍କା ଥିଲା । ଏହି ସମୟରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୧,୩୪,୦୮୧ ଟଙ୍କା ଥିଲା । ବୁଲିଅନ୍ ୱେବସାଇଟ୍ ଅନୁଯାୟୀ, ଠିକ୍ ମାସେ ପୂର୍ବରୁ ସେପ୍ଟେମ୍ବର ୨୧ରେ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୫୩,୭୮୦ ଟଙ୍କା ଥିଲା । ଅର୍ଥାତ୍ ମାସେ ଭିତରେ ସୁନା ମୂଲ୍ୟରେ ୫.୧୩ ପ୍ରତିଶତ ହ୍ରାସ ଦେଖାଯାଇଛି । ବଜାର ବିଶେଷଜ୍ଞଙ୍କ ଅନୁସାରେ ବିବାହ ଋତୁ ପୂର୍ବରୁ ଏହି ସମୟ ସୁନା କିଣିବା ପାଇଁ ସଠିକ୍ ସମୟ । ସାଧାରଣତଃ ଧନତେରସ ଏବଂ ଦୀପାବଳି ସମୟରେ ସୁନା କ୍ରୟ ବଢ଼ିଥାଏ । ଏପରି ସ୍ଥିତିରେ ସୁନା ମୂଲ୍ୟରେ ପୁଣି ଥରେ ହ୍ରାସ ଘଟିବାର ସମ୍ଭାବନା କମ୍ । ସେପଟେ ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ନିଜ ସୁନା ଭଣ୍ଡାରକୁ ବଡ଼ କରୁଛନ୍ତି, ଯେଉଁଥି ପାଇଁ ବର୍ତ୍ତମାନ ସ୍ତରରୁ ସୁନା ମୂଲ୍ୟ କମିବା ପରିବର୍ତ୍ତେ ଉପରକୁ ଉଠିପାରେ । ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୬,୦୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୩୩,୮୯୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ମୂଲ୍ୟ ୧,୪୬,୦୭୦ ଟଙ୍କା ଓ ୨୨ କ୍ୟାରଟେ ମୂଲ୍ୟ ୧,୩୩,୮୯୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ ୧,୪୬,୨୨୦ ଟଙ୍କା ଓ ୨୨ କ୍ୟାରଟେ ୧,୩୪,୦୪୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରଟେ ମୂଲ୍ୟ ୧,୪୬,୦୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୩୩,୮୯୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୪୬,୦୭୦ ଓ ୨୨ କ୍ୟାରେଟ ମୂଲ୍ୟ ଦର ୧,୩୩,୮୯୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୨୯,୯୦୦ ଟଙ୍କା ହୋଇଛି ।

Leave a Reply

Your email address will not be published. Required fields are marked *