20 Oct 2026, Tue

୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ!

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟକୁ ବ୍ୟାଙ୍କ ୟୁନିଅନ୍‌ଗୁଡ଼ିକ ସ୍ଥଗିତ ରଖିଛନ୍ତି । ରବିବାର ରାତିରେ ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ୍‌ (IBA) ଓ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି। ତିନିଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ । ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ ପ୍ରସଙ୍ଗରେ IBA ସହ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସହମତି । ନୂଆ ପେନସନ ଯୋଜନା ଲାଗୁ ସମେତ ବିଭିନ୍ନ ଦାବିରେ ଆନ୍ଦୋଳନ ଡାକରା ଦେଇଥିଲା ବ୍ୟାଙ୍କ କର୍ମଚାରୀ । ଆଜିଠୁ ହେବାକୁ ଥିବା ଧର୍ମଘଟ ସ୍ଥଗିତ ରଖିଲା UFBU । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନ୍ସ କହିବା ଅନୁଜାୟୀ ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳେ ଆଇବିଏ ଏବଂ ୟୁଏଫବିୟୁର ପ୍ରତିନିଧିଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଗତକାଲି ଭାରତୀୟ ବ୍ୟାଙ୍କ ସଂଘ ସହ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । ଦାବିଗୁଡ଼ିକ ବାବଦରେ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ ଏହି ୩ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଥିଲା । ପ୍ରତି ଶନିବାରକୁ ବ୍ୟାଙ୍କ ଛୁଟି, ନୂଆ ପେନସନ୍ ଯୋଜନା ଲାଗୁ କରିବା, ପେନସନ୍ ଭୋଗୀଙ୍କ ପାଇଁ ସମାନ ମହଙ୍ଗା ଭତ୍ତା ଲାଗୁ କରିବା ପାଇଁ ଦାବି କରିଥିଲା ସଂଘ । ଏଥି ସହିତ ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା କରି ଏଭଳି ସମାଧାନର ସୂତ୍ର ବାହାର କରିବା ପାଇଁ ପ୍ରୟାସ କରାଯିବ, ଯେଉଁ କାରଣରୁ କର୍ମଚାରୀ ଓ ଅନ୍ୟ ପକ୍ଷମାନଙ୍କ ସମେତ ବ୍ୟାଙ୍କ ଗ୍ରାହକଙ୍କୁ ମଧ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଧର୍ମଘଟ ସ୍ଥଗିତ ହୋଇଥିବାରୁ ସେପ୍ଟେମ୍ବର ୨୮ରୁ ୩୦ ମଧ୍ୟରେ ବ୍ୟାଙ୍କ ଶାଖାଗୁଡ଼ିକର ସାଧାରଣ କାର୍ଯ୍ୟକଳାପ ଜାରି ରହିବ। ବିଶେଷକରି ସେପ୍ଟେମ୍ବର ଶେଷରେ ଅର୍ଦ୍ଧବାର୍ଷିକ ଆକାଉଣ୍ଟ କ୍ଲୋଜିଂ ଥିବାରୁ ଏହି ନିଷ୍ପତ୍ତି ଗ୍ରାହକ ଓ ବ୍ୟାଙ୍କିଂ ବ୍ୟବସ୍ଥା ପାଇଁ ଗୁରୁତ୍ୱପୂର୍ଣ୍ଣ ।

Leave a Reply

Your email address will not be published. Required fields are marked *