19 Oct 2026, Mon

ଭୁବନେଶ୍ୱରେ ପାଇବେ ସିକିମ୍ ଭଳି ଥଣ୍ଡାର ଅନୁଭୂତି !

କଥାଟା ଟିକୁ ସହଜରେ ସମସ୍ତେ ବିଶ୍ବାସ କୁ ନେଇ ନପାରନ୍ତି । ହେଲେ ଏହା ସମ୍ପୂର୍ଣ୍ଣ ସତ। ରାଜଧାନୀ ରେ ବି ଏପରି ଗୋଟେ ସ୍ଥାନ ଅଛି ଯେଉଁଠି ଚାରିଆଡ଼େ ବରଫ ପଡ଼ିଛି, ଆକାଶରୁ ପରଫ ଖଣ୍ଡ ଖସୁଛି ଏଵଂ ସେଠାରେ ତାପମାତ୍ର -୫ ଡିଗ୍ରୀ ରହିଥିବା ବେଳେ ସେହି ସ୍ଥାନକୁ ଗଲେ ଦେହରେ ବରଫ ଅଞ୍ଚଳକୁ ଗଲେ ଯେଉଁ ପୋଷାକ ଓ ଜୋତା ଓ ଗ୍ଲୋବସ୍ ପିନ୍ଧିବାକୁ ପଡ଼େ ଏଠି ବି ଠିକ୍ ସେୟା ପିନ୍ଧିବାକୁ ପଡ଼ିବ। ଏତେ ସବୁ ଶୁଣିଲା ପରେ ସମସ୍ତ ଙ୍କ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ କେଉଁ ସ୍ଥାନ ଏଇ ଭୁବନେଶ୍ଵର ର। ହିଁ ଆଜ୍ଞା ଆମେ କହିରଖୁଛୁ ଇଏ ହେଉଛି ନୂଆ ରୂପ ପାଇଥିବା କଳିଙ୍ଗ ଷ୍ଟୁଡ଼ିଓ ଭିତରେ ଥିବା ସ୍ନୋ ପାର୍କ। ଯେଉଁଠାରେ ଖାଲି ବରଫ ଆଉ ଥଣ୍ଡା ପରିବେଶ। ସେଠାକୁ ଗଲେ ଲାଗିବ ସତେ ଆମେ ଯେପରି ଦାର୍ଜିଲିଂ କି ସିକିମ୍ ରେ ଅଛେ। ଓଡ଼ିଆ ସିନେମାର ଗୌରବଜ୍ୱଳ ଅତୀତକୁ ପୁନର୍ଜୀବିତ କରିବା ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ନବକଳେବର ପ୍ରାପ୍ତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡ଼ିଓ’ର ଆଜି ଭବ୍ୟ ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁନର୍ବିକଶିତ ଓ ନବୀକୃତ ବିଶ୍ୱସ୍ତରୀୟ ଷ୍ଟୁଡ଼ିଓକୁ ଲୋକାର୍ପିତ କରିଛନ୍ତି। ଏହା ସହିତ ସିନେମା ଐତିହ୍ୟର ସୁରକ୍ଷା ପାଇଁ କଳିଙ୍ଗ ଷ୍ଟୁଡିଓରେ ନିର୍ମିତ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମର ମଧ୍ୟ ଶୁଭାରମ୍ଭ ହୋଇଛି। ହେଲେ ଏହାର ମୁଖ୍ୟ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥିଲା ସ୍ନୋ ପାର୍କ। ସିନେମା ସୁଟିଂ ଠାରୁ ଆରମ୍ଭ କରି ବରଫ ରେ ଖେଳିବାର ମଜା ଦେବ ଏହି ସ୍ନୋ ପାର୍କ ।ନବିକୃତ କଳିଙ୍ଗ ଷ୍ଟୁଡିଓ ର ଉଦଘାଟନ କରି ବରଫ ରେ ଫୁଟବଲ ଖେଳିଲେ ମୁଖମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମଧ୍ୟ ସ୍ନୋ ପାର୍କରେ ବଲ୍ ଖେଳିଛନ୍ତି। ଅନେକ ଦର୍ଶକ ଏହି ସ୍ଥାନ ଭିତରେ ସିକିମ୍, ଦାର୍ଜିଲିଂ ଓ କାଶ୍ମୀର ଭଳି ଅନୁଭୂତି ହେଉଥିବା କରିଥିବା ବେଳେ ଛୋଟ ପିଲାଙ୍କ ଖେଳିବା ପାଇଁ ମଧ୍ୟ ଏଠାରେ ଅନେକ ବ୍ୟବସ୍ଥା ରହିଛି। ଏହାକୁ ତିଆରି କରିବାକୁ ପାଖାପାଖି ଦେଢ଼ ବର୍ଷ ସମୟ ଲାଗିଥିବା ବେଳେ ପଚାଶ ଜନ ଇଂଜିନିୟର ଙ୍କ ଦିନ ରାତି ଅକ୍ଲାନ୍ତ ପରିଶ୍ରମ ଏ ଏହି ପାର୍କ ଆଜି ସମ୍ପୂର୍ଣ ନେଇଥିବା ଶୁଣିବାକୁ ମିଳିଛି। ସ୍ନୋ ପାର୍କ ଓଡ଼ଶାର ସିନେମା ଜଗତ ଓ ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ନୁଆ ମାଇଲ ଷ୍ଟୋନ୍ ସୃଷ୍ଟି କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଇଛି ।

Leave a Reply

Your email address will not be published. Required fields are marked *