19 Oct 2026, Mon

ଏବେ ବଦଳିବନି ପାଣିପାଗ, ବର୍ଷାରେ ଭିଜିବ କୁମାର ପୂର୍ଣ୍ଣିମା !

ଦଶହରାରେ ପାଗ ଖରାପ ନେଇ ଆସିଥିବା ପାଣିପାଗ ଆକଳନ ଏବେ ଲୋକଙ୍କୁ ଆଶ୍ବସ୍ତି ଦେଇଛି । ଫିକା ପଡିବନି ଦଶହରା । କିନ୍ତୁ ଭିଜିପାରେ କୁମାରପୂର୍ଣ୍ଣିମା । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ନବମୀ ଓ ବିଜୟ ଦଶମୀରେ ବର୍ଷାର ସମ୍ଭାବନା କମ୍ ରହିଛି। ଚଳିତ ବର୍ଷ ଦଶହରାରେ ରାଜ୍ୟରେ ବଡ଼ଧରଣର ବର୍ଷା ହେବାର ସମ୍ଭାବନା ନାହିଁ ଏବଂ ପାଗ ଅନୁକୂଳ ଓ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ୨୨ରୁ ପୁଣି ଲଘୁଚାପ ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୯ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅକ୍ଟୋବର ୧୬ରୁ ୧୮ ତାରିଖ ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସୋମବାର ଜଗତସିଂହପୁର, କଟକ, କନ୍ଧମାଳ, ୨୨ ଯାଏଁ କାଁ ଭାଁ ବର୍ଷା ନବରଙ୍ଗପୁର, ରାୟଗଡ଼ା, କୋରାପୁୁଟ, ମାଲକାନଗିରି, ଗଂଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼ର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଅଛି । ୨୦ରେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ଅଛି । ୨୧ ଓ ୨୨ରେ କୋରାପୁଟ, ମାଲକାନଗିରିର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ । ଆଜି ପୁରୀରେ ୧୪ ମିମି ବର୍ଷା ହୋଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୩ ଓ ୩୪ଡିଗ୍ରୀରୁ କମ୍‌ ରହିଥିଲା ।

Leave a Reply

Your email address will not be published. Required fields are marked *