20 Oct 2026, Tue

ବଡ଼ଦାଣ୍ଡରେ ଉଡିଲେ ଶହ ଶହ ଚିଲ, କେଉଁ ବିପଦର ସଙ୍କେତ ଦେଲେ ମହାପ୍ରଭୁ !

ପୁରୀ ବଡ଼ଦାଣ୍ଡରେ ଶହ ଶହ ଚିଲଙ୍କୁ ନେଇ ଚର୍ଚ୍ଚା! ହଠାତ୍ ରାସ୍ତା ଉପରେ ଏକାଠି ହେଲେ ଅନେକ ଚିଲ। ଆଉ ଏହି ଦୃଶ୍ୟକୁ ଦେଖି ଲୋକଙ୍କ ମନରେ ଉଠିଲା ଅନେକ ପ୍ରଶ୍ନ। ଏହା କ’ଣ କୌଣସି ବଡ଼ ବିପଦର ସଙ୍କେତ ? ନା ଏହା ପଛରେ ରହିଛି କିଛି ସାଧାରଣ କାରଣ ? ବିଶ୍ବ ପ୍ରତି ମାଡିଆସୁଛି କି ବଡ ବିପଦ ! ସଙ୍କେତ ଦେଲେଣି ମହାପ୍ରଭୁ ! ଘଟିବାକୁ ଯାଉଛି କି କିଛି ବଡ ଅଘଟଣ ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି ସମସ୍ତଙ୍କ ମନରେ । କାରଣ ଏମିତି କିଛି ଘଟିଛି ଯାହା ସମସ୍ତଙ୍କୁ ଭୟଭୀତ କରିଦେଇଛି । ପୁରୀ ବଡ଼ଦାଣ୍ଡରୁ ସାମ୍ନାକୁ ଆସିଛି ବିଚିତ୍ର ଦୃଶ୍ୟ। ହଠାତ ଶ୍ରୀମନ୍ଦିର ଆଡକୁ ମାଡ଼ି ଆସିଲେ ବହୁ ସଂଖ୍ୟାରେ ଚିଲ। ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ରରେ ଏଭଳି ଏକ ଦୃଶ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପବିତ୍ର ଶ୍ରୀକ୍ଷେତ୍ର ପୁରୀ। ଯେଉଁଠି ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ସେହି ପୁରୀ ବଡ଼ଦାଣ୍ଡରୁ ସାମ୍ନାକୁ ଆସିଛି ଏକ ଅସ୍ୱାଭାବିକ ଦୃଶ୍ୟ । ସୂଚନା ଅନୁସାରେ, ପୂର୍ବାହ୍ନରେ ମାଉସୀ ମା’ ମନ୍ଦିର ନିକଟ ବଡ଼ଦାଣ୍ଡରେ ବହୁ ସଂଖ୍ୟାରେ ଚିଲ ଏକାଠି ହୋଇଥିଲେ। ରାସ୍ତାର ଏପାଖରୁ ସେପାଖକୁ ଉଡ଼ିବା ସହ ଚିଲମାନଙ୍କ ଗତିବିଧି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏଭଳି ଦୃଶ୍ୟ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ପୂର୍ବରୁ ଶ୍ରୀମନ୍ଦିର ଉପରେ ଗୋଟିଏ କିମ୍ବା ଅଳ୍ପ ସଂଖ୍ୟକ ଚିଲ ଉଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ। କିନ୍ତୁ ବଡ଼ଦାଣ୍ଡରେ ଏକାସାଙ୍ଗରେ ଏତେ ସଂଖ୍ୟକ ଚିଲଙ୍କ ଉପସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ କୌତୂହଳ ବଢ଼ିଯାଇଛି । ଏହି ଘଟଣା ପରେ ଆରମ୍ଭ ହୋଇଛି ଭିନ୍ନ ଭିନ୍ନ ଆଲୋଚନା। କେହି ଏହାକୁ ଅଶୁଭ ସଙ୍କେତ ବୋଲି କହୁଥିବା ବେଳେ, ଆଉ କେହି ଏହାକୁ ମହାପ୍ରଭୁଙ୍କ ସହ ଯୋଡ଼ି ବିଭିନ୍ନ ମତ ଦେଉଛନ୍ତି। ହେଲେ ଏଭଳି ଧାରଣାକୁ ସମର୍ଥନ କରିବା ପାଇଁ କୌଣସି ପ୍ରମାଣିତ ତଥ୍ୟ ସାମ୍ନାକୁ ଆସିନାହିଁ । ପ୍ରକୃତରେ, ପକ୍ଷୀମାନଙ୍କ ଏଭଳି ଆଚରଣ ପଛରେ ପରିବେଶ ଏବଂ ଖାଦ୍ୟ ଉପଲବ୍ଧତା ଭଳି କାରଣ ରହିପାରେ। ଚିଲ ଏକ ଶିକାରୀ ପକ୍ଷୀ ହୋଇଥିବାରୁ ମାଂସ କିମ୍ବା ଅନ୍ୟ ଖାଦ୍ୟର ଗନ୍ଧ ପାଇଲେ ସେହି ସ୍ଥାନକୁ ଆକର୍ଷିତ ହୋଇପାରନ୍ତି । ସ୍ଥାନୀୟ ସୂଚନା ଅନୁସାରେ, ବଡ଼ଦାଣ୍ଡରେ କିଛି ମାଂସ ଖଣ୍ଡ ପଡ଼ିଥିବାରୁ ତାହାର ଗନ୍ଧରେ ଚିଲମାନେ ସେଠାକୁ ଆସିଥାଇପାରନ୍ତି। ତେବେ ଏହି କାରଣର ସ୍ୱତନ୍ତ୍ର ପୁଷ୍ଟି ହୋଇନାହିଁ । ସେହି ସମୟରେ ରାସ୍ତାରେ ଯାନବାହନ ଚଳାଚଳ ଜାରି ରହିଥିବାରୁ ଚିଲମାନଙ୍କ ପାଇଁ ଖାଦ୍ୟ ନେବାରେ ମଧ୍ୟ ବାଧା ସୃଷ୍ଟି ହୋଇଥାଇପାରେ। ତେଣୁ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଉପଲବ୍ଧ ତଥ୍ୟ ଓ ପରିସ୍ଥିତିକୁ ଯାଞ୍ଚ କରିବା ଜରୁରୀ। ତେବେ ବଡ଼ଦାଣ୍ଡରେ ଶହ ଶହ ଚିଲଙ୍କ ଉପସ୍ଥିତି ନିଶ୍ଚିତ ଭାବେ ଏକ କୌତୂହଳଜନକ ଦୃଶ୍ୟ। ତେବେ ଏହା ଭବିଷ୍ୟତର କୌଣସି ବଡ଼ ବିପଦର ସଙ୍କେତ ବୋଲି ମଧ୍ୟ ଲୋକଙ୍କ ମନରେ ଛନକା ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *