• Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351
  • Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351
  • Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351
  • Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351
  • Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351
23 Oct 2026, Fri

‘ଆଗାମୀ ୩୦ ବର୍ଷ ଯାଏ କଂଗ୍ରେସର ପାଳି ପଡିବନି’ !

ଯମୁନା ନଦୀର ପୁନରୁଦ୍ଧାର ଓ ସ୍ୱଚ୍ଛତାକୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ୨୦୨୯ ମେ’ ପୂର୍ବରୁ ଯମୁନା ନଦୀକୁ ସ୍ୱଚ୍ଛ କରି ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପନ କରାଯିବ ବୋଲି ସେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ୮ ହଜାର ୯୪୧ କୋଟି ଟଙ୍କାର ୪୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରାଯାଇଛି। ତେବେ ଯମୁନା ସଫେଇ ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ଶାହା। ଏହା ସହ ଭୋଟ୍ ଚୋରି ଅଭିଯୋଗ, ରାହୁଲ ଗାନ୍ଧି ଓ ପଞ୍ଜାବ ରାଜନୀତିକୁ ନେଇ ମଧ୍ୟ ସେ ରଖିଛନ୍ତି ନିଜର ମତ। ଦିଲ୍ଲୀର ଦ୍ୱାରକାରେ ଯମୁନା ନଦୀର ପୁନରୁଦ୍ଧାରକୁ ନେଇ ଏକ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଗୁରୁବାର ଅମିତ ଶାହା ୮,୯୪୧ କୋଟି ଟଙ୍କାର ୪୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ଦୂଷିତ ଜଳ ବିଶୋଧନ, ସ୍ୱେରେଜ୍‌ ପରିଚାଳନା ଏବଂ ପାନୀୟ ଜଳ ଯୋଗାଣ ସମ୍ପର୍କିତ କାର୍ଯ୍ୟ ସାମିଲ ରହିଛି। ଯମୁନା ନଦୀର ପ୍ରଦୂଷଣ ଦୀର୍ଘଦିନ ଧରି ଦିଲ୍ଲୀ ପାଇଁ ଏକ ବଡ଼ ସମସ୍ୟା ହୋଇ ରହିଛି। ନଦୀକୁ ପ୍ରବେଶ କରୁଥିବା ଦୂଷିତ ଜଳ, ଅପର୍ଯ୍ୟାପ୍ତ ବିଶୋଧନ ବ୍ୟବସ୍ଥା ଏବଂ ସ୍ୱେରେଜ୍‌ ପରିଚାଳନାର ଅଭାବ ପ୍ରଦୂଷଣର ପ୍ରମୁଖ କାରଣ ମଧ୍ୟରେ ରହିଛି। ତେଣୁ କେବଳ ଦିଲ୍ଲୀ ନୁହେଁ, ହରିୟାଣା ଓ ଉତ୍ତରପ୍ରଦେଶ ସରକାରଙ୍କ ସହଯୋଗରେ ଏହି ସମସ୍ୟାର ସମାଧାନ କରାଯିବ। ଅମିତ ଶାହା କହିଛନ୍ତି, ୨୦୨୯ ମେ’ ପୂର୍ବରୁ ଯମୁନାକୁ ସ୍ୱଚ୍ଛ କରିବା ପାଇଁ ସମୟବଦ୍ଧ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇଛି।
ଏହି ଲକ୍ଷ୍ୟ ଦିଗରେ ୪୦ ପ୍ରତିଶତରୁ ଅଧିକ କାମ ଆଗେଇଥିବା ମଧ୍ୟ ସେ ଦାବି କରିଛନ୍ତି। ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନଦୀକୁ କେତେଦୂର ସ୍ୱଚ୍ଛ କରାଯାଇପାରୁଛି, ତାହା ଆଗାମୀ ଦିନରେ ଜଣାପଡ଼ିବ। ଯମୁନା ନଦୀର ପ୍ରଦୂଷଣ ପ୍ରସଙ୍ଗରେ ପୂର୍ବତନ ସରକାରଗୁଡ଼ିକୁ ସମାଲୋଚନା କରିଛନ୍ତି ଅମିତ ଶାହା। କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ସରକାର ଯମୁନା ସଫେଇ ପାଇଁ ଆବଶ୍ୟକ ପଦକ୍ଷେପ ନେଇନଥିବା ସେ ଅଭିଯୋଗ କରିଛନ୍ତି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରି ଶାହା କହିଛନ୍ତି, ପୂର୍ବ ସରକାର ଆବର୍ଜନା ପାହାଡ଼କୁ ନେଇ ରାଜନୀତି କରୁଥିଲେ। ଅନ୍ୟପଟେ ବର୍ତ୍ତମାନର ସରକାର ଆବର୍ଜନା ପାହାଡ଼ ହ୍ରାସ କରିବା ସହ ସେଠାରେ ସବୁଜିମା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ସେ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନିର୍ବାଚନ ଆୟୋଗ ଓ ଭୋଟ୍ ଚୋରି ଅଭିଯୋଗ ପ୍ରସଙ୍ଗରେ ମଧ୍ୟ ନିଜର ମତ ରଖିଛନ୍ତି ଅମିତ ଶାହା। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି ସେ ଅଭିଯୋଗ କରିଛନ୍ତି ଯେ, ଅନୁପ୍ରବେଶକାରୀଙ୍କ ଭୋଟ୍ ସୁରକ୍ଷା କରିବା ପାଇଁ ଭୋଟ୍ ଚୋରି ପ୍ରସଙ୍ଗ ଉଠାଯାଉଛି। ଏଥିସହ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ କ୍ଷମତାକୁ ଆସିବ ନାହିଁ ବୋଲି ସେ ରାଜନୈତିକ ଦାବି କରିଛନ୍ତି। ବିଭିନ୍ନ ରାଜ୍ୟରେ କଂଗ୍ରେସର ନିର୍ବାଚନୀ ପରାଜୟକୁ ନେଇ ମଧ୍ୟ ଶାହା ଦଳକୁ ସମାଲୋଚନା କରିଛନ୍ତି। ସେହିପରି ପଞ୍ଜାବର ଆମ୍ ଆଦମୀ ପାର୍ଟି ସରକାରକୁ ନେଇ ମଧ୍ୟ ଶାହା ଟିପ୍ପଣୀ ଦେଇଛନ୍ତି। ପଞ୍ଜାବରେ ଭାଜପା ଓ ଏନ୍‌ଡିଏର ଭବିଷ୍ୟତକୁ ନେଇ ଆଶା ପ୍ରକାଶ କରିବା ସହ ରାଜ୍ୟରେ ନିଶା କାରବାର ବନ୍ଦ କରିବା ତାଙ୍କ ଦଳର ଲକ୍ଷ୍ୟ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *