• Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351

24 Oct 2026, Sat

୩୫ ହଜାର କମିଲା ସୁନା ଦର ! ୨ ଲକ୍ଷ ତଳକୁ ଖସିଲା ରୁପା !

ସୁନା ଦରରେ ବଡ଼ ହ୍ରାସ ! ୩୫ ହଜାର ଟଙ୍କା ଶସ୍ତା ହେଲା ସୁନା । ଖାଲି ସୁନା ନୁହେଁ, ରୁପା ଦରରେ ମଧ୍ୟ ଦେଖିବାକୁ ମିଳିଛି ବଡ଼ ହ୍ରାସ । ଦୀର୍ଘ ୧୦ ମାସ ପରେ ପ୍ରଥମ ଥର ପାଇଁ କିଲୋ ପିଛା ୨ ଲକ୍ଷ ଟଙ୍କା ତଳକୁ ଖସିଛି ରୁପା ଦର । ଅନ୍ୟପଟେ ଗତ ୪ ଦିନ ହେଲା ସୁନା ଦରରେ ଲଗାତାର ହ୍ରାସ ଜାରି ରହିଛି । ଫଳରେ ସୁନା ଓ ରୁପା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ମନରେ ଏବେ ଆଶା ବଢ଼ିଛି । ପାର୍ବଣ ଋତୁରେ ସୁନା ଓ ରୁପା କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଲଗାତାର ହ୍ରାସ ପାଉଛି ଏହି ଦୁଇ ମୂଲ୍ୟବାନ ଧାତୁର ଦର । ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ୍‌ ବା IBJAର ତଥ୍ୟ ଅନୁସାରେ, ଶୁକ୍ରବାର ରୁପା କିଲୋ ପିଛା ୪ ହଜାର ୭୫୦ ଟଙ୍କା ହ୍ରାସ ପାଇଛି । ଫଳରେ ରୁପାର ଦର ୧ ଲକ୍ଷ ୯୫ ହଜାର ଟଙ୍କାକୁ ଖସି ଆସିଛି । ଏହା ପୂର୍ବରୁ ଗୁରୁବାର ରୁପା କିଲୋ ପିଛା ୨ ଲକ୍ଷ ଟଙ୍କା ରହିଥିଲା । ଦୀର୍ଘ ୧୦ ମାସ ପରେ ରୁପା ଦର ୨ ଲକ୍ଷ ଟଙ୍କା ତଳକୁ ଖସିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଡିସେମ୍ବର ୧୭ ତାରିଖରେ ପ୍ରଥମ ଥର ପାଇଁ ରୁପା ଦର ୨ ଲକ୍ଷ ଟଙ୍କା ଅତିକ୍ରମ କରିଥିଲା । ଏହାପରେ ଜାନୁଆରୀ ୨୦୨୬ରେ ଦର ସାଢ଼େ ୩ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ତଥ୍ୟରେ ଉଲ୍ଲେଖ ରହିଛି । କିନ୍ତୁ ଏବେ ରୁପା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳୁଛି । ସେହିପରି ସୁନା ଦର ମଧ୍ୟ ଖସିଛି । ୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନାର ଦାମ୍ ୧ ହଜାର ୨୪୬ ଟଙ୍କା ହ୍ରାସ ପାଇ ପ୍ରାୟ ୧ ଲକ୍ଷ ୪୧ ହଜାର ଟଙ୍କାକୁ ଖସିଛି । ଗତ ୪ ଦିନ ମଧ୍ୟରେ ସୁନା ଦରରେ ମୋଟ ୪ ହଜାର ୯୭୮ ଟଙ୍କା ହ୍ରାସ ହୋଇଥିବାବେଳେ ରୁପା ଦରରେ ୧୫ ହଜାର ୮୯୧ ଟଙ୍କା ହ୍ରାସ ହୋଇଛି ।

Leave a Reply

Your email address will not be published. Required fields are marked *