20 Oct 2026, Tue

ଡାଏବେଟିସ୍ ଦୂର କରିବେ ବାବା କରୁମ୍ବେଶ୍ବର !

ଛୋଟ ହୁଅନ୍ତୁ ଅବା ବଡ ଆଜିକାଲି ଅଧିକାଂଶ ଲୋକ ଡାଏବେଟିସ୍ ସମସ୍ୟାରେ ପୀଡିତ । ଏଥିରୁ ମୁକ୍ତି ପାଇବା ପାଇଁ କିଏ ଆୟୁର୍ବେଦିକ ଉପାୟ ଆପଣାଉଛନ୍ତିତ କିଏ ଡାକ୍ତରଙ୍କ ପରାମର୍ଶରେ ରହି ଚଳୁଛନ୍ତି ।ଅଧିକାଂଶ ଲୋକ ଡାଏଟ ପ୍ଲାନ୍ ଆପଣାଉଛନ୍ତି । କାରଣ ଡାଏବେଟିସ୍ ସହିତ ଓ୍ବାର୍କ ଲୋଡକୁ ସନ୍ତୁଳନ ରଖିବା ଏବେ ଲୋକଙ୍କ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି । ତେବେ ଏଥିରୁ ମୁକ୍ତି ଦେଇ ପାରିବେ ବାବା କୁରୁମ୍ବେଶ୍ବର । ଏଭଳି ବିଶ୍ବାସକୁ ନେଇ ଏବେ ସବୁଛି ଚର୍ଚ୍ଚା ଚାଲିଛି ।

ତାମିଲନାଡୁର ତିରୁଭରୁର ଠାରେ ରହିଛି ଭେନି କରୁମ୍ବେଶ୍ୱର ମନ୍ଦିର । ଯାହା ଭଗବାନ ଶିବଙ୍କୁ ସମର୍ପିତ । ଏହି ମନ୍ଦିରଟି ୧୩୦୦ ବର୍ଷ ପୁରୁଣା ବୋଲି କୁହାଯାଏ । ଯେଉଁଠାରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଯାଇଥା’ନ୍ତି ଏବଂ ମନସ୍କାମନା ପୂରଣ ପାଇଁ ଈଶ୍ବରଙ୍କ ସମ୍ମୁଖରେ ପୂଜାର୍ଚ୍ଚନା କରନ୍ତି । ଏଠାରେ ଦେବତାଙ୍କୁ କରୁମ୍ବେଶ୍ୱର ଭାବରେ ପୂଜା କରାଯାଏ ଅର୍ଥାତ୍ ଆଖୁର ଦେବତା । ଭକ୍ତମାନେ କୁହନ୍ତି ଯେ ଏହି ମନ୍ଦିରକୁ ଆସି ଦର୍ଶନ କରିବା ଦ୍ୱାରା ମଧୁମେହ ରୋଗ ଯାହାକୁ ଡାଏବେଟିସ୍ ବା ସୁଗର୍ ବୋଲି କୁହାଯାଏ ତାହା ଭଲ ହୁଏ । ଆଧୁନିକ ସମୟରେ ସାଧାରଣ ରୋଗ ପାଲଟିଥିବା ଡାଏବେଟିସରେ ପୀଡ଼ିତ ଲୋକମାନେ କୁହନ୍ତି ଯେ ଏକ ସରଳ ଏବଂ ଅନନ୍ୟ ରୀତିନୀତି ତାଙ୍କ ରକ୍ତ ଶର୍କରା ସ୍ତରକୁ ହ୍ରାସ କରିଛି । ତେବେ ମନରେ ପ୍ରଶ୍ନ ଉଠେ ଏହି ମନ୍ଦିରରେ ଏମିତି କ’ଣ ରହସ୍ୟ ଅଛି ଯାହା ଏଠାକୁ ଆସୁଥିବା ମଧୁମେହ ରୋଗୀଙ୍କ ଦେହକୁ ଭଲ କରିଦେଉଛି ।

କରୁମ୍ବେଶ୍ୱର ମନ୍ଦିର ୧୩୦୦ ବର୍ଷ ପୁରୁଣା । ଏଠାରେ ଭଗବାନ ଶିବଙ୍କୁ କରୁମ୍ବେଶ୍ୱର ଭାବରେ ପୂଜା କରାଯାଏ, ଯାହାର ଅର୍ଥ “ଆଖୁର ଦେବତା” । ଶୈବଙ୍କୁ ସମର୍ପିତ ୨୭୫ ଶିବ ମନ୍ଦିର ଭିତରୁ ଏହା ଅନ୍ୟତମ । ମନ୍ଦିରରେ ପ୍ରବେଶ କରୁ କରୁ ଏକ ସକରାତ୍ମକ ଶକ୍ତି ଭକ୍ତମାନେ ଅନୁଭବ କରିଥା’ନ୍ତି । ଶୈବଙ୍କ ମଧ୍ୟରେ ୬୩ ଜଣ ତାମିଲ ହିନ୍ଦୁ ସନ୍ଥ ଥିଲେ ଯେଉଁମାନେ ଷଷ୍ଠରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ବାସ କରୁଥିଲେ ଏବଂ ମହାଦେବଙ୍କ ପ୍ରତି ସମର୍ପିତ ଥିଲେ । ମନ୍ଦିରର ଶିବଲିଙ୍ଗ ମଧ୍ୟ ଭିନ୍ନ କାରଣ ଏହା ଏକାଠି ବନ୍ଧା ହୋଇଥିବା ଆଖୁ ଡାଳର ସଦୃଶ ପରି ଦେଖାଯା’ନ୍ତି । ଏହି ମନ୍ଦିରର ସବୁଠାରୁ ପ୍ରସିଦ୍ଧ ରୀତିନୀତି ମଧ୍ୟରୁ ଗୋଟିଏ ହେଉଛି ପିମ୍ପୁଡ଼ିମାନଙ୍କୁ ପ୍ରସାଦ ବଣ୍ଟନ । ଭକ୍ତମାନେ ପିମ୍ପୁଡ଼ିମାନଙ୍କୁ ଚିନି ଏବଂ ସୁଜି ଅର୍ପଣ କରନ୍ତି । ବିଶ୍ୱାସ କରାଯାଏ ଯେ ପିମ୍ପୁଡ଼ିମାନେ ଏହି ମିଠା ପ୍ରସାଦ ଖାଇବା ମାତ୍ରେ ଭକ୍ତଙ୍କ ଉଚ୍ଚ ଶର୍କରା ସ୍ତର ହ୍ରାସ ପାଇବା ଆରମ୍ଭ କରେ । ଏହା ଭକ୍ତମାନଙ୍କ ପାଇଁ ଏକ ଶକ୍ତିଶାଳୀ ସଙ୍କେତ ଯେ ସେମାନଙ୍କର ପ୍ରସାଦ ପିମ୍ପୁଡ଼ିମାନେ ଖାଉଛନ୍ତି । ଭକ୍ତମାନେ ଦାବି କରନ୍ତି ଯେ ମନ୍ଦିରକୁ ଆସି ବାରମ୍ବାର ପ୍ରଭୁଙ୍କୁ ଦର୍ଶନ କରିବା ପରେ ସେମାନଙ୍କ ଡାଏବେଟିସ୍ ହ୍ରାସ ପାଇଛି ।

Leave a Reply

Your email address will not be published. Required fields are marked *