• Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351

22 Oct 2026, Thu

ବୈଭବଙ୍କୁ କାହିଁକି ଡରୁଛି ନ୍ୟୁଜିଲାଣ୍ଡ !

୧୫ ବର୍ଷୀୟ ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱର ବୋଲରଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ମଧ୍ୟ ଏହା ସ୍ବୀକାର କରିଛନ୍ତି ଯେ, ଯଦି ବୈଭବଙ୍କୁ ଭାରତୀୟ ଦଳର ପ୍ଲେଇଂ-୧୧ରେ ଖେଳିବାର ସୁଯୋଗ ମିଳେ, ତେବେ ତାଙ୍କୁ ଅଟକାଇବା ବହୁତ କଷ୍ଟକର ହେବ। ତେବେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେବା ପୂର୍ବରୁ କିୱି ଅଧିନାୟକ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଦଳ ବୈଭବଙ୍କ ଖେଳିବା ଶୈଳୀକୁ ଭଲ ଭାବେ ବୁଝିସାରିଛି ଏବଂ ତାଙ୍କୁ ଅଟକାଇବା ପାଇଁ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ସିରିଜ୍ର ପ୍ରଥମ ମ୍ୟାଚ ଅକ୍ଟୋବର ୨୨ ତାରିଖରେ କ୍ରାଇଷ୍ଟଚର୍ଚ୍ଚରେ ଖେଳାଯିବ । ଭାରତୀୟ ଅଧିନାୟକ ଶ୍ରେୟସ ଆୟର ସ୍ପଷ୍ଟ କରିଛନ୍ତି ଯେ, ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ନିଜ ପାଳି ପାଇଁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ। ଏହା ସତ୍ତ୍ୱେ ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ବୈଭବଙ୍କୁ ପ୍ରଶଂସା କରିବା ସହ ଏହି ଯୁବ ଖେଳାଳି ଆଗାମୀ ଦିନରେ ଭାରତୀୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବେ ବୋଲି କହିଛନ୍ତି । ମ୍ୟାଚ ପୂର୍ବରୁ ସାଣ୍ଟନର କହିଛନ୍ତି, ବୈଭବ ଗତ ସିରିଜରେ ଖେଳିନଥିଲେ ମଧ୍ୟ ସେ କେତେ ଭଲ ଖେଳାଳି, ତାହା ଆମେ ଭଲ ଭାବେ ଜାଣିଛୁ। ଆମେ ତାଙ୍କୁ ଆଇପିଏଲରେ ମଧ୍ୟ ଖେଳୁଥିବା ଦେଖିଛୁ। ଦଳରେ ଅଭିଷେକ ଶର୍ମାଙ୍କ ଭଳି ଅନ୍ୟ ଖେଳାଳି ମଧ୍ୟ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଏହା ନିଶ୍ଚିତ ଯେ, ଏହି ସିରିଜରେ ହେଉ କିମ୍ବା ଆଗାମୀ ଦିନରେ, ଭାରତୀୟ ଦଳରେ ବୈଭବଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ବୈଭବଙ୍କୁ ନେଇ କିୱି ଅଧିନାୟକ ଆହୁରି କହିଛନ୍ତି ଯେ, ଯଦି ଏହି ସିରିଜରେ ବୈଭବଙ୍କୁ ଖେଳିବାର ସୁଯୋଗ ମିଳେ, ତେବେ ସେ କ’ଣ କରିପାରିବେ, ତାହା ସମସ୍ତେ ଜାଣନ୍ତି। ତାଙ୍କୁ ପଡ଼ିଆରେ ଅଟକାଇବା ଅତ୍ୟନ୍ତ କଷ୍ଟକର । ସାଣ୍ଟନର କହିଛନ୍ତି ଯେ, ଇଂଲଣ୍ଡରେ ଭାରତୀୟ ବ୍ୟାଟରଙ୍କ ବିପକ୍ଷରେ ବୋଲରମାନେ କିପରି ସର୍ଟ ଓ ଦ୍ରୁତ ବଲର ବ୍ୟବହାର କରିଥିଲେ, ତାହା ଆମେ ଦେଖିଛୁ ।ଆଇପିଏଲରେ ମଧ୍ୟ ବୈଭବଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ଦେଖିବାକୁ ମିଳିଛି। ତେଣୁ ସେ ଯଦି ପଡ଼ିଆକୁ ଓହ୍ଲାନ୍ତି, ତେବେ ତାଙ୍କୁ ଆଉଟ କରିବା କିମ୍ବା ତାଙ୍କ ବ୍ୟାଟିଂକୁ ରୋକିବା ପାଇଁ ଆମେ ପୂର୍ବରୁ ହିଁ ରଣନୀତି ପ୍ରସ୍ତୁତ କରି ରଖିଛୁ ।

Leave a Reply

Your email address will not be published. Required fields are marked *