20 Oct 2026, Tue

ଆଜିଠାରୁ ହବିଷ୍ୟାଳୀଙ୍କ ପଞ୍ଜୀକରଣ ଆରମ୍ଭ

ପୁରୀ କମ୍ପିବ ହବିଷ୍ୟାଳୀଙ୍କ ହରିବୋଲ ହୁଳହୁଳି । କୃଷ୍ଣ ନାମରେ ବିଭୋର ହେବେ ମାଆ । ତେବେ ‘ହବିଷ୍ୟାଳୀ ୨୦୨୬’ ପାଇଁ ଅନ୍‌ଲାଇନ୍ ପଞ୍ଜୀକରଣ ଅକ୍ଟୋବର ୬ ଅର୍ଥାତ୍ ଆଜିଠାରୁ ଆରମ୍ଭ ହେବ। ଇଚ୍ଛୁକ ହବିଷ୍ୟାଳୀ ମାନେ https://edistrict.odisha.gov.in ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ । ଧାର୍ଯ୍ୟ ସଂଖ୍ୟା ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ଏହି ଅନଲାଇନ୍ ରେଜିଷ୍ଟ୍ରେସନ୍। ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳି। ଚଳିତ ବର୍ଷ ପୁରୀରେ ୩୦ ଜିଲ୍ଲାରୁ ୨୫୦୦ ହବିଷ୍ୟାଳି ରହିବାକୁ ଯୋଜନା କରାଯାଇଛି । ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ରହଣୀ ବ୍ୟବସ୍ଥା କରାଯାଇଛି।ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସହ ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା । ଏହା ବ୍ୟତୀତ ସେମାନଙ୍କ ପାଇଁ ସୁବିଧାଜନକ ରହଣି ଓ ଜଗନ୍ନାଥ ମନ୍ଦିରରେ ଦର୍ଶନ ବ୍ୟବସ୍ଥା, ସ୍ୱେଚ୍ଛାସେବୀ ନିୟୋଜନ, ସ୍ୱାସ୍ଥ୍ୟସେବା ଏବଂ ଭଜନ-କୀର୍ତ୍ତନ ଆଦି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ‘ହବିଷ୍ୟାଳୀ ଯୋଜନା’କୁ ସଫଳ କରିବା ପାଇଁ ସମସ୍ତ ବିଭାଗ ପରସ୍ପର ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *