20 Oct 2026, Tue

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଷ୍ମ ହେଉଛି କ୍ୟାମ୍ପସ, ବାଣୀ ବିହାରରେ ପୋଲିସ ଛାଉଣୀ !

ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଛାତ୍ର ନିର୍ବାଚନର ବିଗୁଲ ବାଜିଛି । ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଷ୍ମ ହେବାରେ ଲାଗିଛି ବାଣୀ ବିହାର କ୍ୟାମ୍ପସ । ବିଭିନ୍ନ ଛାତ୍ରଗୋଷ୍ଠୀ ପକ୍ଷରୁ କ୍ୟାମ୍ପସରେ ଘନଘନ ବୈଠକ ଚାଲିଥିବା ବେଳେ ସକାଳଠାରୁ ସନ୍ଧ୍ୟା ଯାଏଁ ଚଳଚଞ୍ଚଳ ରହୁଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଗଣ୍ଡଗୋଳ ନଘଟେ, ତାହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । କ୍ୟାମ୍ପସର ମୁଖ୍ୟ ଫାଟକଠାରୁ ଆରମ୍ଭ କରି ପ୍ରଶାସନିକ କୋଠା ଏବଂ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି । ଏଥିସହ କ୍ୟାମ୍ପସ ଭିତରେ ପୋଲିସ ଭ୍ୟାନ୍ ପଇଁତରା ମାରୁଥିବା ଦେଖିବାକୁ ମିଳୁଛି । ଛାତ୍ରଗୋଷ୍ଠୀଗୁଡ଼ିକର ବୈଠକ ଓ ନିର୍ବାଚନୀ ଗତିବିଧି ଉପରେ ମଧ୍ୟ ପୋଲିସ ନଜର ରଖିଛି । ସମ୍ଭାବ୍ୟ ଗଣ୍ଡଗୋଳକୁ ରୋକିବା ସହ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ପୋଲିସର ଫୋକସ୍ ରହିଛି । ବାଣୀ ବିହାର ଅଞ୍ଚଳ ଉପରେ ଶହୀଦନଗର ଥାନା ପକ୍ଷରୁ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି । ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ମତା ବଢ଼ୁଥିବାରୁ କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Leave a Reply

Your email address will not be published. Required fields are marked *