19 Oct 2026, Mon

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଲେ ମେସି !

ବିଶ୍ୱ ଫୁଟବଲ୍‌ର ଅନ୍ୟତମ ମହାନାୟକ ଲିଓନେଲ ମେସି ଆର୍ଜେଣ୍ଟିନା ଜାତୀୟ ଦଳରୁ ନିଜର ଅନ୍ତର୍ଜାତୀୟ କ୍ୟାରିୟରର ଯବନିକା ଟାଣିଛନ୍ତି। ନିଜର ଶେଷ ମ୍ୟାଚ୍ ପରେ ଗ୍ରାଉଣ୍ଡରେ ସମସ୍ତ ପ୍ରଶଂସକ, କୋଚିଂ ଷ୍ଟାଫ୍ ଓ ସାଥୀ ଖେଳାଳିଙ୍କୁ ସମ୍ବୋଧିତ କରି ମେସି ଏକ ଅତ୍ୟନ୍ତ ଭାବବିହ୍ୱଳ ବିଦାୟୀ ଭାଷଣ ଦେଇଛନ୍ତି। ନିଜ ଅଭିଭାଷଣରେ ଅଧିନାୟକ ମେସି କହିଛନ୍ତି, “ଆଜି ମୋ କ୍ୟାରିୟରର ସବୁଠାରୁ ଦୁଃଖଦ ଦିନ। ଆର୍ଜେଣ୍ଟିନା ଜାତୀୟ ଦଳ ସହ ଆଉ ନରହିବା, ନିୟମିତ ଅଭ୍ୟାସ କ୍ୟାମ୍ପରେ ଯୋଗ ନଦେବା ଏବଂ ଏହି ଜାତୀୟ ଜର୍ସି ପିନ୍ଧି ପଡ଼ିଆକୁ ନଓହ୍ଲାଇବା ମୋତେ ଆଗାମୀ ଦିନରେ ବହୁତ କଷ୍ଟ ଦେବ। ମୋ ହାତରେ ଥିଲେ ମୁଁ ଜୀବନସାରା ଏଠାରେ ଖେଳିଥାନ୍ତି, କାରଣ ନିଜ ଦେଶ ଆର୍ଜେଣ୍ଟିନା ପାଇଁ ଖେଳିବା ସବୁଠାରୁ ସୁନ୍ଦର ଅନୁଭୂତି।”

Leave a Reply

Your email address will not be published. Required fields are marked *