• Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351

26 Oct 2026, Mon

ପୋଷ୍ଟ ଅଫିସ ଦେଉଛି ୭ ଲକ୍ଷ !

ଆପଣ ଚାହୁଁଛନ୍ତି କି ଅଳ୍ପ ଅଳ୍ପ ସଞ୍ଚୟ କରି ଭବିଷ୍ୟତ ପାଇଁ ଏକ ବଡ଼ ପାଣ୍ଠି ଗଢ଼ିବାକୁ ? ଆଉ ଏଥିପାଇଁ ଏକାଥରକେ ଲକ୍ଷ ଲକ୍ଷ ଟଙ୍କା ନିବେଶ କରିବାର ଅସମର୍ଥ କି ? ତେବେ ଡାକଘରର ରିକରିଂ ଡିପୋଜିଟ୍ ବା ଆରଡି ଯୋଜନା ଆପଣଙ୍କ ପାଇଁ ଏକ ସଞ୍ଚୟ ବିକଳ୍ପ ହୋଇପାରେ । ଏହି ଯୋଜନାରେ ପ୍ରତି ମାସରେ ନିର୍ଦ୍ଦିଷ୍ଟ ରାଶି ଜମା କରି ପାଞ୍ଚ ବର୍ଷ ପରେ ମିଳିପାରିବ ମ୍ୟାଚୁରିଟି ଟଙ୍କା । ବର୍ତ୍ତମାନ ଏହି ଯୋଜନାରେ ବାର୍ଷିକ ୬.୭ ପ୍ରତିଶତ ସୁଧ ହାର ରହିଛି । ଆଜିକାଲି ଅନେକ ଲୋକ ନିଜ ରୋଜଗାରରୁ କିଛି ଟଙ୍କା ସଞ୍ଚୟ କରି ଭବିଷ୍ୟତ ପାଇଁ ପାଣ୍ଠି ତିଆରି କରିବାକୁ ଚାହୁଁଛନ୍ତି । କିନ୍ତୁ ଏକାଥରକେ ବଡ଼ ରାଶି ନିବେଶ କରିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । ଏଭଳି ସ୍ଥିତିରେ ନିୟମିତ ମାସିକ ସଞ୍ଚୟ ଏକ ବିକଳ୍ପ ହୋଇପାରେ । ଭାରତୀୟ ଡାକ ବିଭାଗ ଅଧୀନରେ ଥିବା ନ୍ୟାସନାଲ୍ ସେଭିଂସ୍ ରିକରିଂ ଡିପୋଜିଟ୍ ଆକାଉଣ୍ଟ ବା ପୋଷ୍ଟ ଅଫିସ୍ ଆରଡି ହେଉଛି ପାଞ୍ଚ ବର୍ଷିଆ ସଞ୍ଚୟ ଯୋଜନା । ଏଥିରେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ରାଶି ଜମା କରିବାକୁ ପଡ଼େ । ଏହି ଯୋଜନାରେ ସୁଧ ହାର ତ୍ରୈମାସିକ ଚକ୍ରବୃଦ୍ଧି ଆଧାରରେ ଗଣନା କରାଯାଏ । ଭାରତୀୟ ଡାକ ବିଭାଗର ସୂଚନା ଅନୁସାରେ, ଅକ୍ଟୋବରରୁ ଡିସେମ୍ବର ୨୦୨୬ ତ୍ରୈମାସିକ ପାଇଁ ଆରଡିର ବାର୍ଷିକ ସୁଧ ହାର ୬.୭ ପ୍ରତିଶତ ରହିଛି । ଯଦି ଆପଣ ପ୍ରତି ମାସରେ ୧୦ ହଜାର ଟଙ୍କା ଜମା କରୁଛନ୍ତି । ତେବେ ଗୋଟିଏ ବର୍ଷରେ ଆପଣଙ୍କ ଜମା ହେବ ୧ ଲକ୍ଷ ୨୦ ହଜାର ଟଙ୍କା । ପାଞ୍ଚ ବର୍ଷ ବା ୬୦ ମାସରେ ମୋଟ ଜମା ହେବ ୬ ଲକ୍ଷ ଟଙ୍କା । ୬.୭ ପ୍ରତିଶତ ସୁଧ ହାର ଅପରିବର୍ତ୍ତିତ ରହିଲେ, ଡାକ ବିଭାଗର ମ୍ୟାଚୁରିଟି ହିସାବ ଅନୁସାରେ ପାଞ୍ଚ ବର୍ଷ ଶେଷରେ ପ୍ରାୟ ୭ ଲକ୍ଷ ୧୩ ହଜାର ଟଙ୍କା ମିଳିପାରେ । ଅର୍ଥାତ୍ ସୁଧ ବାବଦକୁ ପ୍ରାୟ ୧ ଲକ୍ଷ ୧୩ ହଜାର ଟଙ୍କା ଅଧିକ ମିଳିବ । ଏହି ଯୋଜନାରେ ଛୋଟ ରାଶିରୁ ମଧ୍ୟ ସଞ୍ଚୟ ଆରମ୍ଭ କରିହେବ । ପ୍ରତି ମାସରେ ସର୍ବନିମ୍ନ ୧୦୦ ଟଙ୍କା ଜମା କରି ଖାତା ଖୋଲିହେବ ଏବଂ ଜମା ରାଶି ୧୦ ଟଙ୍କାର ଗୁଣିତକ ହୋଇପାରିବ । ଏଥିରେ ସର୍ବାଧିକ ଜମା ସୀମା ନାହିଁ । ଖାତା ଖୋଲିବାକୁ ଚାହୁଁଥିଲେ ନିକଟସ୍ଥ ଡାକଘରକୁ ଯାଇ ନିୟମ, ଆବଶ୍ୟକ କାଗଜପତ୍ର ଓ ଜମା ପ୍ରକ୍ରିୟା ବିଷୟରେ ଜାଣିପାରିବେ । ଯୋଗ୍ୟତା ଓ ସୁବିଧା ଅନୁସାରେ ଉପଲବ୍ଧ ଡିଜିଟାଲ୍ ସେବା ମାଧ୍ୟମରେ ମଧ୍ୟ ଖାତା ପରିଚାଳନା କରାଯାଇପାରେ । ତେବେ ମନେ ରଖନ୍ତୁ, ଏହା ପାଞ୍ଚ ବର୍ଷର ଯୋଜନା । ମଝିରେ ଟଙ୍କା ଦରକାର ପଡ଼ିଲେ ଆଗୁଆ ଖାତା ବନ୍ଦ କରିବାର ନିୟମ ଓ ସୁଧ ଉପରେ ପ୍ରଭାବ ପଡ଼ିପାରେ । ତେଣୁ ନିବେଶ କରିବା ପୂର୍ବରୁ ସମସ୍ତ ସର୍ତ୍ତ ଜାଣିନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *