20 Oct 2026, Tue

୪୬ ଲକ୍ଷ ପ୍ୟାକେଜକୁ ନା’ କହିଲେ ଯୁବକ ଜାଣନ୍ତୁ ଏହା ପଛର କାରଣ !

ଆଜିର ପ୍ରତିଯୋଗୀତା ମୂଳକ ଜୀବନ ଭିତରେ ଚାକରି ଖଣ୍ଡେ ପାଇବେ କେତେ କଷ୍ଟକର ତାହା ଯୁବପୀଢି ବେଶ ଭଲଭାବେ ଅନୁଭବ କରିଛନ୍ତି । ସେଥି ମଧ୍ୟରେ ଭତ୍ତମ ସଂସ୍ଥା ଓ ଭଲ ପ୍ୟାକେଜ ଗୋଟିଏ ସବୁଠାରୁ ବଡ ପ୍ରଶ୍ନ । ଏହା ମିଳିଗଲେ ଜୀବନର ବଡ ଉପଲବ୍ଧି ମିଳିଯିବା ପରି ମନେ ହୁଏ । ତେବେ ଏହି ପ୍ରତିଯୋଗୀତା ଭିତରେ ଯଦି ଶୁଣିବାକୁ ମିଳେ ଯେ ଜଣେ ଯୁବକ ଯିଏ ୪୬ ଲକ୍ଷର ପ୍ୟାକେଜ୍ ଚାକିରୀକୁ ନାଁ କହିଛନ୍ତି ତାହା ବିଶ୍ବାସ କରିହୁଏ ନାହିଁ । ଏହା ବିଶ୍ବାନ କଲେ ମଧ୍ୟ ସତ ।
ଆଜିର ଦିନରେ ଯେଉଁଠି ଯୁବପିଢ଼ି ଲକ୍ଷ ଲକ୍ଷ ଟଙ୍କାର ଦରମା ଓ କର୍ପୋରେଟ୍ ଲାଇଫଷ୍ଟାଇଲ୍ ପଛରେ ଧାଉଛନ୍ତି, ସେଠି ଲକ୍ଷ୍ନୌର ଜଣେ ୨୭ ବର୍ଷୀୟ ଯୁବକ ଯାହାଙ୍କ ନା ଶାର୍ଦେନ୍ଦୁ ତିୱାରୀ ପ୍ରମାଣ କରିଛନ୍ତି ଯେ ସବୁଠାରୁ ବଡ଼ କାମ ହେଉଛି ଦେଶସେବା ।

ତାଙ୍କ ପିତା ରାଜକୁମାର ତିୱାରୀ ଭାରତୀୟ ସେନାର ଆର୍ମି ସର୍ଭିସ୍ କର୍ପ୍ସରେ ୩୬ ବର୍ଷ ଧରି ସେବା କରି ଅନରେରୀ କ୍ୟାପ୍ଟେନ୍ ଭାବେ ଅବସର ନେଇଥିଲେ । ପିଲାଦିନରୁ ବାପାଙ୍କୁ ସେନା ବର୍ଦ୍ଦିରେ ଦେଖି ଶାର୍ଦେନ୍ଦୁଙ୍କ ମନରେ ମଧ୍ୟ ସେନାରେ ଯୋଗଦେବାର ସ୍ୱପ୍ନ ଜନ୍ମ ନେଇଥିଲା । କେନ୍ଦ୍ରୀୟ ବିଦ୍ୟାଳୟରୁ ପାଠପଢ଼ା ଶେଷ କରି ସେ PEC ଚଣ୍ଡିଗଡ଼ରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ । ପରେ ଆମାଜନ୍‌ରେ କ୍ଲାଉଡ୍ ଇଞ୍ଜିନିୟର ଭାବେ ବାର୍ଷିକ ୪୬ ଲକ୍ଷର ପ୍ୟାକେଜ୍ ଚାକିରୀ ପାଇଥିଲେ । ଏହାପରେ ଏୟାରବସ୍‌ରେ ମଧ୍ୟ ଚୟନ ହୋଇଥିଲେ । ଅନେକଥର ବିଫଳତା ଓ ନିରାଶାର ସାମ୍ନା କରିଥିଲେ ମଧ୍ୟ ତାଙ୍କ ଲକ୍ଷ୍ୟ ଥିଲା ସେନାର ବର୍ଦ୍ଦି ପିନ୍ଧିବା । ଅନେକଥର ବିଫଳତା ଓ ନିରାଶାର ସାମ୍ନା କରିଥିଲେ ମଧ୍ୟ ସେ ହାର ମାନିନଥିଲେ ।

ଶେଷରେ OTA ଗୟାରୁ ଟ୍ରେନିଂ ଶେଷ କରି ଭାରତୀୟ ସେନାରେ ଅଧିକାରୀ ଭାବେ କମିସନ୍ ପାଇଛନ୍ତି । ଟ୍ରେନିଂ ସମୟରେ ନିଜର ନେତୃତ୍ୱ ଓ ଶୃଙ୍ଖଳା ପାଇଁ ସିନିୟର ଅଣ୍ଡର ଅଫିସର ପଦ ମଧ୍ୟ ହାସଲ କରିଥିଲେ । ଶାର୍ଦେନ୍ଦୁଙ୍କ କାହାଣୀ ଯୁବପିଢ଼ି ପାଇଁ ଏକ ବଡ଼ ପ୍ରେରଣା । ସଫଳତା କେବଳ ବଡ଼ ଦରମା ନୁହେଁ, ନିଜ ସ୍ୱପ୍ନକୁ ପୂରଣ କରିବା ଓ ଦେଶସେବା କରିବା ହିଁ ପ୍ରକୃତ ସଫଳତା ।

Leave a Reply

Your email address will not be published. Required fields are marked *