20 Oct 2026, Tue

ସୁଭଦ୍ରା ଯୋଜନାକୁ ପୂରିଲା ୨ ବର୍ଷ, ଧୁମ୍ ଧାମ୍ ରେ ହେବ ପାଳନ !

                ସୁଭଦ୍ରା ଯୋଜନାକୁ ପୂରିଲା ୨ ବର୍ଷ । ତେବେ ଏହାକୁ ଧୂମଧାମରେ ପାଳନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିବା ବେଳେ ବିଜେଡି କଟାକ୍ଷ କରିଛି ।   ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨୦୨୪ ସେପ୍ଟେମ୍ୱର ୧୭ରେ ଏହି ଯୋଜନା ଆରମ୍ଭ ହୋଇଥିଲା। ପ୍ରଥମ କିସ୍ତିରେ ୨୫ ଲକ୍ଷ ମହିଳା ଉପକୃତ ହୋଇଥିଲେ। ଆଉ ପଞ୍ଚମ କିସ୍ତି ବେଳକୁ ୧ କୋଟି ୩ ଲକ୍ଷ ଟଙ୍କା ମହିଳା ଏହି ଯୋଜନାରେ ଉପକୃତ ହୋଇଛନ୍ତି । ସୁଭଦ୍ରା ଯୋଜନାକୁ ୨ ବର୍ଷ ପୂରୁଛି । ତେଣୁ ଆମେ ଏହାକୁ ଅତ୍ୟନ୍ତ ଧୁମଧାମରେ ପାଳନ କରିବା । ୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଏହି ଯୋଜନାର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ। ସେପ୍ଟେମ୍ବର ୧୭ ହେଉଛି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ। ସୁଭଦ୍ରା ଯୋଜନାର ୨ ବର୍ଷ ପୂର୍ତ୍ତି ଅବସରରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ମହିଳା ଏହାକୁ ଅତ୍ୟନ୍ତ ଧୂମଧାମରେ ପାଳନ କରିବେ । ଏନେଇ ରାଜ୍ୟର ୩୩୮ ଜାଗାରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।  ସେ କହିଛନ୍ତି, ଯାହାଙ୍କୁ ଷାଠିଏ ବର୍ଷ ହେଉଥିବ ସେମାନେ ଏହି ଯୋଜନାରୁ ବଞ୍ଚିତ ହେବେ । ଆଉ ଯେଉଁମାନଙ୍କୁ ୨୧ ହେଉଥିବ ସେମାନେ ଏହି ଯୋଜନାରେ ଯୋଡି ହେବେ । ସୁଭଦ୍ରା ଯୋଜନାରେ କେହି ଯୋଗ୍ୟ ହିତାଧୀକାରୀ ବାଦ ପଡିବେନି । ଯାହାକୁ ୨୧ ବର୍ଷ ହେବ ସେମାନେ ନୂଆ ସୁଭଦ୍ରା ଭାବେ ଏହି ଯୋଜନାରେ ସାମିଲ ହୋଇପାରିବେ । ସବୁ ବର୍ଷ ପରି ଏପ୍ରିଲ ୧ ରୁ ପୋର୍ଟାଲ ଖୋଲିବ । ଏପ୍ରିଲରୁ ମେ’ ମାସ ଦୀର୍ଘ ଗୋଟିଏ ମାସ ଖୋଲିବ ଏହି ପୋର୍ଟାଲ ଖୋଲିବ । ଯେଉଁମାନଙ୍କୁ ୨୧ ବର୍ଷ ହୋଇଥିବ ସେମାନେ ଏହି ପୋର୍ଟାଲରେ ସିଧାସଳଖ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି । 

Leave a Reply

Your email address will not be published. Required fields are marked *