19 Oct 2026, Mon

୧୬ କୋଟିରେ ଘର ବିକିଲେ ଟ୍ରମ୍ପ !

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଜ ପିଲାଦିନର ଘରକୁ ବିକ୍ରି କରିଛନ୍ତି । ନ୍ୟୁୟର୍କ ସହରର କ୍ୱିନ୍ସ ଅଞ୍ଚଳରେ ଥିବା ଏହି ଐତିହାସିକ ‘ଟ୍ୟୁଡର-ଷ୍ଟାଇଲ୍’ ଘରଟି ନିକଟରେ ପ୍ରାୟ ୧୬ କୋଟି ଟଙ୍କାରେ ବିକ୍ରି ହୋଇଛି । ଡୋନାଲ୍ଡ ଟ୍ରମ୍ପଙ୍କ ବାବା ତଥା ଜଣାଶୁଣା ଡେଭେଲପର ଫ୍ରେଡ୍ ଟ୍ରମ୍ପ ୧୯୪୦ ମସିହାରେ ନ୍ୟୁୟର୍କର ଧନୀ ଅଞ୍ଚଳ ‘ଜମାଇକା ଏଷ୍ଟେଟ୍ସ’ରେ ଏହି ଘର ନିର୍ମାଣ କରିଥିଲେ । ରାଷ୍ଟ୍ରପତି ଟ୍ରମ୍ପ ନିଜ ଜୀବନର ପ୍ରଥମ ୪ ବର୍ଷ ଏହି ଘରେ ବିତାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ପରିବାର ନିକଟସ୍ଥ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର ହୋଇଯାଇଥିଲେ । ଦୀର୍ଘ ବର୍ଷ ହେବ ଏହି ଘର ଉପରେ ଟ୍ରମ୍ପ ପରିବାରର କୌଣସି ମାଲିକାନା ନଥିଲା ।ଦୀର୍ଘ ବର୍ଷ ଧରି ଖାଲି ପଡ଼ିଥିବା କାରଣରୁ ପାଞ୍ଚ ବେଡରୁମ୍ ଏବଂ ତିନି ବାଥରୁମ୍ ବିଶିଷ୍ଟ ଏହି ଘରର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା । ଗତବର୍ଷ ଟମି ଲିନ୍ ନାମକ ଜଣେ ଡେଭେଲପର ଏହାକୁ ମାତ୍ର ୮,୩୫,୦୦୦ ଡଲାରରେ କିଣିଥିଲେ । ଏହାପରେ ସେ ପ୍ରାୟ ୫ ଲକ୍ଷ ଡଲାର ଖର୍ଚ୍ଚ କରି ୮ ମାସ ଧରି ଘରର ଭିତର ପାର୍ଶ୍ୱକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ । ବର୍ତ୍ତମାନ ଏଥିରେ ଆଧୁନିକ ଶେଫ୍-ଷ୍ଟାଇଲ୍ କିଚେନ୍, ଉନ୍ନତମାନର ଉଡେନ୍ ଫ୍ଲୋରିଂ ଏବଂ ସ୍ପା ଭଳି ଅତ୍ୟାଧୁନିକ ବାଥରୁମ୍ ରହିଛି, ଯାହା ଏହାର ଚାହିଦା ବହୁଗୁଣିତ କରିଦେଇଛି ।ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଏହି ଘରର ଚାହିଦା ବଢ଼ିଯାଇଥିଲା।

Leave a Reply

Your email address will not be published. Required fields are marked *