19 Oct 2026, Mon

କାହିଁକି ଚାକିରି ଛାଡ଼ିଲେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା !

    ଭୁବନେଶ୍ଵର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ। ତାଙ୍କୁ ଇସ୍ତଫାକୁ ଗ୍ରହଣ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ୨୦୧୩ ଓଡିଶା କ୍ୟାଡର IPS ଜଗମୋହନ ମୀନା। ବ୍ୟକ୍ତିଗତ କାରଣରୁ ଜୁଲାଇ ୨୦୨୬ରେ ଇସ୍ତଫା ଦେଇଥିଲେ। ଅଗଷ୍ଟ ୨୭ରେ ରାଜ୍ୟ ସରକାର ଇସ୍ତଫା ନେଇ NOC ଦେଇଥିଲେ। ଜଗମୋହନ ମୀନାଙ୍କ ଇସ୍ତଫାପତ୍ର କେନ୍ଦ୍ରକୁ ପଠାଇଥିଲେ ରାଜ୍ୟ ସରକାର।   କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଥିବା ନେଇ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । ୨୦୨୫ ଫେବ୍ରୁଆରୀ ମାସରେ ଭୁବନେଶ୍ୱରରେ ଡିସିପି ଦାୟିତ୍ୱ ଗ୍ରହଣ କରିଥିବା ଜଗମୋହନ ମୀନା କୌଣସି ବ୍ୟକ୍ତିଗତ କାରଣ ଦର୍ଶାଇ ରାଜ୍ୟ ସରକାରଙ୍କୁ ଇସ୍ତଫା ପତ୍ର ଦେଇଥିଲେ । ସେ ଏକ ଘରୋଇ ସଂସ୍ଥାରେ ଯୋଗଦେବା ନେଇ ନିଜେ ସୂଚନା ବି ଦେଇଥିଲେ । ୧୯୮୯ ମସିହାରେ ରାଜସ୍ଥାନରେ ଜନ୍ମିତ ଜଗମୋହନ ୨୦୧୨ରେ ଆଇପିଏସ ପାଇଥିଲେ । ୨୦୧୩ରେ ସେ ପ୍ରଥମେ କଳାହାଣ୍ଡି ଜିଲ୍ଲାରେ SDPO ଭାବେ କାର୍ଯ୍ୟଭାର ଆରମ୍ଭ କରିଥିଲେ । ୨୦୧୭ ମସିହାରେ ଏସପି ଭାବେ ମାଲକାନଗିରିରେ କାମ କରିଥିଲେ । ଏହା ପରେ ଗଞ୍ଜାମ ଓ କଟକରେ କାମ କରି ନିଜ ପାରଦର୍ଶିତା ପ୍ରତିପାଦିତ କରିପାରିଥିଲେ । ୨୦୧୩ ବ୍ୟାଚ୍‌ର ଏହି ଆଇପିଏସ୍ ଅଧିକାରୀ ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ । ସେ ପ୍ରତିଷ୍ଠିତ ଆଇଆଇଟି କାନପୁରରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ବି.ଟେକ୍ ଏବଂ ଏମ.ଟେକ୍ ଡିଗ୍ରୀ ହାସଲ କରିବା ପରେ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୨୦୧୩ ଡିସେମ୍ବରରେ ଆଇପିଏସ୍‌ରେ ଯୋଗ ଦେଇଥିଲେ । ଓଡ଼ିଶାରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ଅନୁଗୁଳ ଏବଂ ଗଞ୍ଜାମ ଜିଲ୍ଲାର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ  ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ । ଏହା ସହିତ କଟକ ଡିସିପି ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲା । ନିକଟରେ ୨୦୨୫ ମାର୍ଚ୍ଚ ମାସରେ ତାଙ୍କୁ ଭୁବନେଶ୍ୱର ଡିସିପି ଭାବେ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଥିଲା । ୨୦୧୯ ମସିହାରେ ତାଙ୍କର ଉଲ୍ଲେଖନୀୟ ଏବଂ ସାହସିକ ସେବା ପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା 'ପୋଲିସ ମେଡାଲ ଫର ଗ୍ୟାଲାଣ୍ଟ୍ରି' ସମ୍ମାନରେ ସମ୍ମାନିତ କରାଯାଇଥିଲା । 

Leave a Reply

Your email address will not be published. Required fields are marked *