20 Oct 2026, Tue

କେନ୍ଦ୍ର ସରକାର ମାଛି ମାରିବା ପାଇଁ ହାତୁଡି ନୀତି ଅବଲମ୍ବନ କରିପାରିବେନି !

ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ କକ୍ରୋଚ ଜନତା ପାର୍ଟିର ୧୦ ଅକ୍ଟୋବର ବିରୋଧ ପ୍ରଦର୍ଶନ ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଏଥିରେ ଶୁକ୍ରବାର ରାତି ୧୦ଟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଜନପଥ-କର୍ତ୍ତବ୍ୟପଥ କ୍ରସିଂ ଆଖପାଖର ୪ କିଲୋମିଟର ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ଦିଲ୍ଲୀ ପୋଲିସ ସୂତ୍ରରୁ ଏହି ସୂଚନା ମିଳିଛି । ପୋଲିସର ଏହି ନିଷ୍ପତ୍ତିକୁ କେନ୍ଦ୍ର ଗୃହମନ୍ତ୍ରାଳୟର ମଞ୍ଜୁରୀ ମିଳିଛି । ଏହି ନିଷ୍ପତ୍ତି ସବୁ ମୋବାଇଲ ଇଣ୍ଟରନେଟ୍ ସେବା ଉପରେ ଲାଗୁ ରହିବ । ତେବେ ଏହି ସମୟରେ ଦିଲ୍ଲୀର ଅନ୍ୟାନ୍ୟ ଅଞ୍ଚଳରେ ଇଣ୍ଟରନେଟ୍ ସେବା ସ୍ୱଭାବିକ ରହିବ। ସୂତ୍ର ଅନୁସାରେ ଦିଲ୍ଲୀ ପୋଲିସ ୧୦ ଅକ୍ଟୋବର ବିରୋଧ ପ୍ରଦର୍ଶନର ମୁକାବିଲା ଲାଗ ନିଜ ପ୍ରସ୍ତୁତିରେ ଲାଗି ପଡିଛି। ଏଥିରେ ଦିଲ୍ଲୀ ପୋଲିସ ନୂଆଦିଲ୍ଲୀ ଜିଲ୍ଲାକୁ ୨୦ଟି କ୍ଷେତ୍ରରେ ବିଭାଜିତ କରିଛି। ତେବେ ସୁପ୍ରିମକୋର୍ଟ ରାଜଧାନୀ ଦିଲ୍ଲୀରେ ଆଗାମୀ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ୫୭ ମେଟ୍ରୋ ଷ୍ଟେସନ ବନ୍ଦ କରାଯାଇଥିବାରୁ ତଥା ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ଆସୁଥିବା ଟ୍ରେନ ବାତିଲ ହେବାରୁ ଶୁକ୍ରବାର ଉଦବେଗ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ ‘କେନ୍ଦ୍ର ସରକାର ମାଛି ମାରିବା ପାଇଁ ହାତୁଡି ନୀତି ଅବଲମ୍ବନ କରିପାରିବେନି ଓ ଏହିପରି ପୂର୍ଣ୍ଣ କଟକଣା ଲଗା ଯାଇ ପାରିବନି’।

Leave a Reply

Your email address will not be published. Required fields are marked *