20 Oct 2026, Tue

୧୫ ତାରିଖ ଯାଏଁ ବର୍ଷା ଓ ବଜ୍ରପାତ ସମ୍ଭାବନା !

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ । ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ନୂଆ ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାରେ ବଢ଼ିପାରେ ବର୍ଷାର ପ୍ରଭାବ। ଅକ୍ଟୋବର ଆଜିଠୁ ୧୫ ତାରିଖ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ରହିପାରେ। ଉତ୍ତର ଓ ଉପକୂଳର ଜିଲ୍ଲା ଗୁଡ଼ିକରେ ବର୍ଷା ସାମାନ୍ୟ ଅଧିକ ରହିବ। ହେଲେ ବଡ ବା ଭୀଷଣ ବର୍ଷାର ସମ୍ଭାବନା ନାହିଁ । ଆଜି ସନ୍ଧ୍ୟାରୁ ପାଗ ବଦଳିବା ସହିତ କୋହଲା ପାଗ ଦେଖିବାକୁ ମିଳିବ। ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନ ଯୋଗୁଁ ଆଜି ରାତିରୁ ରାଜ୍ୟର କେତେକ ଅଞ୍ଚଳରେ ଆକାଶ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୪ ଓ ୧୫ ତାରିଖରେ କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ଓ ପବନ ସହ ବର୍ଷାର ସମ୍ଭାବନା ରହିଛି । ତେବେ କେଉଁ ଜିଲ୍ଲାରେ କେତେ ବର୍ଷା ହେବ, ତାହା ଲଘୁଚାପର ଗତିପଥ ଉପରେ ନିର୍ଭର କରିବ । ବିଭିନ୍ନ ପାଣିପାଗ ମଡେଲ୍‌ରେ ମଧ୍ୟ ବଙ୍ଗୋପସାଗରରେ ଏହି ପାଣିପାଗ ବ୍ୟବସ୍ଥା ସକ୍ରିୟ ହେବାର ସଙ୍କେତ ମିଳୁଛି । ତେବେ ଲଘୁଚାପ କେତେ ଶକ୍ତିଶାଳୀ ହେବ ଏବଂ ଓଡ଼ିଶା ଉପରେ ଏହାର କେତେ ପ୍ରଭାବ ପଡ଼ିବ, ସେନେଇ ମଡେଲ୍ ଗୁଡ଼ିକର ପୂର୍ବାନୁମାନରେ ଭିନ୍ନତା ରହିଛି । ଏପର୍ଯ୍ୟନ୍ତ ଓଡ଼ିଶା ପାଇଁ କୌଣସି ବାତ୍ୟା ଆଶଙ୍କା ନିଶ୍ଚିତ ହୋଇନାହିଁ । ଅନ୍ୟପଟେ ଦୁର୍ଗାପୂଜା ପାଇଁ ରାଜ୍ୟର ବିଭିନ୍ନ ସହରରେ ମଣ୍ଡପ ନିର୍ମାଣ, ସାଜସଜ୍ଜା ଓ ବଜାର ପ୍ରସ୍ତୁତି ଚାଲିଛି । ଏଭଳି ସମୟରେ ବର୍ଷା ହେଲେ ପୂଜା ପ୍ରସ୍ତୁତି ଓ କିଣାବିକା ପ୍ରଭାବିତ ହୋଇପାରେ । ୧୬ ଅକ୍ଟୋବର ବେଳକୁ ବର୍ଷାର ପ୍ରଭାବ କମିବାର ସମ୍ଭାବନା ଥିଲେ ମଧ୍ୟ ଏହା ଲଘୁଚାପର ପରବର୍ତ୍ତୀ ସ୍ଥିତି ଉପରେ ନିର୍ଭର କରିବ । ତେଣୁ ଆଗାମୀ କିଛି ଦିନର ପାଣିପାଗ ପୂର୍ବାନୁମାନ ଓ ସତର୍କ ସୂଚନା ଉପରେ ନଜର ରଖିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *