20 Oct 2026, Tue

ଓଡ଼ିଶାରେ ବଢ଼ିଲା ବର୍ଷା ଭୟ, ମୟୂରଭଞ୍ଜକୁ ରେଡ୍ ଓ୍ୱାର୍ଣ୍ଣିଂ !

ପାଣିପାଗକୁ ନେଇ ଆସିଲା ବଡ଼ ଖବର । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଓଡ଼ିଶାରେ ପୁଣି ବର୍ଷାର ପ୍ରଭାବ ବଢ଼ିବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୧୨ ତାରିଖ ଯାଏ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ଜାରି ରହିବ । ପ୍ରବଳରୁ ଅତିରୁ ଅତି ପ୍ରବଳ ବର୍ଷା ଆଶଙ୍କାରେ ମୟୂରଭଞ୍ଜ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ପୁଣି ସକ୍ରିୟ ହୋଇଛି ପାଣିପାଗ । ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛିଲଘୁଚାପ କ୍ଷେତ୍ର। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ଆଶଙ୍କା ରହିଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଲଘୁଚାପ କ୍ଷେତ୍ରଟି ବାୟୁମଣ୍ଡଳର ପ୍ରାୟ୯.୪ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି।ଏହା ଦକ୍ଷିଣପଶ୍ଚିମ ଦିଗକୁ ଢଳି ରହିଥିବାରୁ ଏହାର ପ୍ରଭାବ ଓଡ଼ିଶାର ପାଣିପାଗ ଉପରେ ପଡ଼ିବା ଆଶଙ୍କା ରହିଛି। ବିଶେଷ କରିଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାହୋଇପାରେ। ଏହା ସହ ରାଜ୍ୟର ଅନ୍ୟ କିଛି ଅଞ୍ଚଳରେ ମଧ୍ୟ ଭାରି ବର୍ଷାର ସମ୍ଭାବନା ରହିଛି। ଲଘୁଚାପର ଗତିପଥ ଓ ଏହାର ପ୍ରଭାବ ଉପରେ ପାଣିପାଗ ବିଭାଗର ନଜର ରହିଛି। ଆଗାମୀ ସମୟରେ ଲଘୁଚାପର ତୀବ୍ରତା ଓ ଗତିପଥ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲା ପାଇଁ ମଧ୍ୟ ସତର୍କତାରେ ପରିବର୍ତ୍ତନ ଆସିପାରେ।

Leave a Reply

Your email address will not be published. Required fields are marked *