19 Oct 2026, Mon

ୟୁଏଇରୁ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ


ୟୁଏଇରୁ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶାକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ । ୨ ଲକ୍ଷ କୋଟିରୁ ଅଧିକ ନିବେଶ ପ୍ରସ୍ତାବ ଧରି ମୁଖ୍ୟମନ୍ତ୍ରୀ ଦୁବାଇରୁ ଫେରିଲେ । ୮ଟି MOU ସହ ୧୬ଟି ନିବେଶ ପ୍ରସ୍ତାବ ସ୍ବାକ୍ଷର କରିଥିବାର ସୂଚନା । ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବାର ଦେଖିବାକୁ ମିଳିଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ ସମୟରେ ଦୁବାଇରେ ଆୟୋଜିତ ହୋଇଥିବା ସମାବେଶରେ ଦେଖିବାକୁ ମିଳିଥିଲା ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିର ଝଲକ । ଓଡ଼ିଶୀ ନୃତ୍ୟ ସହ ପାରମ୍ପରିକ ଲୋକନୃତ୍ୟର ପ୍ରଦର୍ଶନ ମାଧ୍ୟମରେ ପ୍ରବାସୀ ଓଡ଼ିଆମାନେ ନିଜ ମାଟିର ସଂସ୍କୃତିକୁ ବିଦେଶ ମାଟିରେ ଉପସ୍ଥାପନ କରିଥିଲେ । ଏଥିସହ ପାରମ୍ପରିକ ଓଡ଼ିଆ ଖାଦ୍ୟ ଉତ୍ସବରେ ଯୋଗ କରିଥିଲା ଘରୋଇ ଆତ୍ମୀୟତାର ସ୍ୱାଦ । କେବଳ ସ୍ୱାଗତ ସମ୍ବର୍ଦ୍ଧନା ନୁହେଁ, ଓଡ଼ିଆ ସମୁଦାୟର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଆଲୋଚନା ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ତାଙ୍କ ସହ ମତବିନିମୟକୁ ନେଇ ପ୍ରବାସୀ ଓଡ଼ିଆମାନେ ଖୁସି ଓ ଗର୍ବ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ୟୁଏଇରେ ରହୁଥିବା ଓଡ଼ିଆମାନଙ୍କ ଦୃଢ଼ ସାଂସ୍କୃତିକ ସମ୍ପର୍କକୁ ପ୍ରଶଂସା କରିବା ସହ ବିଦେଶରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଏବଂ ପ୍ରଚାର ପାଇଁ ସେମାନଙ୍କ ଉଦ୍ୟମକୁ ସ୍ୱୀକୃତି ଦେଇଥିଲେ ।

Leave a Reply

Your email address will not be published. Required fields are marked *