ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ପ୍ରତ୍ୟେକଟି ଜିନିଷର ଏକ ନିର୍ଦ୍ଦିଷ୍ଟ ସ୍ଥାନ ଏବଂ ମହତ୍ତ୍ୱ ରହିଛି । ?ଯଦି ସେଥିରେ ବ୍ୟତିକ୍ରମ ଘଟେ ତେବେ ତାହା ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଏ । ତେବେ ଦର୍ପଣକୁ ନେଇ ରହିଛି ଅନକେ ବାସ୍ତୁ ନିୟମ । ସେଥି ମଧ୍ୟରେ ରହିଛି ଦର୍ପଣକୁ ଆମେ ବାଥରୁମ୍ ରେ ଲଗାଇବା ଉଚିତ୍ ନା ଅନୁଚିତ୍ । ବାସ୍ତବରେ ଦର୍ପଣ କେବଳ ଆମର ଚେହେରା ଦେଖିବା ପାଇଁ ବ୍ୟବହୃତ ହୁଏ ନାହିଁ, ବରଂ ଏହା ଉର୍ଜା ବା ଶକ୍ତିକୁ ମଧ୍ୟ ପ୍ରତିଫଳିତ କରିଥାଏ । ଯଦି ବାଥରୁମ୍ରେ ଦର୍ପଣ ସଠିକ୍ ଦିଗରେ ନଥାଏ, ତେବେ ଏହା ଘର ମଧ୍ୟକୁ ନକାରାତ୍ମକ ଶକ୍ତି ଆଣିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ, ବାଥରୁମ୍ର ଉତ୍ତର କିମ୍ବା ପୂର୍ବ କାନ୍ଥରେ ଦର୍ପଣ ଲଗାଇବା ସବୁଠାରୁ ଶୁଭ ବୋଲି ଧରାଯାଏ। ଏହି ଦିଗଗୁଡ଼ିକ ସକାରାତ୍ମକ ଉର୍ଜାର ପ୍ରବେଶ ପଥ ବୋଲି କୁହାଯାଏ। ଏଠାରେ ଦର୍ପଣ ଲଗାଇବା ଦ୍ୱାରା ଘରର ଆର୍ଥିକ ସ୍ଥିତି ସୁଧାରିବା ସହ ଶାନ୍ତି ବଜାୟ ରହିଥାଏ । ବାଥରୁମ୍ର ଦକ୍ଷିଣ କିମ୍ବା ପଶ୍ଚିମ କାନ୍ଥରେ କେବେବି ଦର୍ପଣ ଲଗାନ୍ତୁ ନାହିଁ । ବାସ୍ତୁ ଅନୁସାରେ ଏହି ଦିଗରେ ଦର୍ପଣ ଲଗାଇଲେ ଘରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ମାନସିକ ଚାପ ବୃଦ୍ଧି ପାଇଥାଏ।
ବାଥରୁମ୍ରେ ପଶିବା ମାତ୍ରେ ଯେପରି ଆପଣଙ୍କ ନଜର ଦର୍ପଣ ଉପରେ ନପଡ଼େ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । କବାଟ ଖୋଲିବା ମାତ୍ରେ ସାମ୍ନାରେ ଦର୍ପଣ ଥିଲେ, ବାହାରୁ ଆସୁଥିବା ସକାରାତ୍ମକ ଶକ୍ତି ପ୍ରତିଫଳିତ ହୋଇ ପୁଣି ବାହାରକୁ ଚାଲିଯାଏ । ଏହାଦ୍ୱାରା ଘରେ ନକାରାତ୍ମକତା ବୃଦ୍ଧି ପାଏ । ଏହା ସବୁଠାରୁ ବଡ଼ ବାସ୍ତୁ ଦୋଷ। ଟଏଲେଟ୍ ସିଟ୍ର ଠିକ୍ ସାମ୍ନାରେ ଦର୍ପଣ ଲଗାଇବା ଅନୁଚିତ୍। ଶାସ୍ତ୍ର ଅନୁସାରେ, ଟଏଲେଟ୍ରୁ ନକାରାତ୍ମକ ଉର୍ଜା ବାହାରିଥାଏ । ଯଦି ଦର୍ପଣ ଟଏଲେଟ୍ ସାମ୍ନାରେ ଥାଏ, ତେବେ ଏହା ସେହି ନକାରାତ୍ମକ ଶକ୍ତିକୁ ଦ୍ୱିଗୁଣିତ କରି ସାରା ଘରେ ବ୍ୟାପିଥାଏ । କେବେବି ବାଥରୁମ୍ରେ ଭଙ୍ଗା, ବା କଳା ପଡ଼ିଯାଇଥିବା ଦର୍ପଣ ରଖନ୍ତୁ ନାହିଁ। ଭଙ୍ଗା ଦର୍ପଣ ଦରିଦ୍ରତାର ସଙ୍କେତ ଦେଇଥାଏ। ସେହିପରି ଦର୍ପଣକୁ ସବୁବେଳେ ସଫା ରଖନ୍ତୁ। ଦର୍ପଣ ଅପରିଷ୍କାର ରହିଲେ ବ୍ୟକ୍ତିର କ୍ୟାରିୟର ଏବଂ ସମ୍ମାନରେ ବାଧା ଉପୁଜିଥାଏ। ଦର୍ପଣ ସାମ୍ନାରେ ଆଲୋକର ସୁବ୍ୟବସ୍ଥା ରହିବା ଦରକାର। କିନ୍ତୁ ମନେରଖନ୍ତୁ, ଦର୍ପଣ ଉପରେ ସିଧାସଳଖ ଆଲୋକ ପଡ଼ିବା ଅପେକ୍ଷା ଆଲୋକ ଯେପରି ଆପଣଙ୍କ ମୁହଁ ଉପରେ ପଡ଼ିବ, ସେପରି ବ୍ୟବସ୍ଥା କରନ୍ତୁ। ଏହା ମାନସିକ ସ୍ୱଚ୍ଛତା ପ୍ରଦାନ କରେ। ବାଥରୁମ୍ରେ ଦର୍ପଣ ଲଗାଇବା ଭୁଲ୍ ନୁହେଁ, କିନ୍ତୁ ବାସ୍ତୁ ନିୟମ ଅନୁସାରେ ଏହାକୁ ଉତ୍ତର କିମ୍ବା ପୂର୍ବ କାନ୍ଥରେ ଲଗାଇବା ସର୍ବୋତ୍ତମ।

