19 Oct 2026, Mon

ବିସିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ଉଠାଇନେଲା ପୁଲିସ !

ଛାତ୍ର ସଂସଦ ନିର୍ବାଚନରେ ରମାଦେବୀ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ୍ ରେ ଦେଖିବାକୁ ମିଳିଛି ହାଇଡ୍ରାମା । ବିସିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ଉଠାଇନେଇଛି ପୁଲିସ । ଇପ୍ସିତାଙ୍କ ନାଁରେ ଥାନାରେ ହୋଇଥିଲା ଅଭିଯୋଗ । ଇପ୍ସିତାଙ୍କୁ ଉଠାଇ ନେବା ପରେ କଲେଜ ଆଗରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ତେବେ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ମହାପ୍ରସାଦ ଓ ଗୋଲାପ ଫୁଲ ବଣ୍ଟନକୁ ନେଇ ଦୁଇ ଛାତ୍ରୀ ଗୋଷ୍ଠୀ ମଧ୍ୟରେ ବିରୋଧ ଦେଖାଦେଇଥିବା ସୂଚନା ମିଳିଛି । ଇପ୍ସିତାଙ୍କ ନାଁରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ନେଇଛି । ରମାଦେବୀ ବିଶ୍ୱବିଦ୍ୟାଳୟରେ ସକାଳୁ ଚାଲିଥିଲା ନିର୍ବାଚନୀ ପ୍ରକ୍ରିୟା। ଛାତ୍ରୀଙ୍କ ଭୋଟ୍‌ଦାନକୁ ନେଇ କ୍ୟାମ୍ପସ୍‌ରେ ଚଳଚଞ୍ଚଳ ପରିବେଶ ରହିଥିବା ବେଳେ ହଠାତ୍ ସ୍ଥିତି ବଦଳିଥିଲା । ଅଭିଯୋଗ ଅନୁଯାୟୀ, ବିସିଜେଡି ପ୍ରାର୍ଥୀମାନେ କଲେଜ ଗେଟ୍ ସମ୍ମୁଖରେ ମହାପ୍ରସାଦ ଓ ଗୋଲାପ ଫୁଲ ବଣ୍ଟନ କରିଥିଲେ। ଏହାକୁ ଅନ୍ୟ ଏକ ଛାତ୍ରୀ ଗୋଷ୍ଠୀ ବିରୋଧ କରିଥିଲେ। ଫଳରେ ନିର୍ବାଚନୀ ପରିବେଶ ମଧ୍ୟରେ ଦୁଇ ପକ୍ଷ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଭୋଟ୍ ଦେଇସାରିଥିବା ଛାତ୍ରୀମାନଙ୍କୁ କ୍ୟାମ୍ପସ୍ ଛାଡ଼ିବାକୁ କହିଥିବା ସୂଚନା ମିଳିଛି। କିନ୍ତୁ ଏହାପରେ ମଧ୍ୟ ଉତ୍ତେଜନା ଥମିନଥିଲା। ଏହି ଘଟଣାକ୍ରମ ମଧ୍ୟରେ ବିସିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୁଲିସ ତାଙ୍କୁ କ୍ୟାମ୍ପସ୍‌ରୁ ନେଇଥିବା ଜଣାପଡ଼ିଛି। ଏହାକୁ ନେଇ କଲେଜ ଆଗରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *