19 Oct 2026, Mon

ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ପରିବେଶ !

ମା’ଙ୍କ ଆଗମନକୁ ନେଇ ଉତ୍ସବମୁଖର ପୁରପଲ୍ଲୀ । ଶଙ୍ଖ ହୁଳହୁଳି ଧ୍ବନୀରେ କମ୍ପୁଛି ପୁଜା ମଣ୍ଡପ । ମହାଶକ୍ତି ମା’ ଦୁର୍ଗାଙ୍କ ଆଗମନରେ ଗଗନପବନ ପ୍ରକମ୍ପିତ ।ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ହୋଇପଡ଼ିଛି ପରିବେଶ। ଗାଁଠୁ ସହର, ସବୁଠି ଦଶଭୂଜାଙ୍କ ଆରାଧନା । ଆଜି ମଣ୍ଡପରେ ମାଆଙ୍କର ମହାସପ୍ତମୀ ପୂଜା ହୋଇଥିବାବେଳେ ପୀଠେ ମହାଷ୍ଟମୀ । ଗତକାଲି ବିଲ୍ୱଧିବାସ କରାଯାଇଛି । ଆଜି ମା’ଙ୍କର କଳସ ଯାତ୍ରା, ନବପାତ୍ରୀକା ପ୍ରବେଶ, ଚକ୍ଷୁ ଦାନ କରାଯିବ । ଟ୍ଵିନସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ମାହୋଲ ଜମିବାରେ ଲାଗିଛି । ଏପଟେ ପୂଜା ମଣ୍ଡପ ଗୁଡିକରେ ଗହଳି ଚହଳି ଲାଗିଲାଣି। ସୁଉଚ୍ଚ ତୋରଣ ଓ ଲାଇଟରେ ଝଲସୁଛି ସହର ବଜାର।

Leave a Reply

Your email address will not be published. Required fields are marked *