ଓଡ଼ିଆ ସିନେମା ଜଗତରେ ଜଗତରେ ପ୍ରଥମ ଥର ପାଇଁ ଏକ କିନ୍ନର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓଡ଼ିଆ ସିନେମା ଜଗତରେ ପ୍ରେମ କାହାଣୀକୁ ନେଇ ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇଛି। କିନ୍ତୁ କିଛି କାହାଣୀ ଏମିତି ଥାଏ, ଯାହା କେବଳ ପ୍ରେମର କଥା କହିନଥାଏ, ବରଂ ସମାଜର ଏକ ଅନୁଚ୍ଚାରିତ ସତ୍ୟକୁ ମଧ୍ୟ ସାମ୍ନାକୁ ଆଣିଥାଏ। ସେହିପରି ଏକ ଭିନ୍ନ ଧରଣର କାହାଣୀ ହେଉଛି ‘ଅଭିସାର – ଏକ ପ୍ରେମ କାହାଣୀ’। ଏହି ଚଳଚ୍ଚିତ୍ରର ବିଶେଷତ୍ୱ ହେଉଛି, ଏଥିରେ ଜଣେ କିନ୍ନର କଳାକାର ଅଭିନୟ କରିଛନ୍ତି, ଯାହା ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ପ୍ରେରଣାଦାୟକ ପଦକ୍ଷେପ।
ସମାଜରେ କିନ୍ନରମାନଙ୍କୁ ନେଇ ଆଜି ମଧ୍ୟ ଅନେକ ଭ୍ରାନ୍ତ ଧାରଣା ରହିଛି। ସେମାନଙ୍କୁ ସମାଜ ଏକ ଭିନ୍ନ ଦୃଷ୍ଟିରେ ଦେଖିଥାଏ। କିନ୍ତୁ କେହି ବୁଝିବାକୁ ଚେଷ୍ଟା କରନ୍ତି ନାହିଁ କି ସେମାନଙ୍କର ବି ମନ ଅଛି ସ୍ୱପ୍ନ ଅଛି ସମାଜରେ ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି। ସତ୍ୟ ହେଉଛି, ସେମାନଙ୍କର ମଧ୍ୟ ଭାବନା ଅଛି, ସ୍ୱପ୍ନ ଅଛି ଓ ପ୍ରେମ କରିବାର ଅଧିକାର ଅଛି। ‘ଅଭିସାର’ ସେହି ଭାବନାକୁ ଅତ୍ୟନ୍ତ ସୁନ୍ଦର ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛି। ଏହା କେବଳ ଜଣେ ପ୍ରେମିକ ଓ ପ୍ରେମିକାଙ୍କ କାହାଣୀ ନୁହେଁ, ବରଂ ସମାଜରେ ସମାନ ସମ୍ମାନ ଓ ସ୍ୱୀକୃତି ପାଇଁ ଲଢ଼ୁଥିବା ଲୋକଙ୍କ ଜୀବନର ଏକ ପ୍ରତିଛବି।
ଏଥିରେ ଦେଖାଯାଇଛି ଯେ, ଜୀବନରେ ଅନେକ ବାଧା ଆସିଥିଲେ ମଧ୍ୟ ସତ ପ୍ରେମ କେବେ ହାର ମାନେନି। ସମାଜର ଅବହେଳା, ତିରସ୍କାର ଓ ବିଭିନ୍ନ ସମସ୍ୟା ମଧ୍ୟରେ ମଣିଷ କିପରି ନିଜର ସ୍ୱପ୍ନ ଓ ଭାବନାକୁ ବଞ୍ଚାଇ ରଖେ, ତାହାକୁ ଏହି ସିନେମା ଦର୍ଶକଙ୍କ ସାମ୍ନାରେ ଆଣିଛି।
ଏହି ଫିଲ୍ମରେ କିନ୍ନର କଳାକାରଙ୍କ ଅଭିନୟ କେବଳ ଏକ ଚରିତ୍ରରେ ସୀମିତ ନୁହେଁ, ବରଂ ଏହା ସମାଜକୁ ଏକ ମଜବୁତ ବାର୍ତ୍ତା ଦେଇଥାଏ। କଳା ଓ ସଂସ୍କୃତିର ମଞ୍ଚରେ ପ୍ରତ୍ୟେକ ମଣିଷଙ୍କର ସମାନ ଅଧିକାର ଅଛି। ପ୍ରତିଭା କେବେ ଲିଙ୍ଗ, ଜାତି କିମ୍ବା ପରିଚୟ ଦେଖେନାହିଁ। ସୁଯୋଗ ମିଳିଲେ ଯେକୌଣସି ବ୍ୟକ୍ତି ନିଜର ଦକ୍ଷତା ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିପାରେ।
‘ଅଭିସାର’ ଏହି ଦିଗରେ ଏକ ପ୍ରଶଂସନୀୟ ପ୍ରୟାସ। ଏହା କେବଳ ମନୋରଞ୍ଜନ ନୁହେଁ, ବରଂ ସମାଜକୁ ଚିନ୍ତା କରିବାକୁ ବାଧ୍ୟ କରୁଥିବା ଏକ କାହାଣୀ। ଏପରି ଚଳଚ୍ଚିତ୍ର ଆମକୁ ଶିଖାଏ ଯେ, ମଣିଷକୁ ତାଙ୍କର ପରିଚୟ ନୁହେଁ, ତାଙ୍କର ମାନବିକତା ଓ ଗୁଣ ଦ୍ୱାରା ବିଚାର କରିବା ଉଚିତ।
ସମଗ୍ର ଭାବେ କୁହାଯାଇପାରେ ଯେ, ‘ଅଭିସାର – ଏକ ପ୍ରେମ କାହାଣୀ’ ପ୍ରେମ, ତ୍ୟାଗ, ସଂଘର୍ଷ ଓ ସମାନତାର ଏକ ସୁନ୍ଦର ମିଶ୍ରଣ। ଏହା ଦର୍ଶକଙ୍କୁ ମନୋରଞ୍ଜନ ଦେବା ସହିତ ଏକ ସକାରାତ୍ମକ ସାମାଜିକ ବାର୍ତ୍ତା ମଧ୍ୟ ପହଞ୍ଚାଇଥାଏ। ଓଡ଼ିଆ ସିନେମାରେ ଏଭଳି ଭିନ୍ନ ଧରଣର ପ୍ରୟାସ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ଏବଂ ଦର୍ଶକଙ୍କ ମନରେ ଏକ ନୂଆ ଚିନ୍ତାଧାରା ସୃଷ୍ଟି କରିବ।
ସବୁ ମହଲରେ କିନ୍ନରଙ୍କ ସୁନ୍ଦରତାକୁ ପ୍ରଶଂସା ମିଳୁଛି ପ୍ରଥମ କିନ୍ନର ହିରୋଇନ ଭାବରେ ଭୂମିଙ୍କୁ ଛୁଟିଛି ପ୍ରଶଂସାର ସୁଅ।

