19 Oct 2026, Mon

ଆସନ୍ତା ୩୦ ସେପ୍ଟେମ୍ବରରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏନେଇ ନବନିର୍ମାଣ ଯୁବଛାତ୍ର ସଂଗଠନ ଓ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ସ୍କୁଲ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଓ ବିଭ୍ରାଟକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ୧୬୭୮ଟି ତ୍ରୁଟି ଥିବା ଦାବି କରି ସଂଗଠନ ପକ୍ଷରୁ ଆନ୍ଦୋଳନ ଓ ଅନଶନ ଚାଲିଥିବା ବେଳେ, ତ୍ରୁଟିପୂର୍ଣ୍ଣ ବହି ବଦଳାଇ ଛାତ୍ରଛାତ୍ରୀଙ୍କୁ ନୂଆ ବହି ଯୋଗାଇବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି । ସରକାର ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନନେବାରୁ ବନ୍ଦ ଡାକରା ଦିଆଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି। ବନ୍ଦ ସମୟରେ ଗାଡ଼ିମୋଟର ଓ ଯାତାୟାତ ବ୍ୟବସ୍ଥା, ଦୋକାନ ବଜାର ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରଭାବିତ ହେବାର ସମ୍ଭାବନା ରହିଛି। ବନ୍ଦକୁ ସଫଳ କରିବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ, ଯୁବକ, ଚାଷୀ, ମୂଲିଆ, ମଜଦୁର ଓ ସାଧାରଣ ଲୋକଙ୍କୁ ସହଯୋଗ କରିବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଅନ୍ୟପଟେ ବିଧାନସଭାରେ ଲଗାତାର ତୃତୀୟ ଦିନ ପାଇଁ ସ୍କୁଲ୍ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ହଙ୍ଗାମା ହୋଇଛି। ବିରୋଧୀମାନେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି । ସେପ୍ଟେମ୍ବର ୨୨ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଶ୍ରେଣୀ ୧ରୁ ୮ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ୧,୬୭୮ଟି ତ୍ରୁଟି ଚିହ୍ନଟ ହୋଇଥିବା ନେଇ ବିରୋଧୀମାନେ ଅଭିଯୋଗ ଉଠାଇଛନ୍ତି ।

Leave a Reply

Your email address will not be published. Required fields are marked *